28.1 C
Bhubaneswar
Sunday, April 28, 2024
Homeବ୍ରେକୀଙ୍ଗବେଡରୁମ ଭିଡିଓ ଦେଖିବା ପାଇଁ ସିସିଟିଭ ହ୍ୟାକ୍ କଲା ଟେକ୍ନିସିଆନ

ବେଡରୁମ ଭିଡିଓ ଦେଖିବା ପାଇଁ ସିସିଟିଭ ହ୍ୟାକ୍ କଲା ଟେକ୍ନିସିଆନ

ନୂଆଦିଲ୍ଲୀ: ସିକ୍ୱରିଟି ସିଷ୍ଟମ ତଦାରଖ କରୁଥିବା ଏକ କମ୍ପାନୀର ଟେକ୍ନିସିଆନ ପ୍ରାୟ ୨୦୦ ଘରର ସିସିଟିଭି ହ୍ୟାକ କରିଛି ଏବଂ କପଲ ଓ ମହିଳାଙ୍କ ଅନ୍ତରଙ୍ଗ ମୂହୁର୍ତ୍ତର ଛବି ଉପରେ ନଜର ରଖିଥିଲା । କୁହାଯାଇଛି ଯେ, ୩୫ ବର୍ଷୀୟ ସେହି ଟେକ୍ନିସିଆନ ଅତି କମରେ ୯୬୦୦ ଥର କଷ୍ଟମରଙ୍କ ଆକାଉଣ୍ଟ ଏକ୍ସେସ କରିଛି । ଏହି ମାମଲା ଆମେରିକାର ଟେକ୍ସାସରେ ଦେଖିବାକୁ ମିଳିଛି । ଟେଲିଫ୍ଲୋରି ଏବିଲ୍ସ ନାମକ ଏହି ଟେକ୍ନିସିଆନ ଏଡିଟି କମ୍ପାନୀରେ କାମ କରୁଥିଲା । ଏହି କମ୍ପାନୀ ଅଫିସ ଓ ଘର ପାଇଁ ସିକ୍ୱିରିଟି ଆଲାରାମ ସିଷ୍ଟମ ଠିକ କରିଥାଏ । ଗତବର୍ଷ ଏପ୍ରିଲରେ ଏବିଲ୍ସକୁ ଚାକିରୀରୁ ବାହାର କରି ଦିଆଯାଇଥିଲା । ଆମେରିକାର ଏକ ଅଦାଲତରେ ଶୁଣାଣୀ ସମୟରେ ଗୁରୁବାର ଏବିଲ୍ସ ସ୍ୱୀକାର କରିଥିଲା ଯେ, ସେ ସୁନ୍ଦର ଗ୍ରାହକଙ୍କ ଜାସୁସି କରେ । ପ୍ରାୟ ସାଢେ ୪ ବର୍ଷ ଧରି ସେ ଏଭଳି କାମ କରିଥିଲା । ଏଥିପାଇଁ ତାକୁ ୫ ବର୍ଷ ଜେଲ ଦଣ୍ଡ ହୋଇଛି । ଗ୍ରାହକଙ୍କ ପ୍ରୋଫାଇଲରେ ଏବିଲ୍ସ ନିଜ ଇମେଲ ଆଇଡି ଲେଖୁଥିଲା । ଯାହାଦ୍ୱାରା ସେ ଗ୍ରାହକଙ୍କ ସିସିଟିଭି ଆକ୍ସେସ କରିପାରୁଥିଲା । ଗ୍ରାହକଙ୍କ ଇଣ୍ଟିମେଟ ସିନକୁ ସେ ଲାଇଭ ଦେଖୁଥିଲା । ସେ ଗ୍ରାହକଙ୍କୁ କହୁଥିଲା ଯେ, ସିଷ୍ଟମ ଟେଷ୍ଟ କରିବା ପାଇଁ ତାକୁୁ ଅସ୍ଥାୟୀ ଭାବରେ ଇମେଲ ଆଇଡି ଦେବାକୁ ପଡିବ । ଏହାବ୍ୟତୀତ ଅନେକ ଗ୍ରାହକଙ୍କ ଅଜାଣତରେ ବି ସେ ନିଜ ଇମେଲ ଆଇଡି ଦେଉଥିଲା । ଟେକ୍ସାସର ଜଣେ ଅଧିକାରୀ କହିଛନ୍ତି ଯେ, ଏବିଲ୍ସ ପ୍ରଥମେ ନୋଟ ବନାଉଥିଲା ଯେ, କେଉଁ ରୁମରେ ସୁନ୍ଦର ମହିଳାମାନେ ରହୁଛନ୍ତି । ପରେ ସେମାନଙ୍କ ଭିଡିଓ ଦେଖୁଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking