29.1 C
Bhubaneswar
Sunday, May 19, 2024
Homeକରୋନା ଓଡିଶାଲୋକଙ୍କ ଗହଳି ହିଁ ହେବ ତୃତୀୟ ଲହରର କାରଣ: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଲୋକଙ୍କ ଗହଳି ହିଁ ହେବ ତୃତୀୟ ଲହରର କାରଣ: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର: ତୃତୀୟ ଲହର ପାଇଁ ଆମେ ପ୍ରସ୍ତୁତ ଅଛୁ, ଆକ୍ସନ ପ୍ଲାନ ପ୍ରସ୍ତୁତ କରାଯାଉଛି । ରାଜ୍ୟରେ କରୋନା ସ୍ଥିତି ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି । ପଜିଟିଭ ବଢୁଥିବା ଜିଲ୍ଲାରେ ସଂକ୍ରମଣ ଏବେ ପ୍ଳାଟୋ ଷ୍ଟେଜରେ ଅଛି । ସେସବୁ ଜିଲ୍ଲାକୁ ଅଧିକ ଫୋକସ କରାଯିବା ସହ ସର୍ଭେଲାନ୍ସ ତ୍ୱରାନ୍ୱିତ କରାଯାଉଛି ବୋଲି ସେ କହିଛନ୍ତି । ୬ ରୁ ୭ ସପ୍ତାହରେ ତୃତୀୟ ଲହର ଆସିବ ବୋଲି ଏମ୍ସ ନିର୍ଦ୍ଦେଶକ କହିଛନ୍ତି । କଟକଣା କୋହଳ ଯୋଗୁଁ ଲୋକଙ୍କ ଗହଳି ହିଁ ତୃତୀୟ ଲହରର କାରଣ ହେବ । ତୃତୀୟ ଲହର ପାଇଁ ଆମେ ପ୍ରସ୍ତୁତ ଅଛୁ, ଆକ୍ସନ ପ୍ଲାନ ପ୍ରସ୍ତୁତ କରାଯାଉଛି । ଫୋକସ, ସର୍ଭେଲାନ୍ସକୁ ଅଗଷ୍ଟ ପରେ ସରକାର ବଢ଼ାଇପାରନ୍ତି ବୋଲି ସେ ସୂଚନା ଦେଇଛନ୍ତି । ଛୋଟପିଲାଙ୍କୁ ସଂକ୍ରମଣ ଆଶଙ୍କା ପାଇଁ ଟ୍ରେନିଂ ମୋଡାଲିଟି ବଢାଯାଇଛି । ପେଡିଆଟ୍ରିକ୍ସ୍ ଓ ଜେନେରାଲ ଏମ୍‌ବିବିଏସ୍ ମାନଙ୍କୁ ଟ୍ରେନିଂ ଦିଆଯାଉଛି ବୋଲି ସେ କହିଛନ୍ତି । ଗତକାଲି ରାଜ୍ୟରେ କରୋନା ସ୍ଥିତି ନେଇ ଡିଏମ୍‌ଇଟି ସିବିକେ ମହାନ୍ତି କହିଥିଲେ ଏବେ ସଂକ୍ରମଣ ସ୍ଥିର ଅବସ୍ଥାରେ ଅଛି । ତେବେ ତୃତୀୟ ଲହର ନେଇ ଆକଳନ କରାଯାଇଛି କିନ୍ତୁ ଏବେ ତାହା ଆସିନାହିଁ । ମାଡ୍ରାସ ଇନଷ୍ଟିଚ୍ୟୁଟ୍ କହୁଥିବା ଆର୍ ଭ୍ୟାଲୁ ଗ୍ରାଉଣ୍ଡରେ ପ୍ରତିଫଳିତ ହେଉନାହିଁ ବୋଲି ସେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking