24.1 C
Bhubaneswar
Thursday, May 9, 2024
Homeଓଡିଶାସ୍ୱାମୀ ବିବେକାନନ୍ଦ ; ଏକ ବିଚାର ଧାରା

ସ୍ୱାମୀ ବିବେକାନନ୍ଦ ; ଏକ ବିଚାର ଧାରା

ଭୁବନେଶ୍ୱର , (ଓଏନଏ) : ବିଶ୍ୱର ସବୁ ଧର୍ମଗୁରୁ ନିଜ ଦେଶ ବା ସମାଜକୁ ଏକ ନୂତନ ପଥ ଦର୍ଶାଇଥାନ୍ତି । ସେହିପରି ସ୍ୱାମୀ ବିବେକାନନ୍ଦଙ୍କୁ ଏକ ସଂକଳ୍ପ ଶକ୍ତି , ବିଚାର ଧାରା, ଆଧ୍ୟାତ୍ମ ଏବଂ ଆତ୍ମବିଶ୍ୱାସର ଏକ ମୁଖ୍ୟ ସ୍ରୋତ କୁହାଯାଇପାରେ । ତାଙ୍କଠାରୁ କେବଳ ଭାରତକୁ ନୁହଁ ସମ୍ପୁର୍ଣ୍ଣ ବିଶ୍ୱକୁ ଉର୍ଜ୍ଜା ମିଳିଥାଏ । ଯେଉଁ ସମୟରେ ସ୍ୱମୀ ବିବେକାନନ୍ଦ ନିଜ ଜୀବନର ଶିଖର ଉପରେ ଥିଲେ । ସେହି ସମୟରେ ଭାରତ ଇଂରେଜ ଶାସନ ଅଧୀନରେ ଥିଲା । ପରାଧୀନ ଭାରତର ଯୁବପିଢୀଙ୍କୁ ସମ୍ବୋଧିତ କରି ସ୍ୱାମୀ ବିବେକାନନ୍ଦ କହିଥିଲେ , ‘ ଉଠ ,ଯାଗ ଓ ସେହି ପର‌୍ୟ୍ୟନ୍ତ ସ୍ଥିର ବସ ନାହିଁ ଯେବେ ଯାଏଁ ନିଜ ଲକ୍ଷକୁ ପ୍ରାପ୍ତ କରିନାହଁ । ତୁମେ ଯାହା ଭାବୁଛ ତାକୁ ନିଜ ଜୀବନର ବିଚାର ବନାଅ ଓ ସେହି ବିଷୟରେ ସ୍ୱପ୍ନ ଦେଖ । ଏହାହିଁ ସଫଳତାର ସୁତ୍ର ’ ।
ସ୍ୱାମୀ ବିବେକାନନ୍ଦଙ୍କ ଏହି ବିଚାର ଭାରତର ଯୁବକ ମାନଙ୍କ ମଧ୍ୟରେ ସ୍ୱାଭିମାନ ଓ ସ୍ୱତନ୍ତ୍ରତାର ମଞ୍ଜି ବୁଣିଥିଲା । ସ୍ୱାମୀ ବିବେକାନନ୍ଦ ଭାରତର ଲୋକଙ୍କୁ ଭାରତକୁ ଭଲପାଇବା ଶିଖାଇଥିଲେ ।  ଆଜିକୁ ପ୍ରାୟ ୧୩୦ ବର୍ଷ ପୁର୍ବେ ଯେବେ ଭାରତର ଲୋକ ମାନଙ୍କ ପ୍ରତି ବିଦେଶରେ କୌଣସି ସମ୍ମାନ ନଥିଲା ସେହି ସମୟରେ ସ୍ୱାମୀ ବିବେକାନନ୍ଦ ନିଜ ବିଚାରଧାରାରେ ସମ୍ପୁର୍ଣ୍ଣ ବିଶ୍ୱକୁ ପ୍ରଭାବିତ କରିପାରିଥିଲେ । ସେ କହିଥିଲେ ‘ ନିଜ ଜୀବନରେ କଷ୍ଟ ଉଠାଅ , ଯଦି ଜିତିଯାଉଛ ତେବେ ନେତୃତ୍ୟ କରିପାରିବ ଓ ଯଦି ହାରି ଯାଉଛ ତେବେ ଲୋକଙ୍କ ମାର୍ଗ ଦର୍ଶକ ହୋଇପାରିବ ।’ ସେ ଭାରତକୁ ସମ୍ପୁର୍ଣ୍ଣ ବିଶ୍ୱରେ ‘ବିଶ୍ୱଗୁରୁ’ ର ପରିଚୟ ଦେଇପାରିଥିଲେ ଓ ବିଶ୍ୱକୁ ଭାରତର ଶକ୍ତି ସଂମ୍ପର୍କରେ ଅବଗତ କରାଇ ଥିଲେ । ଆଜି ଯଦି ଭାରତର ପ୍ରତ୍ୟେକ ନାଗରିକ ସ୍ୱାମୀ ବିବେକାନନ୍ଦଙ୍କ ପଥ ଅନୁସରଣ କରିବେ ତେବେ ଭାରତରେ ଥିବା ସବୁ ପ୍ରକାର ସମସ୍ୟାର ନିରାକରଣ ହୋଇପାରିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking