29.1 C
Bhubaneswar
Monday, May 6, 2024
Homeଓଡିଶାସରକାରି ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ଘରେ ଘରେ ପାଠ ପଢ଼ାଉଛନ୍ତି ଗୁରୁ

ସରକାରି ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ଘରେ ଘରେ ପାଠ ପଢ଼ାଉଛନ୍ତି ଗୁରୁ

ନବରଙ୍ଗପୁର : ମହାମାରି କରୋନା ଯୋଗୁ ଦେଢ଼ ବର୍ଷ ହେବ ପ୍ରାଥମିକ ବିଦ୍ୟାଳୟ ଗୁଡିକ ବନ୍ଦ ରହିଛି । ଗଣଶିକ୍ଷା ବିଭାଗ ଦ୍ୱାରା ୟୁଟ୍ୟୁବ ଠାରୁ ଆରମ୍ଭ କରି ଅନଲାଇନ ମାଧ୍ୟମରେ ପାଠପଢା କରାଯାଉଛି । କେତେକ ଅଭିଭାବକଙ୍କ ନିକଟରେ ଆଣ୍ଡ୍ରଏଡ଼ ମୋବାଇଲ ନ ଥିବାରୁ ଏହା ଫେଲ ମାରୁଥିବା ଅଭିଯୋଗ ହେଉଛି । ଏଭଳି ସଙ୍କଟ ସମୟରେ ଜ଼ିଲ୍ଲା ଶିକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନର ଗୁରୁଛାତ୍ରୀ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ଘରେ ଘରେ ପାଠ ପଢାଇବାକୁ ଅଣ୍ଟାଭିଡ଼ିଛନ୍ତି । ଉକ୍ତ ପ୍ରତିଷ୍ଠାନର ପ୍ରଥମ ଓ ଦ୍ୱିତୀୟ ବର୍ଷର ପ୍ରାୟ ୧୭୫ ଗୁରୁଛାତ୍ରୀଛାତ୍ର ନିଜ ନିଜ ଗ୍ରାମରେ ରହି ସେଠାକାର ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ଘରକୁ ଘର ବୁଲୁ ସ୍ଥାନୀୟ କ୍ଲବ ଘର,ମନ୍ଦିର ଆଦି ସ୍ଥାନରେ କୋଭିଡ କଟକଣାକୁ ମାନି ପାଠ ପଢାଉଛନ୍ତି । ଉକ୍ତ କାର୍ଯ୍ୟକୁ ପ୍ରତିଷ୍ଠାନର ଅଧକ୍ଷ, ବରିଷ୍ଠ ଶିକ୍ଷକ, ପ୍ରଶିକ୍ଷକ ପ୍ରମୁଖ ତଦାରଖ କରୁଛନ୍ତି । ଗୁରୁ ଛାତ୍ରଛାତ୍ରୀ ମାନେ ନିଜ ନିଜ ଅଞ୍ଚଳରେ ଥିବା ସରକାରି ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ପାଠପଢା ପ୍ରତି ଆଗ୍ରହ ମଧ୍ୟ ସୃଷ୍ଟି କରୁଛନ୍ତି । ଏହି କାର୍ଯ୍ୟକ୍ରମ ଚଳିତ ମାସ ୧୫ତାରିଖରୁ ଆରମ୍ଭ ହୋଇଛି । ଅକ୍ଟୋବର ୧୦ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ ବୋଲି ସୂଚନା ମିଳିଛି । ଏ ସମ୍ପର୍କରେ ଜ଼ିଲ୍ଲା ଶିକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନର ଅଧ୍ୟକ୍ଷ ଓମକାର ପଟ୍ଟନାୟକଙ୍କୁ ପଚାରିବାରୁ ଦୀର୍ଘ ଦେଢ଼ ବର୍ଷ ହେବ ବିଦ୍ୟାଳୟ ଗୁଡିକ ବନ୍ଦ ରହିଛି । ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ସ୍କୁଲ ଓ ପାଠପଢ଼ାରେ ଆଗ୍ରହ ସୃଷ୍ଟି କରିବା ଦିଗରେ ଏହା ଏକ ଅଭିନୟ ପ୍ରୟାସ । ଫଳରେ ସ୍କୁଲ ଓ ପାଠପଢା ପ୍ରତି ରୁଚି ବଢିବ । ଯେତେବେଳେ ସ୍କୁଲ ଖୋଲିବ ସେତେବେଳେ ପିଲାମାନେ ସ୍କୁଲ ଯିବାକୁ ଆଗ୍ରହ ପ୍ରକାଶ କରିବେ ବୋଲି ଶ୍ରୀ ପଟ୍ଟନାୟକ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking