30.1 C
Bhubaneswar
Friday, April 26, 2024
Homeଓଡିଶାତାରାଙ୍କ ପ୍ରଶ୍ନ ବାଚସ୍ପତି କେତେ ନିରାପଦ?

ତାରାଙ୍କ ପ୍ରଶ୍ନ ବାଚସ୍ପତି କେତେ ନିରାପଦ?

ଭୁବନେଶ୍ୱର (ଓଏନଏ): କରୋନା ଆତଙ୍କ ଏବେ ସବୁଆଡ଼େ ଖେଳିଛି । ସମସ୍ତେ ଏବେ ଏହାକୁ ନେଇ ଚିନ୍ତିତ । ସବୁ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବାରେ ଲାଗିଛନ୍ତି । ବିଶେଷ କରି ଓଡ଼ିଶାରେ ତୃତୀୟ କରୋନାରୋଗୀ ଚିହ୍ନଟ ହେବା ପରେ ଚିନ୍ତା ବଢ଼ିଛି । ବିଧାନସଭା ଇତିହାସରେ ପ୍ରଥମଥର ପାଇଁ ଅନ୍ୟତ୍ର ଅଧିବେଶନ କରାଯାଉଛି । ଏହି ତୃତୀୟ ରୋଗୀଙ୍କ ସମ୍ପର୍କରେ ବିଧାନସଭାର ୭ଜଣ କର୍ମଚାରୀ ଆସିଥିବାରୁ ଓ ସେ କର୍ମଚାରୀ ଅନ୍ୟମାନଙ୍କ ସହ ମିଶିଥିବାରୁ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ସବୁ କର୍ମଚାରୀଙ୍କୁ କ୍ୱାରେଣ୍ଟାଇନରେ ରହିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଏବଂ ବିଧାନସଭାକୁ ବନ୍ଦ କରି ବିଶୋଧନ କରୁଛନ୍ତି । ଏ କ୍ଷେତ୍ରରେ ଏବେ କଂଗ୍ରେସ ବିଧାୟକଦଳର ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି ଓ ଆଉ କେତେଜଣ ବିଧାୟକ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଉଠାଇଛନ୍ତି । ସେମାନେ ବାଚସ୍ପତି ଓ ଉପବାଚସ୍ପତିଙ୍କ ଆଡ଼କୁ ଆଙ୍ଗୁଠି ଦେଖାଇଛନ୍ତି । ଯଦି ବିଧାନସଭାର ସବୁ କର୍ମଚାରୀଙ୍କୁ ଆଶଙ୍କା କରି କ୍ୱାରେଣ୍ଟାଇନରେ ଯିବାକୁ ନିର୍ଦ୍ଦେଶ ଦିଆଗଲା ତେବେ ବାଚସ୍ପତି ଓ ଉପ-ବାଚସ୍ପତିଙ୍କ ପାଖକକୁ କଣ ଅଫିସ କାର୍ଯ୍ୟକ୍ରମ ନେଇ ବିଧାନସଭାର କୌଣସି କର୍ମଚାରୀ ଯାଇ ନ ଥିବେ? ନିଶ୍ଚିତ ଭାବରେ ବାଚସ୍ପତିଙ୍କ ପାଖକୁ ବିଧାନସଭା କର୍ମଚାରୀ ଫାଇଲ ନେଇ ଯାଇଥିବେ । ଏଣୁ ଯଦି କର୍ମଚାରୀମାନଙ୍କୁ କ୍ୱାରେଣ୍ଟାଇନରେ ପଠାଗଲା ତେବେ ବାଚସ୍ପତି ଓ ଉପବାଚସ୍ପତି କିପରି ଏଥିରୁ ବାଦ ଗଲେ ବୋଲି ପ୍ରଶ୍ନ ଉଠାଇଛନ୍ତି ।
ଆସନ୍ତାକାଲି (୩୦ ତାରିଖ) ଲୋକସେବା ଭବନରେ ବିଧାନସଭା ଅଧିବେଶନ ବସିବାକୁ ଯାଉଛି । ଏହି ଅଧିବେଶନରେ ବାଚସ୍ପତି/ଉପ-ବାଚସ୍ପତି ଅଧ୍ୟକ୍ଷତା କରିବେ । ବିଧାୟକମାନେ ଏହି ଅଧିବେଶନରେ ଯୋଗଦେବେ । ବାଚସ୍ପତି ଓ ଉପ-ବାଚସ୍ପତି କର୍ମଚାରୀଙ୍କ ସଂସ୍ପର୍ଷରେ ଆସିଥିବାରୁ ଅଧିବେଶନରେ ବେଳେ ବିଧାୟକମାନେ ସେମାନଙ୍କ ସହ ଆଲୋଚନା କରିବେ । ଯଦି କୌଣସି ବିଧାୟକଙ୍କର କିଛି ହେଲା ତାହାହେଲେ କିଏ ଦାୟୀ ହେବ ବୋଲି ଶ୍ରୀ ବାହିନୀପତି ପ୍ରଶ୍ନ ଉଠାଇଛନ୍ତି । ବାଚସ୍ପତି ଓ ଉପ-ବାଚସ୍ପତି କିଭଳି ଭାବରେ କ୍ୱାରେଣ୍ଟାଇନରେ ନ ଗଲେ ସେ ନେଇ ଆଲୋଚନା ହେଉଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking