39.1 C
Bhubaneswar
Friday, April 26, 2024
Homeଦେଶ ବିଦେଶଚାଇନା-ତାଇଓ୍ବାନ ବିବାଦ: ଅନ୍ତର୍ଜାତୀୟ ସମୁଦାୟର ସହଯୋଗ ଲୋଡିଲା ତାଇୱାନ

ଚାଇନା-ତାଇଓ୍ବାନ ବିବାଦ: ଅନ୍ତର୍ଜାତୀୟ ସମୁଦାୟର ସହଯୋଗ ଲୋଡିଲା ତାଇୱାନ

ତାଇପେଇ: ଚୀନ-ତାଇଓ୍ବାନ ବିବାଦ ମଧ୍ୟରେ ତାଇଓ୍ବାନର ଜଳସୀମା ମଧ୍ୟରେ ଚୀନ ଜାରି ରଖିଛି ଯୁଦ୍ଧାଭ୍ୟାସ । ତାଇଓ୍ବାନ ମଧ୍ୟ ନିଜର ଡିଫେନ୍ସ ସିଷ୍ଟମ ସକ୍ରିୟ କରିଛି । ତେବେ ଆତ୍ମରକ୍ଷା ଓ ମୁକାବିଲା ପାଇଁ ତାଇଓ୍ବାନ ସମସ୍ତ ପ୍ରସ୍ତୁତି ଶେଷ କରି ସାରିଥିଲେ ସୁଦ୍ଧା ଚୀନ ଆକ୍ରମଣରୁ ରକ୍ଷା ପାଇବା ପାଇଁ ବିଶ୍ବ ସମୁଦାୟ ଠାରୁ ସହାୟତା ଚାହିଁଛି । ଆଜି ଏହି ପ୍ରସଙ୍ଗରେ ଉତ୍ତେଜନା ହ୍ରାସ କରିବା ଦିଗରେ ବିଶ୍ବ ସମୁଦାୟ ଠାରୁ ସହାୟତା ଚାହିଁଛନ୍ତି ତାଇଓ୍ବାନ ରାଷ୍ଟ୍ରପତି ତାଇ ଇଙ୍ଗ ୱେନ । ତାଇଓ୍ବାନ ରାଷ୍ଟ୍ରପତି କହିଛନ୍ତି, ‘‘ଆମ ସୀମାରେ ଚୀନ ଜାରି ରଖିଥିବା ସମସ୍ତ ଗତିବିଧି ଉପରେ ତୀକ୍ଷ୍ଣ ନଜର ରଖାଯାଇଛି । ସରକାର ଓ ସେନା ମିଳିତ ଭାବେ ସ୍ଥିତି ଉପରେ ନଜର ରଖିଛନ୍ତି। ଆମେ କୌଣସି ପରିସ୍ଥିତିର ମୁକାବିଲା କରିବା ପାଇଁ ସମ୍ପୂର୍ଣ୍ଣ ସକ୍ଷମ । କିନ୍ତୁ ଏହି ଉତ୍ତେଜନା ହ୍ରାସ କରିବା ଦିଗରେ ବିଶ୍ବ ସମୁଦାୟ ଆଗ୍ରହ ପ୍ରକାଶ କରୁ । ଗଣତନ୍ତ୍ର ରାଷ୍ଟ୍ର ତାଇଓ୍ବାନକୁ ବିଶ୍ବ ସମୁଦାୟ ସହଯୋଗ କରୁ।’’ ଚୀନ କ୍ରମାଗତ ଭାବେ ଉତ୍ତେଜନା ବଢାଇବାରେ ଲାଗିଛି। ଆମେରିକୀୟ ବାଚସ୍ପତି ତାଇଓ୍ବାନ ଗସ୍ତ ସାରି ଫେରିବା ପରେ ସ୍ଥିତି ଆହୁରି ଉତ୍ତେଜନାପୂର୍ଣ୍ଣ ହୋଇଛି । ଚୀନ ଶକ୍ତି ପ୍ରଦର୍ଶନ କରିବାକୁ ଯାଇ, ତାଇଓ୍ବାନ ଜଳସୀମାରେ ପଶି ଯୁଦ୍ଧାଭ୍ୟାସ କରିବା ସହ ଏକାଧିକ ମିସାଇଲ ମଧ୍ୟ ଲଞ୍ଚ କରିଛି । ଚୀନ ବାୟୁସେନାର ଏକାଧିକ ବିମାନ ମଧ୍ୟ ତାଇଓ୍ବାନ ସୀମାରେ ପ୍ରବେଶ କରି ନିୟମିତ ଉଡାଣ ଭରିବା ଜାରି ରଖିଥିବା ଦାବି କରିଛି ତାଇୱାନ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking