28.1 C
Bhubaneswar
Thursday, March 28, 2024
Homeଓଡିଶାଆସନ୍ତା ୩ ଦିନ ପ୍ରବଳ ଛେଚିବ ବର୍ଷା: ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଆସନ୍ତା ୩ ଦିନ ପ୍ରବଳ ଛେଚିବ ବର୍ଷା: ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର : ପ୍ରବଳ ବର୍ଷାରେ ଗତ ୨ ଦିନ ହେବ ସାରା ରାଜ୍ୟ ଭିଜୁଛି । ବର୍ଷାରେ ବେହାଲ ହୋଇଛି ସାରା ଓଡ଼ିଶା । ଏସବୁ ଭିତରେ ବଙ୍ଗୋପସାଗରରେ ପୁଣି ସୃଷ୍ଟି ହୋଇଛି ଆଉ ଏକ ଲଘୁଚାପ । ଏହାର ପ୍ରଭାବରେ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ଅର୍ଥାତ୍‌ ୧୧ ତାରିଖ ପର୍ଯ୍ୟନ୍ତ ସାରା ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଦକ୍ଷିଣ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ନୂଆପଡ଼ା, କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ବଲାଙ୍ଗିର, ଗଞ୍ଜାମ, ପୁରୀ ଓ ରାୟଗଡ଼ାରେ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏପରିକି ପ୍ରବଳ ବର୍ଷା ଯୋଗୁଁ ତଳି ଅଞ୍ଚଳ ଲୋକ ଜଳବନ୍ଦୀ ହେବାର ଆଶଙ୍କା ଦେଖାଦେଇଛି ।

ରାସ୍ତା ଧୋଇ ହୋଇଯିବା ସହ କଚ୍ଚା ଘର ଭାଙ୍ଗି ଯାଇପାରେ ବୋଲି ପାଣିପାଗ ବିଭାଗ ଆଶଙ୍କା କରିଛି । ଏନେଇ ସତର୍କ ସୂଚନା ମଧ୍ୟ ଜାରି କରାଯାଇଛି । ଏହି ସମୟ ମଧ୍ୟରେ ସମୁଦ୍ରକୁ ନ ଯିବାପାଇଁ ମତ୍ସ୍ୟଜୀବୀମାନଙ୍କୁ ସତର୍କ କରାଇ ଦିଆଯାଇଛି । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଆସନ୍ତା ୨୪ ଘଣ୍ଟାରେ ୱେଲ୍‌ମାର୍କରେ ପରିଣତ ହେବାର ସମ୍ଭାବନା ଥିବା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ବର୍ଷା ପାଇଁ ସ୍ଥିତି ଉପରେ ନଜର ରଖିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର । ସୂଚନାଯୋଗ୍ୟ ଯେ, ଶନିବାରଠୁ ରାଜଧାନୀ ଭୁବନେଶ୍ୱର ସମେତ ସାରା ରାଜ୍ୟରେ ପ୍ରବଳ ବର୍ଷା ଲାଗି ରହିଥିଲା । ଏପରିକି ଭୁବନେଶ୍ୱରର ବହୁ ଅଞ୍ଚଳ ଜଳମଗ୍ନ ହେବା ସହ ଲୋକେ ଜଳବନ୍ଦୀ ହୋଇପଡ଼ିଥିଲେ । ଖୋର୍ଦ୍ଧା-ଜଟଣୀ ଅଣ୍ଡରପାସରେ ୫ ଫୁଟ୍‌ର ପାଣି ଚାଲିବାରୁ ମୋ ବସ୍‌ବି ବୁଡ଼ିଯାଇଥିଲା । ତେବେ ଆଗକୁ ଅଧିକ ବର୍ଷାର ସମ୍ଭାବନା ଥିବାରୁ ଲୋକମାନେ ଆତଙ୍କିତ ହୋଇପଡ଼ିଛନ୍ତି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking