ନୂଆଦିଲ୍ଲୀ: କେନ୍ଦ୍ର କ୍ୟାବିନେଟ ବୈଠକର ବଡ ନିଷ୍ପତ୍ତି । ସୀମା ପୁନଃନିର୍ଦ୍ଧାରଣ ସଂଶୋଧନ ବିଲକୁ ମିଳିଲା ଅନୁମୋଦନ । ଡିଲିମିଟେସନ-ମହିଳା ସଂରକ୍ଷଣ ସଂସୋଧନ ବିଲକୁ ମିଳିଲା ମଞ୍ଜୁରୀ । ଲୋକସଭା, ବିଧାନସଭାରେ ୫୦ ପ୍ରତିଶତ ସିଟ ବୃଦ୍ଧିକୁ ମଞ୍ଜୁରୀ ମିଳିଛି । ଯାହା ୧୯୭୧ ଜନଗଣନା ବ୍ୟବହାର ଉପରେ ୨୫ ବର୍ଷ ଅର୍ଥାତ ୨୦୫୧ ପର୍ଯ୍ୟନ୍ତ ସ୍ଥଗିତ ରଖିବା ପାଇଁ ପ୍ରସ୍ତାବ ଦିଆଯାଇଛି । ପ୍ରସ୍ତାବିତ ସୀମା ନିର୍ଦ୍ଧାରଣ ବିଲ ଲୋକସଭାର ସଂଖ୍ୟା ପ୍ରସ୍ତାବରେ ଉଲ୍ଲେଖ ଥିବା ୫୫୦ ଆସନ ବିଶିଷ୍ଟ ଢାଞ୍ଚାରୁ ସର୍ବାଧିକ ୮୫୦ ଆସନକୁ ବୃଦ୍ଧି ପାଇଁ ଅନୁମୋଦ କରାଯିବ ବୋଲି ଆଶା ରହିଛି ।










