32.1 C
Bhubaneswar
Saturday, May 18, 2024
Homeଦେଶ ବିଦେଶପ୍ରତି ୫ କିମି ଦୂରତାରେ ଖୋଲିବ ବ୍ୟାଙ୍କ: ଅର୍ଥ ମନ୍ତ୍ରଣାଳୟର ନୂଆ ନିର୍ଦ୍ଦେଶନାମା

ପ୍ରତି ୫ କିମି ଦୂରତାରେ ଖୋଲିବ ବ୍ୟାଙ୍କ: ଅର୍ଥ ମନ୍ତ୍ରଣାଳୟର ନୂଆ ନିର୍ଦ୍ଦେଶନାମା

ନୂଆଦିଲ୍ଲୀ: ଦେଶର କୃଷକଙ୍କ ଆମଦାନୀ ବୃଦ୍ଧି ପାଇଁ କ୍ରମାଗତ ଭାବେ କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ତରଫରୁ ପ୍ରୟାସ କରାଯାଉଛି । ତେବେ ଏହି ଅବସରରେ ଦେଶର ନାଗରିକଙ୍କ ପାଇଁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏକ ବଡ଼ ଘୋଷଣା କରିଛନ୍ତି । ପ୍ରତି ଗାଁର ପାଞ୍ଚ କିଲୋମିଟର ବ୍ୟବଧାନରେ ଅତିକ୍ରମରେ ଗୋଟିଏ ବ୍ୟାଙ୍କ ଖୋଲିବାକୁ ଅର୍ଥମନ୍ତ୍ରୀ ବ୍ୟାଙ୍କମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହାଦ୍ୱାରା କିଷାନଙ୍କୁ ସହଜରେ ବ୍ୟାଙ୍କିଂ ସେବା ମିଳିପାରିବ ଓ ସେମାନଙ୍କର ଆର୍ଥିକ ସ୍ଥିତି ମଜବୁତ ହୋଇପାରିବ ବୋଲି ନିର୍ମଳା କହିଛନ୍ତି ।

ଅର୍ଥ ମନ୍ତ୍ରଣାଳୟ ତରଫରୁ ଦେଶର ପଛୁଆ ଜିଲ୍ଲାଗୁଡ଼ିକରେ ଲୋନ ଡିଷ୍ଟ୍ରିବ୍ୟୁସନ ବଢ଼ାଇବାକୁ ବ୍ୟାଙ୍କ ଗୁଡ଼ିକୁ କୁହାଯାଇଛି । ପ୍ରତି ଗାଁର ୫ କିମି ଦୂରତାରେ ଅତିକମରେ ଗୋଟିଏ ଲେଖାଏଁ ବ୍ୟାଙ୍କ ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଛି । କୃଷକଙ୍କୁ ସହଜରେ ବ୍ୟାଙ୍କିଂ ସେବା ଯୋଗାଇବା ସହ ସେମାନଙ୍କର ଆର୍ଥିକ ସ୍ଥିତି ମଜବୁତ କରାଇବା ଏହା ପଛର ମୁଖ୍ୟ ଉଦ୍ଦେଶ୍ୟ । ଏହା ପୂର୍ବରୁ ସରକାରଙ୍କ ପକ୍ଷରୁ ଦେଶର ପ୍ରତ୍ୟେକ କିଷାନଙ୍କୁ କ୍ରେଡିଟ କାର୍ଡ ପ୍ରଦାନ ପାଇଁ କୁହାଯାଇଥିଲା ।

ନିକଟରେ ବ୍ୟାଙ୍କିଂ ସଚିବ ବିବେକ ଜୋଶୀଙ୍କ ଅଧ୍ୟକ୍ଷତାରେ ଆକାଂକ୍ଷୀ ଜିଲ୍ଲାର ଲିଡ ଜିଲ୍ଲା ପ୍ରବନ୍ଧକ (ଏଲଡିଏମ) ଓ ରାଜ୍ୟ ସ୍ତରୀୟ ବ୍ୟାଙ୍କ ସମିତି (ଏସଏଲବିସି) ସଂଯୋଜକଙ୍କ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ବିତ୍ତୀୟ ସମାବେଶନ ହସ୍ତକ୍ଷେପ କାର୍ଯ୍ୟକ୍ରମ ଅଧିନରେ ୧୧୨ ପଛୁଆ ଜିଲ୍ଲାର ବିକାଶ ଉପରେ ଆଲୋଚନା ହୋଇଥିଲା । ଏଥିସହିତ ବିତ୍ତୀୟ ସମାବେଶନ ଯୋଜନାକୁ ଅଧିକ ମଜବୁତ କରିବା ପାଇଁ ବ୍ୟାଙ୍କକୁ ଗାଁର ପଞ୍ଚାୟତିରାଜ ସଂସ୍ଥା ସହାୟତାରେ ବିତ୍ତୀୟ ଶିକ୍ଷା ଶିବିର ଖୋଲିବାକୁ କୁହାଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking