37.1 C
Bhubaneswar
Sunday, May 5, 2024
Homeଖେଳରୋହିତଙ୍କ ଅର୍ଦ୍ଧଶତକୀୟ ପାଳି; ମ୍ୟାଚ ସହ ସିରିଜ କବଜା କଲା ଟିମ ଇଣ୍ଡିଆ

ରୋହିତଙ୍କ ଅର୍ଦ୍ଧଶତକୀୟ ପାଳି; ମ୍ୟାଚ ସହ ସିରିଜ କବଜା କଲା ଟିମ ଇଣ୍ଡିଆ

ରାୟପୁର: ନ୍ୟୁଜିଲାଣ୍ଡର ଛୋଟ ଟାର୍ଗେଟକୁ ଖୁବ ସହଜରେ ହାସଲ କରି ନେଇଛି ଟିମ ଇଣ୍ଡିଆ । ଅଧିନାୟକ ରୋହିତ ଶର୍ମାଙ୍କ ଅର୍ଦ୍ଧଶତକୀୟ ପାଳି ବଳରେ ଭାରତ ଏହି ମ୍ୟାଚ ସହ ସିରିଜ ଉପରେ ମଧ୍ୟ କବଜା କରିଛି । ଇନିଂସର ୨୧ତମ ଓଭରରେ ଭାରତ ଏହି ଲକ୍ଷ୍ୟ ହାସଲ କରିଛି । ଦ୍ୱିତୀୟ ଦିନିକିଆ ମ୍ୟାଚରେ ୮ ୱିକେଟରେ ବିଜୟୀ ହୋଇଛି ରୋହିତ ସେନା ।

ପ୍ରଥମେ ବ୍ୟାଟିଂ କରି ଭାରତକୁ ୧୦୯ ରନର ବିଜୟ ଲକ୍ଷ୍ୟ ଦେଇଥିଲା କିୱି ଦଳ । ଏହି ଲକ୍ଷ୍ୟକୁ ମାତ୍ର ୨୦ ଓଭରରେ ଭାରତ ହାସଲ କରି ନେଇଛି । ଅଧିନାୟକ ରୋହିତ ଶର୍ମାଙ୍କ ଅର୍ଦ୍ଧଶତକ ସହିତ ଶୁଭମନ ଗିଲଙ୍କ ୪୦ ରନର ପାଳି ଭାରତକୁ ଏହି ବିଜୟ ଭେଟି ଦେଇଛି । ତେବେ ଏହି ମ୍ୟାଚରେ ବିଜୟ ସହ ଭାରତ ଦିନିକିଆ ସିରିଜ ଉପରେ ମଧ୍ୟ କବଜା କରିଛି । ୨ ୱିକେଟ ବିନିମୟରେ ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ମ୍ୟାଚ ଅକ୍ତିଆର କରିଛି ମେନ ଇନ ବ୍ଲୁ ।

ତେବେ ଭାରତ ପକ୍ଷରୁ ପାଳି ଆରମ୍ଭ କରିବାକୁ ମଇଦାନକୁ ଆସିଥିଲେ ଟିମ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ଏବଂ ଯୁବ ଓପନର ଶୁଭମନ ଗିଲ । ୭୨ ରନର ଏକ ପାର୍ଟନରସିପ ପରେ ସିପଲେଙ୍କ ବଲରେ ଲେଗ ବିଫୋର ହୋଇ ପାଭିଲିୟନ ଫେରିଥିଲେ ରୋହିତ । ୫୦ ବଲରୁ ୭ଟି ଚୌକା ଏବଂ ୨ଟି ଛକା ସହ ୫୧ ରନ ସଂଗ୍ରହ କରିଛନ୍ତି ହିଟମ୍ୟାନ । ପରେ ବିରାଟ ଏବଂ ଶୁଭମନ ଏହି ପାଳିକୁ ଆଗକୁ ବଢାଇଥିଲେ । କିନ୍ତୁ ମାତ୍ର ୧୧ ରନ କରି କୋହଲି ସାଣ୍ଟନରଙ୍କ ଶିକାର ପାଲଟି ଯାଇଥିଲେ । ତେବେ ଶେଷ ପର୍ଯ୍ୟନ୍ତ ରହି ୫୩ ବଲରୁ ୬ଟି ଚୌକା ସହ ୪୦ ରନ କରିଛନ୍ତି ଶୁଭମନ ଗିଲ । ନ୍ୟୁଜିଲାଣ୍ଡ ପକ୍ଷରୁ ସିପଲେ ଏବଂ ମିଚେଲ ସାଣ୍ଟନର ଗୋଟିଏ ଲେଖାଏଁ ୱିକେଟ ହାସଲ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking