ନୂଆଦିଲ୍ଲୀ: ସଂସଦର ସ୍ୱତନ୍ତ୍ର ଅଧିବେଶନ ପାଇଁ ହ୍ୱିପ ଜାରି କଲା କଂଗ୍ରେସ । ନିଜର ସମସ୍ତ ସାଂସଦଙ୍କୁ ନଭେମ୍ବର ୨୯ ସକାଳ ୧୦ଟା ସୁଦ୍ଧା ଦିଲ୍ଲୀରେ ପହଞ୍ଚିବାକୁ ନିର୍ଦ୍ଦେଶ ଦେଇଛି କଂଗ୍ରେସ । ଆଜି କଂଗ୍ରେସ ସଂସଦୀୟ ରଣନୀତି ଦଳର ବୈଠକ ହେବାର କାର୍ଯ୍ୟକ୍ରମ ରହିଛି । ନଭେମ୍ବର ୩୦ରେ ଲୋକସଭାର ସ୍ୱତନ୍ତ୍ର ଅଧିବେଶନ ବସିବ । ସେହିପରି ଡିସେମ୍ବର ୨ ତାରିଖରେ ବସିବ ରାଜ୍ୟସଭାର ଦିନିକିଆ ଅଧିବେଶନ । ତେବେ ସ୍ୱତନ୍ତ୍ର ଅଧିବେଶନରେ ଡିଲିମିଟଡେସନ ଓ ମହିଳା ସଂରକ୍ଷଣ ବିଲ ଆଗତ ହେବାର ସମ୍ଭାବନା ରହିଛି । ଅନ୍ୟପଟେ ସୀମା ନିର୍ଦ୍ଧାରଣ ଉପରେ ବିଜେଡି କହିଛି ଯେ, ସଂସଦର ସ୍ୱତନ୍ତ୍ର ଅଧିବେଶନର ଏଜେଣ୍ଡା ସମ୍ପର୍କରେ ଅବଗତ ନାହୁଁ । କିନ୍ତୁ ବିଭିନ୍ନ ପ୍ରସଙ୍ଗରେ ଦଳର ମତ କଣ ହେବ ସେ ବିଷୟରେ ନିଷ୍ପତ୍ତି ଦଳର ମୁଖ୍ୟ ନବୀନ ପଟ୍ଟନାୟକ ରାଜ୍ୟ ର ସ୍ୱାର୍ଥକୁ ଧ୍ୟାନରେ ରଖି ନେବେ ।










