29.1 C
Bhubaneswar
Sunday, May 5, 2024
Homeଦେଶ ବିଦେଶବୁଲା କୁକୁର, ଗାଈଙ୍କ ଖାଦ୍ୟ ପାଇଁ ୧୦ ଲକ୍ଷ ଦାନକଲେ ତାମିଲନାଡୁ ରାଜ୍ୟପାଳ

ବୁଲା କୁକୁର, ଗାଈଙ୍କ ଖାଦ୍ୟ ପାଇଁ ୧୦ ଲକ୍ଷ ଦାନକଲେ ତାମିଲନାଡୁ ରାଜ୍ୟପାଳ

ଚେନ୍ନାଇ : କୋଭିଡ୍ ମହାମାରୀ ସମୟରେ ରାସ୍ତାରେ ବୁଲୁଥିବା କୁକୁର ଓ ଗାଈଗୋରୁଙ୍କୁ ଖାଦ୍ୟ ଯୋଗାଇବା ଉଦ୍ଦେଶ୍ୟରେ ତାମିଲନାଡୁ ରାଜ୍ୟପାଳ ବନୱାରିଲାଲ ପୁରୋହିତ୍ ଇତିମଧ୍ୟରେ ଏକ ସ୍ୱେଚ୍ଛାସେବୀ ସଂଗଠନକୁ ୧୦ ଲକ୍ଷ ଟଙ୍କା ଦାନ କରିଥିବା ରାଜଭବନ ସୂତ୍ରରୁ ଜଣାପଡିଛି । ଲକ୍‌ଡାଉନ ସମୟରେ ବୁଲା କୁକୁର ଓ ଗାଈଙ୍କୁ ଖାଦ୍ୟ ଯୋଗାଇବାରେ ପାଣ୍ଠିର ଅଭାବ ପରିଲକ୍ଷିତ ହେଉଛି ବୋଲି ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା । ଏହା ଜାଣିବାପରେ ରାଜ୍ୟପାଳ ମହୋଦୟ କଲ୍ୟାଣ ପାଣ୍ଠିରୁ ଏହି ଅର୍ଥ ଦାନ କରିଛନ୍ତି । ଏହି ପ୍ରସଙ୍ଗରେ ସହାୟତାର ହାତ ବଢାଇବାକୁ ରାଜ୍ୟପାଳ ଇତିମଧ୍ୟରେ ରାଜ୍ୟବାସୀ ଓ ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନକୁ ଅନୁରୋଧ ମଧ୍ୟ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking