33.1 C
Bhubaneswar
Saturday, April 27, 2024
Homeଦେଶ ବିଦେଶବଢ଼ୁଛି ତାଲିବାନର ବର୍ବରତା: ସାମ୍ନାକୁ ଆସିଲେ ଆନ୍ଦୋଳନକାରୀଙ୍କୁ ଗୁଳି ମାର

ବଢ଼ୁଛି ତାଲିବାନର ବର୍ବରତା: ସାମ୍ନାକୁ ଆସିଲେ ଆନ୍ଦୋଳନକାରୀଙ୍କୁ ଗୁଳି ମାର

କାବୁଲ : ଖୋଲିଲା ତାଲିବାନର ଅସଲି ମୁଖା । କାବୁଲରେ ପାକିସ୍ତାନ ବିରୋଧୀ ପ୍ରଦର୍ଶନ ବେଳେ ବିକ୍ଷୋଭକାରୀଙ୍କୁ ତାଲିବାନ ଫୋର୍ସର ଧମକର ଚିତ୍ର ସାରା ବିଶ୍ୱକୁ ବିଚଳିତ କରିଛି । ଆନ୍ଦୋଳନକାରୀ ଆଗକୁ ଆସିଲେ ଗୁଳି ମାରିବାକୁ ଆଦେଶ ଦେଉଛନ୍ତି ତାଲିବାନ ଫୋର୍ସ । ଏହି ସମୟର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଗତକାଲି ପାକିସ୍ତାନକୁ କାବୁଲରେ ତୀବ୍ର ବିରୋଧ କରାଯାଇଥିଲା । ଆଫଗାନିସ୍ତାନ ଛାଡ଼ ପାକିସ୍ତାନ ନାରାରେ କମ୍ପିଥିଲା । ପାକିସ୍ତାନ ସେନା, ବାୟୁସେନା ଓ ଆଇଏସ୍‌ଆଇ ପଞ୍ଜଶିର ଯୁଦ୍ଧରେ ସାମିଲ ଅଛନ୍ତି । ଆଇଏସ୍‌ଆଇ ମୁଖ୍ୟ କାବୁଲରେ ଡେରା ପକାଇଛନ୍ତି । ଶହଶହ ଆଫଗାନ ନାଗରିକ ପାକିସ୍ତାନ ବିରୋଧୀ ନାରା ଦେଇଛନ୍ତି । ରାସ୍ତାକୁ ଓହ୍ଲାଉଛନ୍ତି ଶହଶହ ନାଗରିକ । ବିକ୍ଷୋଭକାରୀଙ୍କୁ ଘଉଡ଼ାଇବା ପାଇଁ ତାଲିବାନ ପକ୍ଷରୁ ଗୁଳି ଚାଳନା କରାଯାଇଥିଲା । ପଞ୍ଜଶିର ଦଖଲ ପରେ ବଢୁଛି ତାଲିବାନର ଜୁଲମ । ବିଭିନ୍ନ ସ୍ଥାନରେ ଗଣହତ୍ୟା କରୁଛି ବର୍ବର ତାଲିବାନ ଫୋର୍ସ । ଏହାକୁ ରୋକିବାକୁ ବିଶ୍ୱ ସମୁଦାୟ ଓ ମିଳିତ ଜାତିସଂଘକୁ ହସ୍ତକ୍ଷେପ କରିବାକୁ ଅନୁରୋଧ କରିଛି ନ୍ୟାସନାଲ୍ ରେଜିଷ୍ଟାନ୍ସ ଫ୍ରଣ୍ଟ । କାବୁଲ କବଜାର ୨୧ ଦିନ ପରେ ସୋମବାର ପଞ୍ଜଶିରରେ ପଶି ବିରୋଧୀଙ୍କ ଅଭେଦ୍ୟ ଦୁର୍ଗରେ ପତାକା ଉଡ଼ାଇଥିଲା ତାଲିବାନ । ଏହାପରେ ପଞ୍ଜଶିରରେ ସାଧାରଣ ଲୋକଙ୍କୁ ଟାର୍ଗେଟ କରୁଛି ତାଲିବାନ । ଅକାରଣରେ ନିରୀହ ଲୋକଙ୍କୁ ହତ୍ୟା କରୁଛି । ଏହାକୁ ତୀବ୍ର ସମାଲୋଚନା କରିଛି ନ୍ୟାସନାଲ୍ ରେଜିଷ୍ଟାନ୍ସ ଫ୍ରଣ୍ଟ । ଏନ୍‌ଆର୍‌ଏଫ୍ ସହ ସଂଘର୍ଷରେ ତାଲିବାନ ଫୋର୍ସର ବ୍ୟାପକ କ୍ଷତି ହୋଇଛି । ପ୍ରତିଶୋଧ ପରାୟଣ ହୋଇ ତାଲିବାନ କମାଣ୍ଡୋ ମାନେ ଗଣହତ୍ୟା କରୁଛନ୍ତି । ଏହାର ପ୍ରତିବାଦରେ ବିଶ୍ୱ ସମୁଦାୟ ହସ୍ତକ୍ଷେପ କରିବାକୁ ଗୁରୁତ୍ୱ ଦିଆଯାଇଛି । ଗତକାଲି ଏନ୍‌ଆର୍‌ଏଫ୍ ସମର୍ଥନରେ ହଜାରୁ ଅଧିକ ଲୋକ ଲଣ୍ଡନରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking