32.1 C
Bhubaneswar
Friday, April 26, 2024
Homeଓଡିଶାତାଣ୍ଡବ ରଚିଲା କାଳବୈଶାଖୀ

ତାଣ୍ଡବ ରଚିଲା କାଳବୈଶାଖୀ

ଭୁବନେଶ୍ୱର: ଉପକୂଳ ଓଡିଶାରେ ଅନେକ ଜାଗାରେ କଳାବୈଶାଖୀ ତାଣ୍ଡବ । କାଳବୈଶାଖୀ ବର୍ଷା ଆଣିଲା ପ୍ରଚଣ୍ଡ ତାତିରୁ ଆଶ୍ୱସ୍ତି । କଟକ, ଢେଙ୍କାନାଳ ଓ ଭୁବନେଶ୍ୱରରେ ଘଡଘଡି ବର୍ଷା ହେବା ସହ ୩୦ରୁ ୪୦କିଲୋମିଟର ବେଗରେ ପବନ ବହିଛି । ବାଙ୍କୀ ଅଞ୍ଚଳରେ କାଳ ବୈଶାଖୀ ପ୍ରଭାବ ଦେଖିବାକୁ ମିଳିଛି । ବର୍ଷା ଲାଗିରହିଥିବା ବେଳେ ବିଭିନ୍ନ ଅଂଚଳରେ ବଡ଼ ବଡ଼ ଗଛ ଭାଙ୍ଗି ରାସ୍ତା ଉପରେ ପଡିଛି । ବାଙ୍କୀ-କଟକ ରାସ୍ତାର କୁଶପଙ୍ଗି ନିକଟରେ ଅନେକ ଗଛ ରାସ୍ତା ଉପରେ ପଡିଥିବା ଦେଖିବାକୁ ମିଳିଛି । ଫଳରେ ବାଙ୍କୀ-କଟକ ରାସ୍ତାରେ ଯାତାୟତ ବାଧାପ୍ରାପ୍ତ ହୋଇଛି । ଦିନ ସାଢେ ୧୧ଟା ଯାଏଁ ଭୁବନେଶ୍ୱର ଅନୁଭୂତ ହେଉଥିଲା ୩୯ ଦଶମିକ ୨ ଡିଗ୍ରୀ ତାପମାତ୍ରା । ଏବେ ତାତିରୁ ସାମାନ୍ୟ ଆଶ୍ୱସ୍ତି ମିଳିଛି ।
କଳାବୈଶାଖୀ ବର୍ଷା ପବନ ଯୋଗୁ ଅନେକ ସ୍ଥାନରେ ବ୍ୟାପକ କ୍ଷୟକ୍ଷତି ଘଟିଛି । ତୁରନ୍ତ କ୍ଷୟକ୍ଷତି ରିର୍ପୋଟ ଦେବାକୁ ଜିଲ୍ଲାପାଳମାନଙ୍କୁ ଏସ୍‌ଆରସି ନିର୍ଦ୍ଧେଶ ଦେଇଛନ୍ତି । ବିଦ୍ୟୁ୍‌ତ ସରାବରହ ତୁରନ୍ତ ପୁନର୍ବାହାଲ କରିବାକୁ ନିର୍ଦ୍ଧେଶ ଦେଲେ । ଗଛ ପଡିଥିଲେ ଅଗ୍ନିଶମ କର୍ମଚାରୀଙ୍କ ସହାୟତା କର୍ମଚାରୀଙ୍କ ସହାୟତା ନେଇ ସଫା ନିର୍ଦ୍ଧେଶ ଦେଇଛନ୍ତି । ଗଛ ସଫାକରି ତୁରନ୍ତ ବିଜୁଳି ବ୍ୟବସ୍ଥା ଚାଲୁ କରିବାକୁ ନିର୍ଦ୍ଧେଶ ଦେଲେ । ଝଡରେ ଭାଙ୍ଗିଥିବା ଘର କ୍ଷୟକ୍ଷତି ରିର୍ପୋଟ ଦେବାକୁ ନିର୍ଦ୍ଧେଶ ଦେଲେ । ଜୀବନହାନୀ ଘଟିଥିଲେ ବା ଆହାତ ହୋଇଥିଲେ ରିର୍ପୋଟ ଦେବାକୁ କହିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking