33.1 C
Bhubaneswar
Saturday, April 27, 2024
Homeଅପରାଧତହସିଲଦାରଙ୍କୁ ଆକ୍ରମଣ ଅଭିଯୁକ୍ତ ଗିରଫ

ତହସିଲଦାରଙ୍କୁ ଆକ୍ରମଣ ଅଭିଯୁକ୍ତ ଗିରଫ

ମୟୂରଭଞ୍ଜ : ଝାରପୋଖରୀଆ ପୋଲିସକୁ ମିଳିଛି ବଡ଼ ସଫଳତା । ତହସିଲଦାରଙ୍କୁ ଆକ୍ରମଣରେ ଜଡିତ ୪ ଯୁବକ ଗିରଫ ।
ସୂଚନା ଅନୁସାରେ , ଗତ ୨୯ତାରିଖ ରାତି ୧୧ଟାରେ ବିଶେଷ ସୂତ୍ରରୁ ଖବର ପାଇ ଆଡିସନାଲ ତହସିଲଦାର ବାଲି ବୋଝେଇ ଟ୍ରାକ୍ଟରକୁ ପିଛା କରୁଥିବା ବେଳେ ୮ରୁ ୧୦ ଜଣ ଯୁବକ ଗାଡିକୁ ଅଟକାଇ ଡ୍ରାଇଭର ଏବଂ ଆଡିସନାଲ ତହସିଲଦାରଙ୍କୁ ଅତର୍କିତ ଭାବେ ମରଣାନ୍ତକ ଆକ୍ରମଣ କରିଥିଲେ । ଏଥିସହ ବ୍ୟବହାର କରିଥିବା ସ୍କର୍ପିଓ ଗାଡିକୁ ଭଙ୍ଗାରୁଜା କରିଥିଲେ । ପରେ ଝାରପୋଖରୀଆ ଥାନାରେ ପହଞ୍ଚି ଅଭିଯୋଗ କରିଥିଲେ ତହସିଲଦାର । ଅଭିଯୋଗ ଆଧାରରେ ଝାରପୋଖରୀଆ ପୋଲିସ ତଦନ୍ତ କରି ଘଟଣାରେ ଜଡିତ ୪ଜଣ ଯୁବକଙ୍କୁ ଗିରଫ କରିଛି । ଗିରଫ ଯୁବକ ମାନେ ହେଲେ ଆଶିଷ କୁମାର ଘୋଷ,ଅର୍ଧେନ୍ଦୁ ନାୟକ,ସୋମେନ ଭଦ୍ରା ଓ ଅଜୟ ପାଇକରାୟ । ଆଜି ଏସଡିପିଓ କେ କେ ହରିପ୍ରସାଦ ଏକ ସାମ୍ବାଦିକ ସମ୍ମିଳନୀ ଡକାଇ ଏହି ଗିରଫ ଚାରି ଜଣଙ୍କ ବାବଦରେ ସୂଚନା ପ୍ରଦାନ କରିଥିଲେ । ତେବେ ଘଟଣାରେ ସଂପୃକ୍ତ ଅନ୍ୟ ୬ ଜଣ ଏବେବି ଫେରାର ରହିଥିବାରୁ ସେମାନଙ୍କୁ ଧରିବାକୁ ପୋଲିସ ଉଦ୍ୟମ ଜାରି ରଖିଛି ବୋଲି କହିଥିଲେ ।
https://onakhabar.com/2020/01/31/sand-mafia-attack-tahashildar/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking