29.1 C
Bhubaneswar
Wednesday, April 24, 2024
Homeଓଡିଶାବିବେକାନନ୍ଦ ଶିକ୍ଷା କେନ୍ଦ୍ରର ୨୨ ତମ ଜନ୍ମଦିନ ପାଳନ ସମାରୋହ

ବିବେକାନନ୍ଦ ଶିକ୍ଷା କେନ୍ଦ୍ରର ୨୨ ତମ ଜନ୍ମଦିନ ପାଳନ ସମାରୋହ

ମୟୂରଭଞ୍ଜ: ଜିଲ୍ଲାର  ବଡ଼ସାହି ବିବେକାନନ୍ଦ ବିହାରସ୍ଥିତ ବାଣୀପୀଠ ଦ୍ବାରା ପରିଚାଳିତ ବିବେକାନନ୍ଦ ଶିକ୍ଷା କେନ୍ଦ୍ର ( ଆବାସିକ)ର ୨୨ ତମ ଜନ୍ମଦିନ ସମାରୋହ କୋଭିଡ଼ ନିୟମ ମାନି ନିରାଡ଼ମ୍ବର ଭାବେ ପାଳିତ ହୋଇଯାଇଛି । ଏଥିରେ ଅବସର ପ୍ରାପ୍ତ ଶିକ୍ଷକ ରଣଜିତ୍ କୁମାର ଦାସ ସଭାପତିତ୍ଵ କରିଥିଲେ । ମୁଖ୍ୟ ଅତିଥି ଭାବେ ବ୍ଲକ ଅତିରିକ୍ତ ଗୋଷ୍ଠି ଶିକ୍ଷାଧିକାରୀ ପଦ୍ମଲୋଚନ ଦାସ ଯୋଗଦାନ କରି ସମ୍ପ୍ରତିକ ସମାଜରେ ନୈତିକ ଚେତନାର ଅଭାବ ପାଇଁ ବିଭିନ୍ନ ସମସ୍ୟା ଦେଖା ଦେଉଥିବା ବେଳେ ଆଗାମୀ ବଂଶଧରମାନଙ୍କ ଭିତରେ ଭାରତୀୟ ସଂସ୍କୃତି ଓ ପରମ୍ପରାକୁ ଉଦ୍ଜିବିତ କରାଇବା ପାଇଁ ପିଲାମାନଙ୍କ ଭିତରେ ଆଧ୍ୟାତ୍ମିକ ଚେତନା ସହିତ ଦେଶ ପ୍ରେମର ଭାବ ଜାଗ୍ରତ ହେବା ଉଚିତ ବୋଲି ମତବ୍ୟକ୍ତ କରିଥିଲେ । ମୁଖ୍ୟବକ୍ତା ଭାବେ ସମାଜସେବୀ ବସନ୍ତ କୁମାର ମହାପାତ୍ର ଏବଂ ସମ୍ମାନୀତ ଅତିଥି ଭାବେ ଜେଜେ ଗୁରୁଜୀ ବେଣୁଧର ଜେନା, ମାନସ ରଞ୍ଜନ ରଥ, ରଞ୍ଜନ କୁମାର ଜେନା ଓ ବୃନ୍ଦାବତୀ ନାୟକ ଯୋଗଦାନ କରି ଗୁରୁଜୀ ଗୁରୁମାଙ୍କ ସହିତ ପିଲାମାନେ ସ୍ଵାମୀ ବିବେକାନନ୍ଦଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ପାଇଁ ପରାମର୍ଶ ଦେଇଥିଲେ । ପ୍ରାରଂଭରେ ସ୍ଵାମୀ ବିବେକାନନ୍ଦ ଓ ଭାରତ ମାତାଙ୍କ ପୂଜା ଅର୍ଚ୍ଚନା କାର୍ଯ୍ୟ ଗୁରୁମା ଜୟଶ୍ରୀ ଖଟୁଆ ଓ ଶୁଭଶ୍ରୀ ଦାସଙ୍କ ତତ୍ତ୍ଵାବଧାନରେ ଛାତ୍ରଛାତ୍ରୀଙ୍କ ଦ୍ଵାରା ଅନୁଷ୍ଠିତ ହୋଇଥିଲା । ଛାତ୍ରୀମାନେ ଆବାହନୀ ସଂଗୀତ ଗାନ କରିଥିଲେ । ମଂଚ ପରିଚାଳନା ସଂପାଦକ ଡକ୍ଟର କୁମାର ବାବୁଲି କରିଥିବା ବେଳେ ଅତିଥି ପରିଚୟ ଶୁଭଜିତ ଶୁଭଙ୍କର ରାଉତ ପ୍ରଦାନ କରିଥିଲେ । ପ୍ରଧାନ ଆଚାର୍ଯ୍ୟା ସୂର୍ଯ୍ୟକାନ୍ତି ପୁହାଣ ପ୍ରାରଂଭିକ ସୂଚନା ସହିତ ବାର୍ଷିକ ବିବରଣୀ ପାଠ କରିଥିଲେ । ପରେ ପରେ ଶିକ୍ଷା କେନ୍ଦ୍ରର ସ୍ଵନକ୍ଷତ୍ର ଦିବସ ଉପରେ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା । ଶେଷରେ ଦିପ୍ତିସ୍ମିତା ପ୍ରିୟଦର୍ଶନୀ ଧନ୍ୟବାଦ ଅର୍ପଣ କରିଥିଲେ ।

 

(ମୟୁରଭଞ୍ଜ ବଡ଼ସାହିରୁ ସୂର୍ଯ୍ୟକାନ୍ତି ରାଉତଙ୍କ ରିପୋଟ )

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking