26.1 C
Bhubaneswar
Friday, November 27, 2026
Homeଓଡିଶାବାଲିଯାତ୍ରାରେ ବ୍ୟାରିକେଡ୍‌କୁ ନେଇ ବିରୋଧ: ଧାରଣା ଦେଲେ ଶତାଧିକ ବ୍ୟବସାୟୀ

ବାଲିଯାତ୍ରାରେ ବ୍ୟାରିକେଡ୍‌କୁ ନେଇ ବିରୋଧ: ଧାରଣା ଦେଲେ ଶତାଧିକ ବ୍ୟବସାୟୀ

କଟକ: ବାଲିଯାତ୍ରାରେ ପ୍ରଶାସନ ଓ ପୋଲିସ ପକ୍ଷରୁ ଲଗାଯାଇଥିବା ଅତ୍ୟଧିକ ବ୍ୟାରିକେଡ୍‌କୁ ନେଇ ବ୍ୟବସାୟୀ ଏବଂ ଦର୍ଶକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଓ ବିରୋଧ ଦେଖିବାକୁ ମିଳିଛି। ପଡ଼ିଆର ବିଭିନ୍ନ ପ୍ରବେଶ ପଥ ଏବଂ ଷ୍ଟଲ୍‌ ସମ୍ମୁଖରେ ବ୍ୟାରିକେଡ୍ ଲଗାଇ ରାସ୍ତା ବନ୍ଦ କରିଦିଆଯିବାରୁ ଗ୍ରାହକମାନେ ଷ୍ଟଲ୍‌ ନିକଟକୁ ସହଜରେ ପହଞ୍ଚି ପାରୁନାହାନ୍ତି, ଯାହାଫଳରେ ବେପାର ମାନ୍ଦା ହେଉଥିବା ବ୍ୟବସାୟୀମାନେ ଅଭିଯୋଗ କରିଛନ୍ତି। ସାଧାରଣ ଲୋକ ଓ ଗ୍ରାହକଙ୍କୁ ବ୍ୟାରିକେଡ୍‌ ପଛରେ ଘଣ୍ଟା ଘଣ୍ଟା ଧରି ଅଟକାଇ ରଖାଯାଉଥିବା ବେଳେ କେବଳ ଭିଆଇପି (VIP) ମାନଙ୍କ ଯାତାୟାତ ପାଇଁ ସ୍ୱତନ୍ତ୍ର ସୁବିଧା କରାଯାଉଥିବାରୁ ଉତ୍ତେଜନା ବଢ଼ିଛି। ମେଳାର ତୃତୀୟ ସନ୍ଧ୍ୟାରେ ପ୍ରବଳ ଭିଡ଼ ଜମିବା ସହ ଯାତାୟାତ ବାଧାପ୍ରାପ୍ତ ହେବାରୁ ଉତ୍ତ୍ୟକ୍ତ ଦର୍ଶକ ଓ ଲୋକମାନେ ପୋଲିସ ବ୍ୟାରିକେଡ୍‌ ଭାଙ୍ଗି ଆଗକୁ ମାଡ଼ିଯାଇଥିଲେ। ଚଳିତ ବର୍ଷ ବାଲିଯାତ୍ରା ଆରମ୍ଭରୁ ପ୍ଲଟ୍ ଆବଣ୍ଟନରେ ପକ୍ଷପାତିତା ଏବଂ ଅଧିକ ଦରକୁ ନେଇ ବ୍ୟବସାୟୀ ସଂଘ ପକ୍ଷରୁ ଅସନ୍ତୋଷ ପ୍ରକାଶ ପାଇଥିଲା। ଆଉ ଏବେ ବ୍ୟାରିକେଡ୍‌କୁ ନେଇ ବ୍ୟବସାୟୀ ତୀବ୍ର ବିରୋଧ କରୁଛନ୍ତି। ବାଲିଯାତ୍ରା ଗେଟ୍ ସମ୍ମୁଖ ରାସ୍ତା ବନ୍ଦ କରି ବ୍ୟବସାୟୀ ଧାରଣା ଦେଇଛନ୍ତି। ବ୍ୟାରିକେଡ୍ ହଟାଇବାକୁ ଦାବି କରି ଶତାଧିକ ବ୍ୟବସାୟୀ ଧାରଣା ଦେଇଛନ୍ତି। ବ୍ୟାରିକେଡ୍‌କୁ ନେଇ ଗତକାଲି ବି ଦର୍ଶକମାନେ ଅସନ୍ତୋଷ ବ୍ୟକ୍ତ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking