34.1 C
Bhubaneswar
Thursday, March 28, 2024
Homeଓଡିଶାନେତାଜୀ ବସ ଟର୍ମିନାଲ କେବଳ ନିର୍ବାଚନ ଭେଳିକି : ପ୍ରକାଶ ବେହେରା

ନେତାଜୀ ବସ ଟର୍ମିନାଲ କେବଳ ନିର୍ବାଚନ ଭେଳିକି : ପ୍ରକାଶ ବେହେରା

 ରାଜ୍ୟରେ ଚାଲିଛି ଫଳକ ଲଗା ସରକାରଙ୍କ ଶାସନ
 ୧୦ ବର୍ଷ ପୂର୍ବେ ଐତିହାସିକ ପୁରୁଣା ଜେଲର କିଛି ଅଂଶକୁ ନୂଆ ରୂପର ଏକ ସ୍ମାରକୀ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ
ଦେଇଥିବା ଶିଳାନ୍ୟାସର କାମ ଆରମ୍ଭ ହୋଇପାରିଲା ନାହିଁ
 ୪୩ ଏକରରେ କଟକର ଗୋପାଳପୁର-ବାଲିକୁଦାରେ ପ୍ରସ୍ତାବିତ ବସ ଟର୍ମିନାଲ ୧୩ ଏକର ଗଲା କୁଆଡେ?
 ୧୩ ଏକର ସରକାରୀ ଜମି ହଡପ କରିଥିବା ଜବରଦଖଲକାରୀଙ୍କୁ ସୁରକ୍ଷା ଦେବା ପାଇଁ ଖାନ ନଗର ବସ
ଟର୍ମିନାଲ ଭିତିପ୍ରସ୍ତର କରାଯାଇନି ତ ?

ଭୁବନେଶ୍ୱର : ନିର୍ବାଚନ ଆସିଲେ ମୁଖ୍ୟମନ୍ତ୍ରୀଙ୍କ ଫଳକ ଲଗା ରାଜନୀତି ଆରମ୍ଭ ହୁଏ । ବିଗତ ଅନେକ
ନିର୍ବାଚନରେ ମୁଖ୍ୟମନ୍ତ୍ରୀ ଅନେକ ଫଳକ ଲଗାଇ ଭୃଲିଯାଇଛନ୍ତି । ଆଜି ପବିତ୍ର ନେତାଜୀ ଜୟନ୍ତୀ ତଥା ପରାକ୍ରମ ଦିବସରେ ମୁଖ୍ୟମନ୍ତ୍ରୀ
ପୁଣି ଏକ ଫଳକ ଲଗାଇ କଟକବାସୀଙ୍କୁ ଭ୍ରମିତ କରିଛନ୍ତି । ନେତାଜୀ ବସ ଟର୍ମିନାଲ କେବଳ ନିର୍ବାଚନ ଭେଳିକି ବୋଲି କଟକ ଜିଲ୍ଲା
ସଭାପତି ପ୍ରକାଶ ବେହେରା ଅଭିଯୋଗ କରିଛନ୍ତି ।
ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ବେହେରା କହିଛନ୍ତି ଯେ, ୧୦ ବର୍ଷ ପୂର୍ବେ କଟକ ଠାରେ
ନେତାଜୀ ଜୟନ୍ତୀ ଅବସରରେ ଖୋଦ୍ ମୁଖ୍ୟମନ୍ତ୍ରୀ ଐତିହାସିକ ପୁରୁଣା ଜେଲର ନୂଆ ରୂପର ଏକ ସ୍ମାରକୀ ନିର୍ମାଣ ପାଇଁ ପାଇଁ
ଶିଳାନ୍ୟାସ କରିଥିଲେ । ଜେଲର କିଛି ଅଂଶକୁ ମ୍ୟୁଜିୟମ କରିବା, ସ୍ୱାଧୀନତା ସଂଗ୍ରାମର ସ୍ମୃତି ସବୁକୁ ବାଖ୍ୟାନ କେନ୍ଦ୍ରରେ ସ୍ଥାନିତ
କରିବା, ପାଇକ ବିଦ୍ରୋହ ଠାରୁ ଓଡ଼ିଶାର ଲମ୍ବା ବ୍ରିଟିଶ ବିରୋଧୀ ଲଢ଼େଇକୁ ଉଜ୍ଜିବିତ କରିବାର ଅନେକ ସ୍ୱପ୍ନ କଟକିଆ ଓ
ଓଡ଼ିଶାବାସୀଙ୍କୁ ଦେଖାଯାଇଥିଲା । ୧୦ ବର୍ଷ ପରେ ବି ଆଜି ସେହି ପୁରୂଣା ଜେଲ ବୁଲା ଗାଇ ଗୋରୁ ଏବଂ ମଦୁଆଙ୍କ ଆଡ୍ଡା ସ୍ଥଳୀ
ପାଲଟିଛି ।
ସେହିପରି ୨୦୧୩ ମସିହାରେ ୪୩ ଏକରରେ କଟକର ଗୋପାଳପୁର-ବାଲିକୁଦାରେ ପ୍ରସ୍ତାବିତ ବସ ଟର୍ମିନାଲ ପାଇଁ
ମୁଖ୍ୟମନ୍ତ୍ରୀ ଭିତିପ୍ରସ୍ତର ସ୍ଥାପନା କରିଥିଲେ । ପ୍ରସ୍ତାବିତ ବସ ଟର୍ମିନାଲ ନେଇ କଟକ ଜିଲ୍ଲାପାଳ ଆଜି ୩୦ ଏକର ଜାଗା ସଂପର୍କରେ
ସୂଚନା ଦେଲେ । ଏଠି ପ୍ରଶ୍ନ ଉଠୁଛି ବାକି ୧୩ ଏକର ଗଲା କୁଆଡେ? ୧୩ ଏକର ସରକାରୀ ଜମି ହଡପ କରିଥିବା
ଜବରଦଖଲକାରୀଙ୍କୁ ସୁରକ୍ଷା ଦେବା ପାଇଁ ଖାନ ନଗର ବସ ଟର୍ମିନାଲ ଭିତିପ୍ରସ୍ତର କରାଯାଇନି ତ ବୋଲି ଶ୍ରୀ ବେହେରା ପ୍ରଶ୍ନ
କରିଛନ୍ତି ।
ବିଗତ ୭ ବର୍ଷ ତଳେ ଶୁଭ ଦିଆଯାଇ କାର୍ଯ୍ୟ ଆରମ୍ଭ ପରେ ଆଉ ଏକ ଛୋଟ ସ୍ଥାନକୁ ବସ ଟର୍ମିନାଲ ସ୍ଥାନନ୍ତର କରିବା ଓ
ଆଜି ଭିତିପ୍ରସ୍ତର କରିବା ପଛରେ ଭିତିରି ଉଦ୍ଦେଶ୍ୟ କଣ ରହିଛି? ପୂର୍ବରୁ ହୋଇଥିବା ବସ ଟର୍ମିନାଲର ଭବିଷ୍ୟତ ନେଇ ଏବେ
ସାଧାରଣରେ ସନ୍ଦେହ ସୃଷ୍ଟି ହୋଇଛି । ଏହା କଣ ୫ ଥର ମୁଖ୍ୟମନ୍ତ୍ରୀ ହୋଇଥିବା ନବୀନ ବାବୁଙ୍କ ପାରିବା ପଣିଆ ? ଏହା କଣ
ଆଦର୍ଶ ଓ ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀଙ୍କ ପ୍ରତିଛବିର ପ୍ରମାଣ? ଏହି ଦୁଇ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ କଟକବାସୀଙ୍କ ଆଗରେ ସନ୍ତୋଷଜନକ
ସ୍ପଷ୍ଟୀକରଣ ରଖନ୍ତୁ । ନଚେତ୍ ଆଗାମୀ ଦିନରେ କଟକବାସୀ ଏହାର ଉଚିତ ଜବାବ ଦେବେ ବୋଲି ଶ୍ରୀ ବେହେରା ଚେତାବାନୀ
ଦେଇଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଦିଲୀପ ମଲ୍ଲିକ, ରାଜ୍ୟ ସଂପାଦକ ତଥା କଟକ ଜିଲ୍ଲା ପ୍ରଭାରୀ
ଅମର ନାୟକ ଏବଂ କଟକ ନଗର ସଭାପତି ଲଲାଟେନ୍ଦୁ ବଡୁ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking