27.1 C
Bhubaneswar
Wednesday, May 8, 2024
Homeଓଡିଶାଟାଟା କମ୍ପାନୀରେ ଚାକିରି ଦେବା ନାଁରେ ଠକେଇ ମାମଲା: ଆକାଶ ପାଠକଙ୍କ ବିଏମଡବ୍ଲୁ ଗାଡ଼ି ଉଠାଇନେଲା...

ଟାଟା କମ୍ପାନୀରେ ଚାକିରି ଦେବା ନାଁରେ ଠକେଇ ମାମଲା: ଆକାଶ ପାଠକଙ୍କ ବିଏମଡବ୍ଲୁ ଗାଡ଼ି ଉଠାଇନେଲା ଇଡି

ଭୁବନେଶ୍ୱର: ଟାଟା କମ୍ପାନୀରେ ଚାକିରି ଦେବା ନାଁରେ ଠକେଇ ମାମଲାରେ ଇଡିର କାର୍ଯ୍ୟାନୁଷ୍ଠାନ । ରାଜ୍ୟ ବାହାରୁ ଆକାଶ ପାଠକଙ୍କ BMW ଗାଡ଼ି ଉଠାଇନେଇଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ୨୦୨୦ ମସିହା ଅକ୍ଟୋବର ୫ରେ ଏହି କାରକୁ କିଣାଯାଇଥିଲା । ଗଞ୍ଜାମ ଆରଟିଓରେ ଗାଡିର ରେଜିଷ୍ଟ୍ରେସନ ରହିଛି ।

ଏହି ମାମଲାରେ ପୂର୍ବରୁ ଇଡି ଆକାଶଙ୍କୁ ଜେରା କରିସାରିଛି । ଏହି ଗାଡିକୁ ବିଏମଡବ୍ଲୁ ସୋ ରୁମରୁ କିଣିଥିଲେ ଆକାଶ । ସୋ ରୁମ ମାଲିକ ଚର୍ଚ୍ଚିତ ମିଶ୍ରଙ୍କୁ ପଚରାଉଚରା କରାଯାଇଥିଲା । ଗାଡିର ମୂଲ୍ୟ ୭୦ ଲକ୍ଷରୁ ଅଧିକ ହେବ । କଳାଟଙ୍କାର ଦାମୀ ଗାଡି କିଣାଯାଇଥିବା ଅଭିଯୋଗ ହୋଇଛି । ଆକାଶଙ୍କ ଗିରଫ ପରେ ଗାଡିର ପତ୍ତା ମିଳୁନଥିଲା । ଏବେ ରାଜ୍ୟ ବାହାରୁ ବିଏମଡବ୍ଲୁ ଗାଡ଼ି ଉଠାଇନେଇଛି ଇଡି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking