27.1 C
Bhubaneswar
Thursday, April 25, 2024
Homeଓଡିଶା୨୪ ଘଂଟାରେ କରୋନା ନେଲା ୬ ଜୀବନ

୨୪ ଘଂଟାରେ କରୋନା ନେଲା ୬ ଜୀବନ

ଭୁବନେଶ୍ୱର : କରୋନା କବଳରେ ଏବେ ସାରା ପୃଥିବୀ । କରୋନା କୋଳରୁ ବର୍ତିବା ପାଇଁ ଏବେ ସାରା ବିଶ୍ୱ ପ୍ରଚେଷ୍ଟା ଜାରି ରଖିଛି । ଦିନକୁ ଦିନ ଏବେ ବିଶ୍ୱରେ କରୋନା ମୃତକଙ୍କ ସଂଖ୍ୟା ବୃଦ୍ଧି ପାଉଛି । ଏହାରି ଭିତରେ ଭାରତରେ
୨୪ ଘଣ୍ଟା ମଧ୍ୟରେ ଭାରତରେ କରୋନାରେ ୬ ଜଣଙ୍କର ମୃତ୍ୟୁ ଘଟିଛି। ଏବେ ବେକାବୁ ହୋଇପଡିବି କରୋନା । ସତେ ଯେପରି ଏହା କାହା ଆୟତରେ ନାହିଁ । ଦିନକୁ ଦିନ ବୃଦ୍ଧି ପାଉଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଓ ମୃତକଙ୍କ ସଂଖ୍ୟା ।
ଫଳରେ କରୋନା ଭାଇରସ୍ ଜନିତ ମୃତ୍ୟୁ ସଂଖ୍ୟା ଦେଶରେ ୨୫ ଛୁଇଁଛି। ଅନ୍ୟପକ୍ଷରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ ହଜାର ଅତିକ୍ରମ କରିଛି।
ମହାରାଷ୍ଟ୍ରରେ ସର୍ବାଧିକ ୧୯୪ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ରବିବାର ସକାଳେ ଏଠାରେ ୭ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନେ ପୁଣେ, ସଙ୍ଗଲି ଏବଂ ନାଗପୁରର ବାସିନ୍ଦା ବୋଲି ଜଣାପଡ଼ିଛି। ସେହିପରି କେରଳରେ ୧୮୨ ଜଣ ଏଥିରେ ଆକ୍ରାନ୍ତ ହୋଇଛନ୍ତି।
ଆଜି ସକାଳେ ଅହମଦାବାଦରେ ଜଣେ ୪୫ ବର୍ଷ ବୟସ୍କ ବ୍ୟକ୍ତିଙ୍କର କରୋନାରେ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ଗୁଜୁରାଟରେ କରୋନା ମୃତ୍ୟୁ ସଂଖ୍ୟା ୫ରେ ପହଞ୍ଚିଛି। ମୃତକ ମଧୁମେହ ରୋଗରେ ମଧ୍ୟ ଆକ୍ରାନ୍ତ ଥିଲେ।
ତେଲେଙ୍ଗାନାରେ ମଧ୍ୟ ଜଣଙ୍କର କରୋନାରେ ମୃତ୍ୟୁ ଘଟିଛି। ତାଙ୍କୁ ୭୪ ବର୍ଷ ହୋଇଥିଲା। ସେ ବିଦେଶ ଯାତ୍ରା କରି ନଥିଲେ। ହେଲେ ନିକଟରେ ବିମାନରେ ଦିଲ୍ଲୀରୁ ଫେରିଥିଲେ।
ସୂଚନାଯୋଗ୍ୟ, ବିଶ୍ୱର ୧୯୯ଟି ଦେଶକୁ ଏହି ମହାମାରୀ ବ୍ୟାପିଥିବା ବେଳେ ୩୦, ୮୮୨ ଜଣଙ୍କର ମୃତ୍ୟୁ ଘଟିଛି। ୬୬୪,୦୭୧ ଜଣ ଆକ୍ରାନ୍ତ ହୋଇଛନ୍ତି।ଅନ୍ୟପକ୍ଷରେ କରୋନା ଭାଇରସ୍କୁ ମାତ୍ ଦେବାକୁ ସାରା ଦେଶ ଏବେ ଲକ୍ ଡାଉନ୍‌ ରହିଛି। ଦେଶରେ ଏବେ କରୋନା ତୃତୀୟ ଷ୍ଟେଜରେ ଚାଲିଥିବା ଜଣାପଡ଼ିଛି।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking