28.1 C
Bhubaneswar
Thursday, May 2, 2024
Homeଓଡିଶାମା’ଙ୍କୁ ମୁଖାଗ୍ନି ଦେଲା ଝିଅ

ମା’ଙ୍କୁ ମୁଖାଗ୍ନି ଦେଲା ଝିଅ

ବଲାଙ୍ଗୀର : ଆମ ସମାଜରେ ପୁଅ ହିଁ ମୁଖାଗ୍ନି ଦେବାର ପରମ୍ପରା ରହିଥିଲା । ତେବେ ଧିରେଧିରେ ଏହି ପରମ୍ପରା ବଦଳିବାରେ ଲାଗିଛି । ଝିଅମାନେ ମଧ୍ୟ ବର୍ତମାନ ମୁଖାଗ୍ନି ଦେଉଛନ୍ତି । ବଲାଙ୍ଗୀରରେ ଜଣେ ଝିଅ ତାଙ୍କ ମା’ଙ୍କୁ ମୁଖାଗ୍ନି ଦେଉଥିବା ଦେଖିବାକୁ ମିଳିଛି ।
ସୂଚନା ଅନୁଯାୟୀ , ବସନ୍ତ ପଂଚମୀ ପୁଣ୍ୟତିଥିରେ ଗାନ୍ଧୀନଗର ପଡା ସ୍ଥିତ ସ୍ୱର୍ଗତ ଉଦିତ ଚୋପଦାରଙ୍କ ଧର୍ମପତ୍ନୀ ଅବସରପ୍ରାପ୍ତ ଶିକ୍ଷୟତ୍ରୀ ଶାନ୍ତିଲତା ଚୋପଦାରଙ୍କ ପରଲୋକ ହୋଇଥିଲା । ମୃତ୍ୟୁ ବେଳକୁ ତାଙ୍କୁ ୬୬ ବର୍ଷ ବୟସ ହେଉଥିଲା । ସେ ବରଗଡ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଥିଲେ । ନିମୋନିଆ ରୋଗରେ ପିଡିତ ହୋଇ ହସ୍ପିଟାଲରେ ମୃସ୍ପ୍ୟୁବରଣ କରିଥିଲେ । ମୃତ୍ୟୁବେଳେ ତାଙ୍କର ଝିଅ ପୁଷ୍ପିତା, ସସ୍ମିତା ଓ ଜ୍ୱାଇଁ ଗୋକୁଳା ଉପସ୍ଥିତ ଥିଲେ । ତେବେ ଶଶ୍ମାନରେ ଶବଦାହ ସଂସ୍କାରରେ ଝିଅ ପୁଷ୍ପିତା ଚୋପଦାର ମୁଖାଗ୍ନି ଦେଇଥିଲେ । ତାଙ୍କର ପରିବାରବର୍ଗ ବ୍ୟତୀତ ପଡିଶାବାସୀ ତଥା ଗୁଡିଆ ସମାଜର ଜିଲ୍ଲା ସଭାପତି ମନୋରଂଜନ ସାହୁ, ସଂପାଦକ ଜୟକୃଷ୍ଣ ସାହୁ, ଆଶିଷ ସାହୁ, ରମେଶ ସାହୁ, ସଂଜିବ ସାହୁ, ଅନୁପ ଚୋପଦାର, ଦିବ୍ୟସିଂ ସାହୁ, କୈଳାସ ଚୋପଦାର, ଅନ୍ତର୍ଯ୍ୟାମି ସାହୁ, ଅଜୟ ଚୋପଦାର, ଭଗବାନ ସରାଫ ଓ ପ୍ରଦୀପ ଚୋପଦାର ପ୍ରମୁଖ ଜାତି ସମାଜର କର୍ମକର୍ତାମାନେ ସହଯୋଗ କରିଥିଲେ । ସ୍ୱର୍ଗତା ଚୋପଦାର ଜଣେ ସ୍ପଷ୍ଟବାଦୀ, ଧର୍ମପରାୟଣ ମହିଳା ଥିଲେ । ମଧୁବୈଶ୍ୟ ଜାତିର ଉଦ୍ୟମରେ ହେଉଥିବା ଗଣେଶ ପୂଜା ଓ ମନ୍ଦିର ନିର୍ମାଣରେ ତଥା ଜାତି ସମାଜର ବିଭିନ୍ନ କାର୍ଯ୍ୟକ୍ରମରେ ତାଙ୍କର ବିଶେଷ ଅବଦାନ ରହିଥିଲା । ତାଙ୍କର ବିୟୋଗରେ ପଡା ତଥା ଜାତିସମାଜରେ ଶୋକର ଛାୟା ଖେଳିଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking