27.1 C
Bhubaneswar
Friday, November 27, 2026
Homeଓଡିଶାଆଜି ବାଲିଯାତ୍ରାରେ ଦୋଳି ବନ୍ଦ

ଆଜି ବାଲିଯାତ୍ରାରେ ଦୋଳି ବନ୍ଦ

କଟକ:  କଟକ ବାଲିଯାତ୍ରାରେ ଆଜି ବନ୍ଦ ରହିବ ସମସ୍ତ ଦୋଳି। ଗତକାଳି ରାମଦୋଳିରୁ ପଡି ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିଲା । ଏହାପରେ ଦୋଳି ବନ୍ଦ ନେଇ ସୂଚନା ଦେଇଛନ୍ତି ଏସିପି ଗିରିଜା ଶଙ୍କର ଚକ୍ରବର୍ତ୍ତୀ। ଦୋଳି ଗୁଡିକର ଡକ୍ୟୁମେଣ୍ଟ ପୁଣି ଯାଞ୍ଚ ହେବ । ପରେ ଦୋଳିର ଟେକ୍ନିକାଲ ଟିମ୍ ର ମତ ପରେ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ।

ମିଳିଥିବା ସୂଚନା ଅନୁଯାୟୀ ଗୁରୁବାର ବାଳିଯାତ୍ରାର ତୃତୀୟ ସନ୍ଧ୍ୟାରେ ବାଲିଯାତ୍ରା ତଳ ପଡ଼ିଆରେ ଦୋଳିରୁ ପଡ଼ି ଜଣେ ଯୁବକଙ୍କର ମୃତ୍ୟୁ । କଟକ ଇନ୍ କଟକ ପରିସର ପାଖରେ ଥିବା ରାମ ଦୋଳିରୁ ଯୁବକ ଜଣକ ଖସି ପଡ଼ିଥିଲେ । ପଡ଼ିଆ ଭିତରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଏସସିବିରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର । ମୃତକଙ୍କ ପରିଚୟ ବର୍ତ୍ତମାନ୍ ପର୍ଯ୍ୟନ୍ତ ଜଣାପଡିନାହିଁ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking