40.1 C
Bhubaneswar
Saturday, April 27, 2024
Homeଅପରାଧପିଲା ହେଲାନି ବୋଲି ତାନ୍ତ୍ରିକ ପୁଅକୁ ଗୁଳି ମାରିଦେଲେ

ପିଲା ହେଲାନି ବୋଲି ତାନ୍ତ୍ରିକ ପୁଅକୁ ଗୁଳି ମାରିଦେଲେ

ଭୋପାଳ: ବିଜ୍ଞାନ ଯୁଗରେ ମଧ୍ୟ କିଛି ଲୋକ ଅନ୍ଧବିଶ୍ୱାସକୁ ବିଶ୍ୱାସ କରୁଛନ୍ତି । ଡାକ୍ତର ଯେଉଁକାମ କରିପାରୁ ନାହାନ୍ତି ତାହା ତାନ୍ତ୍ରିକ କରିପାରିବ ବୋଲି ଅନ୍ଧବିଶ୍ୱାସ ଭିତରେ ରଖିଛନ୍ତି । ତେବେ ଏହାର ପରିଣାମ ଯେ କେତେ ଭୟଙ୍କର ତାହା ଏବେ ସାମନାକୁ ଆସିଛି । ଭଣ୍ଡ ତାନ୍ତ୍ରିକର ପୂଜାପାଠରେ ନିଃସନ୍ତାନ ବ୍ୟକ୍ତି ସନ୍ତାନ ପ୍ରାପ୍ତିର ଆଶା ରଖିଥିଲେ । ମାତ୍ର ପୂଜାପାଠ କାମ ନଦେବାରୁ ତାନ୍ତ୍ରିକର ପୁଅକୁ ଗୁଳି କରିଦେଇଛନ୍ତି । ମଧ୍ୟପ୍ରଦେଶର ଇନ୍ଦୋରରେ ଏପରି ଏକ ଘଟଣା ସାମନାକୁ ଆସିଛି ।

ଭଣ୍ଡ ତାନ୍ତ୍ରିକର ପୂଜାପାଠ କାମ ନଦେବାରୁ ତାନ୍ତ୍ରିକର ପୁଅକୁ ଗୁଳି କରିଦେଇଛନ୍ତି ଦୁଇବ୍ୟକ୍ତି । ପୋଲିସର ସୂଚନା ଅନୁସାରେ, ମହେଶ ସିନ୍ଦେଲ ଏବଂ ସୋନୁ ବ୍ୟାସଙ୍କୁ ଏହି ଘଟଣାରେ ଗିରଫ କରାଯାଇଛି । ମହେଶଙ୍କର ପିଲାପିଲି ହେଉନଥିବାରୁ ସେ ତାନ୍ତ୍ରିକ ସହ ଯୋଗାଯୋଗ କରିଥିଲେ । ତେବେ ପୂଜାପାଠ ଓ ତନ୍ତ୍ରମନ୍ତ୍ର କରିବା ପରେ ତାଙ୍କର ସନ୍ତାନ ହେବ ବୋଲି ତାନ୍ତ୍ରିକ କହିଥିଲା । ମାତ୍ର ସବୁ ପୂଜା କରିବା ପରେ ମଧ୍ୟ କୌଣସି ଫଳ ମିଳିନଥିଲା । ତାନ୍ତ୍ରିକକୁ ଏହା କହିବା ପରେ ମଧ୍ୟ ସେ ମିଛ ପ୍ରତିଶ୍ରୁତି ଦେଉଥିଲେ । ରାଗରେ ଜର୍ଜରିତ ମହେଶ ପ୍ରତିଶୋଧ ନେବାକୁ ଯୋଜନା କରିଥିଲା ।

ତାନ୍ତ୍ରିକର ପୁଅ ଦୀପକ ନାଗର ବାଇକରେ ଯିବାବେଳେ ମହେଶ ଏବଂ ସହଯୋଗୀ ସୋନୁ ତାଙ୍କ ଉପରକୁ ଗୁଳି ଚଳାଇଥିଲେ । ଗୁଳିଟି ସିଧାଯାଇ ଦୀପକଙ୍କ ପିଠିରେ ବାଜିଥିଲା । ତାଙ୍କୁ ତୁରନ୍ତ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ବର୍ତ୍ତମାନ ତାଙ୍କର ଚିକିତ୍ସା ଚାଲିଥିବା ବେଳେ ସେ ଏବେ ବିପଦ ମୁକ୍ତ ଅଛନ୍ତି । ଅଭିଯୁକ୍ତଙ୍କୁ ପଚରାଉଚରା କରିବା ପରେ ପୋଲିସ କହିଛି ଯେ ତାନ୍ତ୍ରିକ ପରଶରାମ ନାଗରଠାରୁ ପ୍ରତିଶୋଧ ନେବା ପାଇଁ ଅଭିଯୁକ୍ତ ମହେଶ ଯୋଜନା କରିଥିଲା । ତାନ୍ତ୍ରିକ ତାଙ୍କୁ ମିଥ୍ୟା ପ୍ରତିଶ୍ରୁତି ଦେଇ ପ୍ରତାରିତ କରିଥିଲେ । ପୂଜାପାଠ ପରେ ମଧ୍ୟ ତାଙ୍କର ସନ୍ତାନ ନହେବାରୁ ସେ ପରଶରାମଙ୍କ ପୁଅ ଉପରେ ଗୁଳି ଚଳାଇ ପ୍ରତିଶୋଧ ନେବାକୁ ଷଡଯନ୍ତ୍ର କରିଥିଲା । ଘଟଣାର ଦୁଇ ଦିନ ପୂର୍ବରୁ ମହେଶ ଏବଂ ତାନ୍ତ୍ରିକଙ୍କ ମଧ୍ୟରେ ଝଗଡା ହୋଇଥିଲା । ଏଥିପାଇଁ ମହେଶ ଏକ ପିସ୍ତଲ ମଧ୍ୟ କିଣିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking