42.1 C
Bhubaneswar
Saturday, April 27, 2024
Homeଦେଶ ବିଦେଶଯୁବତୀଙ୍କୁ ବିବାହ ପ୍ରତିଶୃତି ଦେଇ ଯୁବକ ଲୁଟିନେଲା ୨.୭୧ କୋଟି

ଯୁବତୀଙ୍କୁ ବିବାହ ପ୍ରତିଶୃତି ଦେଇ ଯୁବକ ଲୁଟିନେଲା ୨.୭୧ କୋଟି

ହାଇଦ୍ରାବାଦ: ମାଟ୍ରିମୋନିରୁ ଖୋଜୁଛନ୍ତି କି ଜୀବନ ସାଥୀ, ତେବେ ହୋଇଯାଆନ୍ତୁ ସାବଧାନ । ମିଠା କଥା କହି ଚୂନ ଲଗାଇପାରନ୍ତି ଠକ । ଏଭଳି ଏକ ଘଟଣା ଆସିଛି ହାଇଦ୍ରାବାଦରୁ । ଯେଉଁଠି ମାଟ୍ରିମୋନି ସାଇଟରୁ ପରିଚୟ ହୋଇ ଯୁବତୀଙ୍କୁ ବିବାହର ପ୍ରତିଶୃତି ଦେଇ ୨.୭୧ କୋଟି ଟଙ୍କା ଠକି ନେଇଛନ୍ତି ଜଣେ ଯୁବକ । ତେବେ ଯୁବତୀଙ୍କ ଅଭିଯୋଗ ପରେ ଅଭିଯୁକ୍ତ ଯୁବକକୁ ଗତକାଲି ଗିରଫ କରାଯାଇଛି । ଏହାସହ ପୂର୍ବରୁ ମଧ୍ୟ ଯୁବକ ଜଣଙ୍କ ତେଲଙ୍ଗାନା, ଆନ୍ଧ୍ରପ୍ରଦେଶ ଓ ତାମିଲନାଡୁର ଏଭଳି ଅନେକ ଯୁବତୀଙ୍କୁ ନିଜ ଜାଲରେ ଫସାଇଥାବା ସୂଚନା ରହିଛି । ସାଇବରବାଦ କ୍ରାଇମ ଡିସିପି କୋଥାପାଲ୍ଲୀ ନରସିଂହ ଏବଂ ସାଇବର କ୍ରାଇମ ଏସିପି ରବିନ୍ଦର ରେଡ୍ଡୀଙ୍କ ସୂଚନା ଅନୁସାରେ, ଆନ୍ଧ୍ରପ୍ରଦେଶ ବିଜୟୱାଡା ଅଞ୍ଚଳ ପୋରଙ୍କି ଗାଁର ପୋଟଲୁରୀ ଶ୍ରୀବାଲା ଭାମସି କୃଷ୍ଣ (୩୭) ବେଟିଂରେ ଅଭ୍ୟସ୍ତ ଥିଲା ।

ଏହାସହ ମାଟ୍ରିମୋନିରେ ଏକ ନକଲି ନାମ ଥିବା ଆକାଉଣ୍ଡ ଖୋଲି ଯୁବତୀମାନଙ୍କୁ ବିବାହ ପ୍ରସ୍ତାବ ପାଇଁ ଅନୁରୋଧ ପଠାଉଥିଲା । ଏଥିମଧ୍ୟରୁ ପ୍ରାୟ ୬ ଜଣ ଯୁବତୀ ବିବାହ ପ୍ରସ୍ତାବ ଅନୁରୋଧ ଗ୍ରହଣ କରିଥିଲେ । ଏହାପରେ ଯୁବତୀମାନଙ୍କ ମନରେ ନିଜ ପ୍ରତି ବିଶ୍ୱାସ ଜନ୍ମାଇ ସେମାନଙ୍କ ଠାରୁ ଫୋନ ନମ୍ବର ନେଇ କଥା ହେବା ସହ ସେମାନଙ୍କ ଠାରୁ ଟଙ୍କା ଠକିବା ଆରମ୍ଭ କରିଥିଲା । ସେ ଆମେରିକାରେ କାମ କରୁଛି ଏବଂ ପାର୍ଟନର ଭିସା କରିବାକୁ କହି ଯୁବତୀମାନଙ୍କ ଠାରୁ ଟଙ୍କା ଠକେଇ କରୁଥିଲା । ଏଭଳି ସ୍ଥିତିରେ ହାଇଦ୍ରାବାଦ ମାଦିନଗୁଡାର ଭାମସକ୍ରିଷ୍ଣା (୩୦) ନାମକ ଜଣେ ଯୁବତୀଙ୍କୁ ନିଜ ଜାଲରେ ଫସାଇଥିଲା ଶ୍ରୀବାଲା ଭାମସି କୃଷ୍ଣ । ଯୁବକ ଜଣଙ୍କ ଯୁବତୀଙ୍କୁ କହିଥିଲେ ଯେ, ସେ ଆମେରିକାର ଗ୍ଲେନମାର୍କ ଫାର୍ମାରେ ସହକାରୀ ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରୁଛନ୍ତି । ବିବାହ ପରେ ତାଙ୍କ ସହ ଆମେରିକାରେ ଯିବାକୁ ହେଲେ ପାର୍ଟନର ଭିସା ପାଇଁ ଉଓଈଓଖ ସ୍କୋର ୮୪୫ରୁ ଅଧିକ ହେବା ଉଚିତ । ଭାମସକ୍ରିଷ୍ଣାଙ୍କ ଉଓଈଓଖ ସ୍କୋର ହେଉଛି ୭୪୩ । ଏହାକୁ ବଢ଼ାଇବା ପାଇଁ ଗ୍ଲେନମାର୍କ କମ୍ପାନୀ ଋଣ ଦେବ ।

ତେବେ ଯୁବକଙ୍କ ଏଭଳି କଥାକୁ ବିଶ୍ୱାସ କରିବା ପରେ ଯୁବତୀ ଜଣଙ୍କ ପର୍ସନାଲ ଲୋନ, କ୍ରେଡିଟ କାର୍ଡ ଏବଂ କାର ଲୋନ ନେଇଥିଲେ । ଏହାପରେ ଯୁବକ ଜଣଙ୍କ ଯୁବତୀଙ୍କ ଠାରୁ ଟଙ୍କା ନେବା ସହ ଋଣ ଟଙ୍କାକୁ ଶୀଘ୍ର ପରିଶୋଧ କରିବାକୁ ଯୁବତୀଙ୍କୁ ପ୍ରତିଶୃତି ଦେଇଥିଲେ ଏବଂ ସମସ୍ତ ଟଙ୍କା ନିଜ ଆକାଉଣ୍ଟକୁ ନେଇଯାଇଥିଲେ । ଏହିପରି ଭାବରେ ଯୁବକ ଜଣକ ଯୁବତୀଙ୍କ ଠାରୁ ପ୍ରାୟ ୨.୭୧ କୋଟି ଟଙ୍କା ଠକି ନେଇଥିଲେ । ପରେ ଯୁବକ ଜଣଙ୍କ ତାଙ୍କୁ ମିଛ କହି ଠକିଥିବା ଜାଣିବାକୁ ପାଇଲା ପରେ ମାର୍ଚ୍ଚ ୧୬ ତାରିଖରେ ସାଇବରବାଦ ସାଇବର କ୍ରାଇମବ୍ରାଞ୍ଚରେ ଅଭିଯୋଗ କରିଥିଲେ ଯୁବତୀ । ପରେ ଏହି ମାମଲାକୁ ଗୁରୁତର ସହ ନେଇ ସାଇବର କ୍ରାଇମ ଇନ୍ସପେକ୍ଟର ଏସ ରମେଶଙ୍କ ଟିମ ପ୍ରମାଣ ସହିତ ଅଭିଯୁକ୍ତକୁ ଗିରଫ କରିଥିଲା । ଅଭିଯୁକ୍ତଙ୍କ ବିରୋଧରେ ତେଲେଙ୍ଗାନାର ବିଭିନ୍ନ ସ୍ଥାନରେ ୭ ଟି ମାମଲା ରହିଛି । ଏହାସହ ଆନ୍ଧ୍ରପ୍ରଦେଶରେ ଏବଂ ତାମିଲନାଡୁରେ ଗୋଟିଏ ଲେଖାଏଁ ମାମଲା ରହିଥିବା ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking