40.1 C
Bhubaneswar
Saturday, April 27, 2024
Homeଦେଶ ବିଦେଶବେଙ୍ଗାଲୁରୁରେ ଜଳ ସଂକଟ; ଗାଡି ଧୋଇ ଫାଇନ ଦେଲେ ୨୨ ପରିବାର

ବେଙ୍ଗାଲୁରୁରେ ଜଳ ସଂକଟ; ଗାଡି ଧୋଇ ଫାଇନ ଦେଲେ ୨୨ ପରିବାର

ବେଙ୍ଗାଲୁରୁ: କାର ଧୋଇବା ଓ ବଗିଚାରେ ପାଣି ଦେବା ପାଇଁ ଜଳର ବ୍ୟବହାର କରାଯାଇଥିବାରୁ ୨୨ଟି ଘର ଉପରେ ଜରିମନା । ବର୍ତ୍ତମାନ ବେଙ୍ଗାଲୁରୁ ସହରରେ ଜଳ ସମସ୍ୟା ବଢ଼ିବାରେ ଲାଗିଛି । ଯାହାକୁ ନେଇ ପାଣିର ବ୍ୟବହାରକୁ ନିୟନ୍ତ୍ରଣ କରିବା ସହ ପାନୀୟ ଜଳକୁ ଅନାବଶ୍ୟକ ଭାବରେ ନଷ୍ଟ ନକରିବାକୁ ଜଳ ବୋର୍ଡ ନିର୍ଦ୍ଦେଶ ଦେଇଛି । ହେଲେ ଜଳ ବୋର୍ଡର ଏହି ଆଦେଶକୁ ଉଲଙ୍ଘନ କରିଥିବା ଅଭିଯୋଗରେ ୨୨ ଘରକୁ ୫୦୦୦ ଟଙ୍କା ଲେଖାଏଁ ଜରିମାନା କରାଯାଇଛି । ତେବେ ବେଙ୍ଗାଲୁରରେ ଜଳ ସଂକଟ ଦେଖାଦେଇଥିବା ବେଳେ ଅନାବଶ୍ୟକୀୟ ଭାବରେ ପାଣି ବ୍ୟବହାର ନକରିବା ପାଇଁ ଜଳ ବୋର୍ଡ ନିର୍ଦ୍ଦେଶ ଦେଇଥିଲେ ।

ସହରର ଅନେକ ସ୍ଥାନରେ ପାନୀୟ ଜଳ ଅନାବଶ୍ୟକ ଭାବରେ ଯାନବାହନ ଧୋଇବା ଦ୍ୱାରା ନଷ୍ଟ ହେଉଛି । କାର ଏବଂ ବାଇକ୍ ଧୋଇଲେ ଜରିମାନା ଆଦାୟ କରାଯିବ ବୋଲି ଜଳ ବୋର୍ଡ ପୂର୍ବରୁ ଏକ ନୋଟିସ ଦେଇଥିଲେ । ପାନୀୟ ବ୍ୟତୀତ ଅନ୍ୟ ଉଦ୍ଦେଶ୍ୟରେ କାବେରୀ ନଦୀର ଜଳ ଏବଂ ବୋରୱେଲ ଜଳ ବ୍ୟବହାର ନକରିବାକୁ ବୋର୍ଡର ନିର୍ଦ୍ଦେଶ ପରେ ମଧ୍ୟ ଆହାର ଉଲଙ୍ଘନ କରିବା ଦ୍ୱାରା ବେଙ୍ଗାଲୁରର ୨୨ ଟି ପରିବାର ଠାରୁ ଜରିମାନା ଆଦାୟ କରାଯାଇଛି । ନିୟମ ଉଲଘଂନ କରି ଗାଡ଼ି ଧୋିଇଥିବା ବ୍ୟକ୍ତିଙ୍କ ଉପରେ ଜଳବୋର୍ଡ ୫୦୦୦ ଟଙ୍କା ଜରିମାନା ଲଗାଇଛନ୍ତି ।

ପାଣିର ଅଭାବ ଦେଖା ଦେଇଥିବାରୁ କାବେରୀ ନଦୀର ଜଳକୁ ନଷ୍ଟ ନକରିବାକୁ ଜଳ ବୋର୍ଡ ନିର୍ଦ୍ଦେଶ ଦେଇଥିଲେ । କାର ଧୋଇବା ଏବଂ ଫୁଲ ବଗିଚା ପାଇଁ ଜଳ ବ୍ୟବହାର ନକରିବାକୁ କୁହାଯାଇଥିଲା । ଏହା ସତ୍ତ୍ୱେ ମଧ୍ୟ କାବେରୀ ଜଳ ବ୍ୟବହାର କରାଯାଇଥିବାରୁ ଜରିମାନା ଲାଗୁ କରାଯାଇଛି । ବେଙ୍ଗାଲୁରର ସହାଶିବନଗରର ଜଣେ ମହିଳା କାବେରୀ ପାଣିରେ କାର ଧୋଉଥିବା ସମୟରେ ତାଙ୍କୁ ଘଟଣାସ୍ଥଳରେ ହିଁ ୫୦୦୦ ଟଙ୍କା ଜରିମାନା କରାଯାଇଛି । ସେହିପରି ମହାଦେବପୁର ଡଲାର କଲୋନୀରେ ମଧ୍ୟ ଦୁଇ ଜଣ ବ୍ୟକ୍ତିଙ୍କୁ ଜଳ ବୋର୍ଡ ଅଧିକାରୀ ଜରିମନା କରିଛନ୍ତି । ତେବେ ପୂର୍ବ ବେଙ୍ଗାଲୁରୁର ୩ ଜଣଙ୍କ ଠାରୁ ୧୫୦୦୦ ଟଙ୍କା ଜରିମନା ସହ ଉତ୍ତର ବେଙ୍ଗାଲୁରୁର ୨ ଜଣଙ୍କ ଠାରୁ ୧୦ ହଜାର ଠଙ୍କା, ଉତ୍ତର-ପୂର୍ବ ବେଙ୍ଗାଲୁରୁର ଜଣଙ୍କ ଠାରୁ ୫୦୦୦ ଟଙ୍କା, ଦକ୍ଷିଣ ବେଙ୍ଗାଲୁରୁର ୧୨ ଜଣଙ୍କ ଠାରୁ ୬୦ ହଜାର ଟଙ୍କା, ଦକ୍ଷିଣ-ପୂର୍ବ ବେଙ୍ଗାଲୁରୁର ଜଣଙ୍କ ଠାରୁ ୫ ହଜାର ଟଙ୍କା ଓ ଦକ୍ଷିଣ-ପଶ୍ଚିମ ବେଙ୍ଗାଲୁରର ୩ ଜଣଙ୍କ ଠାରୁ ୧୫ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking