27.1 C
Bhubaneswar
Friday, November 27, 2026
Homeଓଡିଶାନାବାଳିକାଙ୍କୁ ଦୁଷ୍କର୍ମ: ପୂଜାରୀ ଗିରଫ

ନାବାଳିକାଙ୍କୁ ଦୁଷ୍କର୍ମ: ପୂଜାରୀ ଗିରଫ

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ଦୁଇ ନାବାଳିକାଙ୍କୁ ଯୌନ ନିର୍ଯାତନା ଅଭିଯୋଗ। ଏହି ଘଟଣାରେ ଜଣେ ପୂଜାରୀଙ୍କୁ ଗିରଫ କରିଛି ଲିଙ୍ଗରାଜ ଥାନା ପୋଲିସ। ଅଭିଯୁକ୍ତଙ୍କ ନାଁ ନଳିନୀ ଆଚାର୍ଯ୍ୟ।ଖବର ଅନୁଯାୟୀ, ଅଭିଯୁକ୍ତଙ୍କ ଘର ଗଞ୍ଜାମ ଜିଲ୍ଲାରେ। ସେ ଭୁବନେଶ୍ୱରରେ ରହି ପୂଜାରୀ ଭାବେ କାମ କରୁଥିଲେ। ଏହି ସମୟରେ ପଡ଼ୋଶୀ ପରିବାର ସହ ତାଙ୍କର ପରିଚୟ ଓ ସମ୍ପର୍କ ଗଢ଼ି ଉଠିଥିଲା। ତେବେ ସେହି ପରିବାରର ଦୁଇ ନାବାଳିକା ଝିଅଙ୍କୁ ନେଇ ତାଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆସିଥିଲା। ଅଭିଯୋଗ ପରେ ତଦନ୍ତ ଆରମ୍ଭ କରିଥିବା ପୋଲିସ ତାଙ୍କୁ ବ୍ରହ୍ମପୁରରୁ ଗିରଫ କରିଛି। ଅଭିଯୁକ୍ତଙ୍କ ବିରୋଧରେ ପକ୍ସୋ ଆଇନ ସହ ଅନ୍ୟ ସଙ୍ଗିନ ଦଫା ଲଗାଯାଇଛି।ସେହିପରି ନାବାଳିକାଙ୍କ ସହ ପରିବାର ସଦସ୍ୟଙ୍କ ବୟାନ ରେକର୍ଡ କରିଥିଲା ପୋଲିସ। ଏହି ମାମଲାରେ ଅଭିଯୁକ୍ତଙ୍କ ବିରୋଧରେ ପକ୍ସୋ ଆଇନ ସମେତ ଅନ୍ୟ ସଙ୍ଗିନ ଦଫା ଲଗାଇଛି ପୋଲିସ। ଗିରଫ ପରେ ଅଭିଯୁକ୍ତଙ୍କ ଡାକ୍ତରୀ ଯାଞ୍ଚ କରାଯାଇଥିବା ବେଳେ ପରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking