42.1 C
Bhubaneswar
Saturday, April 27, 2024
Homeଦେଶ ବିଦେଶଏହି ଦେଶରେ ୧୪ ବର୍ଷରୁ କମ୍ ବୟସ୍କ ପିଲାଙ୍କୁ ଫେସବୁକ୍‌, ଇନଷ୍ଟାଗ୍ରାମ୍ ଓ ଟିକଟକ୍ ମନା

ଏହି ଦେଶରେ ୧୪ ବର୍ଷରୁ କମ୍ ବୟସ୍କ ପିଲାଙ୍କୁ ଫେସବୁକ୍‌, ଇନଷ୍ଟାଗ୍ରାମ୍ ଓ ଟିକଟକ୍ ମନା

ଫ୍ଲୋରିଡ଼ା: ଆମେରିକାର ଫ୍ଲୋରିଡା ରାଜ୍ୟରେ ୧୪ ବର୍ଷରୁ କମ୍ ପିଲାମାନେ ଏଣିକି ସୋସିଆଲ ମିଡିଆ ବ୍ୟବହାର କରିପାରିବେ ନାହିଁ । ରାଜ୍ୟପାଳ ରନ୍ ଡିସାଣ୍ଟିସ୍ ଏହି ଆଇନକୁ ଅନୁମୋଦନ କରିଛନ୍ତି । ଏହା ଆସନ୍ତା ବର୍ଷ ଅର୍ଥାତ୍ ୨୦୨୫ରୁ କାର୍ଯ୍ୟକାରୀ ହେବ । ନିୟମ ଅନୁଯାୟୀ, ୧୪ ରୁ ୧୫ବର୍ଷ ବୟସର ପିଲାମାନେ କେବଳ ସେମାନଙ୍କ ପିତାମାତା ଲିଖିତ ସମ୍ମତି ପ୍ରଦାନ କଲେ ହିଁ ଇନଷ୍ଟାଗ୍ରାମ ଏବଂ ସ୍ନାପଚାଟ ବ୍ୟବହାର କରିପାରିବେ। କମ୍ପାନୀଗୁଡିକ ୧୪ ବର୍ଷରୁ କମ୍ ପିଲାମାନଙ୍କର ସୋସିଆଲ୍ ମିଡିଆ ଆକାଉଣ୍ଟ ଡିଲିଟ୍ କରିବାକୁ କୁହାଯାଇଛି । ଯଦି ଆଦେଶ ପାଳନ କରା ନ ଯାଏ ତେବେ ଜରିମାନା ଲାଗୁହେବ । ଆଇନ ଅନୁଯାୟୀ, ସମସ୍ତ ସୋସିଆଲ ମିଡିଆ ପ୍ଲାଟଫର୍ମରେ କେବଳ ବୟସ ଯାଞ୍ଚ ପରେ ୟୁଜରଙ୍କ ଆକାଉଣ୍ଟକୁ ସକ୍ରିୟ କରିବାକୁ କୁହାଯାଇଛି । ଯଦି କୌଣସି କମ୍ପାନୀ ୧୪ ବର୍ଷରୁ କମ୍ ପିଲାମାନଙ୍କର ସୋସିଆଲ୍ ମିଡିଆ ଆକାଉଣ୍ଟ୍ ଡିଲିଟ୍ କରେ ନାହିଁ, ତେବେ ସଂପୃକ୍ତ ପିଲାଙ୍କୁ ୧୦ ହଜାର ଡଲାରର କ୍ଷତିପୂରଣ ଦେବାକୁ ପଡିବ ।

ଏହା ବ୍ୟତୀତ କମ୍ପାନୀକୁ ୫୦ହଜାର ଡଲାର ପର୍ଯ୍ୟନ୍ତ ଜରିମାନା ମଧ୍ୟ କରାଯାଇପାରେ । ଫ୍ଲୋରିଡା ରାଜ୍ୟ ସରକାର ଆସନ୍ତା ବର୍ଷ ଜାନୁଆରୀରେ ଏହି ଆଇନ କାର୍ଯ୍ୟକାରୀ କରିବେ । ତେବେ ଆଇନ ବିଶେଷଜ୍ଞମାନଙ୍କ ଅନୁସାରେ ଏହି ଆଇନର କିଛି ଅଂଶ ଆମେରିକାର ସମ୍ବିଧାନର ଉଲ୍ଲଂଘନ, ତେଣୁ ଏହାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇପାରିବ । ପିଲାମାନଙ୍କର ମସ୍ତିଷ୍କ ଉପରେ ପ୍ରଭାବ ପଡୁଥିବା ଅଭିଯୋଗ ହେବା ପରେ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି । ଫ୍ଲୋରିଡାର ରିପବ୍ଲିକାନ୍ ସିନେଟର ପଲ୍ ରେନର୍ କହିଛନ୍ତି- ଏହି ବିଲ୍ ପାସ୍ କରିବା ମୋର ସ୍ୱପ୍ନ ଥିଲା । ଯେତେବେଳେ ପିଲାମାନଙ୍କର ମସ୍ତିଷ୍କ ବିକଶିତ ହୁଏ, ସେମାନେ ସୋସିଆଲ ମିଡ଼ିଆ ଯୋଗୁ ଭୁଲ ଜିନିଷରେ ଅଭ୍ୟସ୍ତ ହେଉଛନ୍ତି । ଏହାକୁ ଏଡ଼ାଇବା ଅତ୍ୟନ୍ତ ଜରୁରୀ । ଏହି ବିଲରେ ଅନେକ ଜିନିଷ ସ୍ପଷ୍ଟ ଭାବରେ ଉଲ୍ଲେଖ କରାଯାଇଛି । ଉଦାହରଣ ସ୍ୱରୂପ, କେଉଁ ପ୍ରକାରର ଜିନିଷ ପିଲାମାନଙ୍କ ମନକୁ ପ୍ରଭାବିତ କରେ ଏବଂ ସେସବୁ ଦ୍ୱାରା ବିଭିନ୍ନ କ୍ଷତି ହୋଇଥାଏ । ଯଦି କେ?ଣସି କମ୍ପାନୀ ଏହି ନିୟମ ପାଳନ କରୁନାହାନ୍ତି, ତେବେ ଜରିମାନା ଏବଂ କ୍ଷତିପୂରଣ ସହିତ କୋର୍ଟ ପ୍ରକ୍ରିୟାରେ ହୋଇଥିବା ଖର୍ଚ୍ଚ ଦେବାକୁ ପଡିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking