26.1 C
Bhubaneswar
Friday, November 27, 2026
Homeଓଡିଶାକୋଟିଆରେ ୧୧ ଜଣଙ୍କୁ ନୋଟିସ: ଆଜି କୋର୍ଟରେ ହେବେ ହାଜର

କୋଟିଆରେ ୧୧ ଜଣଙ୍କୁ ନୋଟିସ: ଆଜି କୋର୍ଟରେ ହେବେ ହାଜର

ଭୁବନେଶ୍ୱର: କୋଟିଆରେ ୧୧ ଜଣଙ୍କୁ କୋର୍ଟଙ୍କ ନୋଟିସ । ଆଜି ଉପଜିଲ୍ଲାପାଳଙ୍କ କୋର୍ଟରେ ହାଜର ହେବାକୁ ନୋଟିସ ଜାରି କରାଯାଇଛି । କୋଟିଆରେ ଶାନ୍ତି ଭଙ୍ଗ ଆଶଙ୍କାକୁ ନେଇ ଗତକାଲି ୧୧ ଜଣଙ୍କୁ କୋର୍ଟ ନୋଟିସ କରିଥିଲେ । ନେରେଡିବାଲସାରେ ଦୋକାନ ନିର୍ମାଣ କାର୍ଯ୍ୟ ବନ୍ଦ ପାଇଁ ମଧ୍ୟ ନୋଟିସ ହୋଇଥିଲା । ନୋଟିସ ହୋଇଥିବା ୧୧ ଜଣଙ୍କୁ ଆଜି ହାଜର କରିବାକୁ ସୁନାବେଡା ଏସଡିପିଓ ଓ କୋଟିଆ ଆଇଆଇସିଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ଓଡିଶା ପ୍ରଶାସନ ଓ ପୋଲିସ ବିରୋଧରେ ବିଶୃଙ୍ଖଳା ସୃଷ୍ଟି ଅଭିଯୋଗରେ କୋଟିଆ ଥାନାରେ ହୋଇଥିବା ମାମଲା ଆଧାରରେ ଏହି ପଦକ୍ଷେପ ନିଆଯାଇଛି । ସେପଟେ ଡିସେମ୍ବର ୨ରେ ଆନ୍ଧ୍ରର ପଞ୍ଚାୟତ ନିର୍ବାଚନ ଥିବାରୁ ସୀମାନ୍ତର ବଢିଛି ପ୍ରଶାସନର ତତ୍ପରତା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking