42.1 C
Bhubaneswar
Saturday, April 27, 2024
Homeଦେଶ ବିଦେଶଆଇପିଏଲ ବେଟିଂରେ ୧ କୋଟି ହରାଇଲେ ସ୍ୱାମୀ; ଜୀବନ ହାରିଲା ସ୍ତ୍ରୀ

ଆଇପିଏଲ ବେଟିଂରେ ୧ କୋଟି ହରାଇଲେ ସ୍ୱାମୀ; ଜୀବନ ହାରିଲା ସ୍ତ୍ରୀ

ବେଙ୍ଗାଲୁରୁ: ଭାରତର ଲୋକପ୍ରିୟ ଟି-୨୦ ଟୁର୍ଣ୍ଣାମେଣ୍ଟ ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ) ଆରମ୍ଭ ହେବା ମାତ୍ରେ ବେଟିଂ ମଧ୍ୟ ବୃଦ୍ଧି ପାଏ । ଏହି ଟୁର୍ଣ୍ଣାମେଣ୍ଟ ଦେଶରେ ବେଶ ଲୋକପ୍ରିୟତା ଅର୍ଜନ କରିଥିବାରୁ ଲୋକେ ବାଜି ମାରି ଅନେକ ଅର୍ଥ ଉପାର୍ଜନ କରୁଥିବା ଦେଖିବାକୁ ମିଳିଥାଏ । ହେଲେ ଏହା ବେଆଇନ ହୋଇଥିବାରୁ ପୋଲିସ ହାବୁଡ଼ରେ ପଡ଼ିଲେ ଗିରଫ ହୋଇଥାନ୍ତି । ତେବେ ଏହି ଆଇପିଏଲ ବେଟିଂକୁ ନେଇ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି ।

କର୍ଣ୍ଣାଟକ ରାଜଧାନୀ ବେଙ୍ଗାଲୁରୁରେ ଜଣେ ଇଞ୍ଜିନିୟର ଆଇପିଏଲ ବେଟିଂରେ ୧ କୋଟି ହରାଇବା ପରେ ପତ୍ନୀ ଜୀବନ ହାରିଥିବା ସୂଚନା ମିଳିଛି । ସୂଚନା ଅନୁସାରେ ବେଙ୍ଗାଲୁରୁର ଜଣେ ଯୁବ ଇଞ୍ଜିନିୟର ଦର୍ଶନ ବାବୁ କ୍ରିକେଟ ବେଟିଂ ପ୍ରତି ବେଶ ରୁଚି ରଖନ୍ତି । ଗତ ୨୦୨୧ ମସିହା ପରଠାରୁ ସେ କ୍ରମାଗତ ଭାବେ ଆଇପିଏଲ ମ୍ୟାଚରେ ବେଟିଂ ଲଗାଇ ଆସୁଛନ୍ତି । ଏପରିକି ବାଜି ମାରିବା ପାଇଁ ସେ ଅର୍ଥ ଧାର ଉଧାର ମଧ୍ୟ କରିଥାନ୍ତି । ନିକଟରେ ଦର୍ଶନ ବେଟିଂରେ ୧ କୋଟି କ୍ଷତି ସହିବା ପରେ ଏହାକୁ ସହଜରେ ଗ୍ରହଣ କରିପାରିନାହାନ୍ତି ତାଙ୍କ ୨୩ ବର୍ଷର ପତ୍ନୀ ରଞ୍ଜିତା । ସେ କର୍ଣ୍ଣାଟକ ଚିତ୍ରଦୁର୍ଗା ସ୍ଥିତ ବାସଭବନରେ ଗତ ମାର୍ଚ୍ଚ ୧୮ ତାରିଖରେ ଜୀବନ ହାରିଥିବା ପରିବାର ପକ୍ଷରୁ ସୂଚନା ମିଳିଛି । ସ୍ୱାମୀ ଦର୍ଶନ ହୋସାଦୁର୍ଗା ସ୍ଥିତ କ୍ଷୁଦ୍ର ଜଳସେଚନ ବିଭାଗରେ ଇଞ୍ଜିନିୟର ଭାବେ କାର୍ଯ୍ୟ କରୁଛନ୍ତି ।

ପରିବାରର କହିବାନୁସାରେ ଦର୍ଶନ ମୋଟା ଅଙ୍କର ଟଙ୍କା ହରାଇବା ପରେ ଧାର ଦେଇଥିବା ଲୋକଙ୍କ ନିର୍ଯାତନାକୁ ସହ୍ୟ କରିନପାରି ରଞ୍ଜିତା ଜୀବନ ହାରିଛନ୍ତି । ଦର୍ଶନ ୧ କୋଟି ଟଙ୍କା ବେଟିଂରେ ଲଗାଇବା ଲାଗି ୧.୫ କୋଟି ଟଙ୍କା ଉଧାର କରିଥିଲେ । ହେଲେ ଦୁର୍ଭାଗ୍ୟବଶତଃ ସେ ୧ କୋଟି ଟଙ୍କା ବେଟିଂରେ ହାରିଛନ୍ତି । ପୋଲିସର କହିବାନୁସାରେ ଦର୍ଶନ ୧ କୋଟି ଟଙ୍କା ଫେରାଇଥିବା ସତ୍ତ୍ୱେ ତାଙ୍କ ଉପରେ ଆହୁରି ୮୪ ଲକ୍ଷ ଟଙ୍କାର ଋଣ ଅଛି । ମୃତ ମହିଳା ରଞ୍ଜିତା ଗତ ୨୦୨୦ ମସିହାରେ ଦର୍ଶନଙ୍କୁ ବିବାହ କରିଥିଲେ । ଦର୍ଶନଙ୍କ ଏଭଳି କାର୍ଯ୍ୟକଳାପ ସମ୍ପର୍କରେ ସେ ୨୦୨୧ରେ ଜାଣିବାକୁ ପାଇଥିଲେ । ଏହାକୁ ନେଇ ସେ ଅନେକ ସମୟରେ ଚିନ୍ତିତ ରହୁଥିଲେ । ରଞ୍ଜିତାଙ୍କ ପିତା ଭେଙ୍କଟେଶ ଏ ନେଇ କହିଛନ୍ତି, ଋଣ ଦେଇଥିବା ବ୍ୟକ୍ତି ଜଣକ ଲଗାତାର ଭାବେ ତାଙ୍କ ଝିଅକୁ ମାନସିକ ନିର୍ଯାତନା ଦେଇଆସୁଥିଲେ । ଏଥିଲାଗି ଝିଅ ଏଭଳି ଚରମ ନିଷ୍ପତ୍ତି ନେଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking