30.1 C
Bhubaneswar
Monday, May 6, 2024
Homeଦେଶ ବିଦେଶ୧୭ ମହିଳାଙ୍କ ଉପରେ ଚଢ଼ିଗଲା ଏସ୍‌ୟୁଭି, ୫ ମୃତ

୧୭ ମହିଳାଙ୍କ ଉପରେ ଚଢ଼ିଗଲା ଏସ୍‌ୟୁଭି, ୫ ମୃତ

ପୁଣେ: ମହାରାଷ୍ଟ୍ରର ପୁଣେ-ନାସିକ୍ ହାଇୱେରେ ସୋମବାର ବିଳମ୍ବିତ ରାତିରେ ଏକ ଏସ୍‌ୟୁଭି ୧୭ ମହିଳାଙ୍କ ଉପରେ ଚଢ଼ିଯାଇଛି । ଫଳରେ ୫ ଜଣ ମହିଳା ଘଟଣାସ୍ଥଳରେ ପ୍ରାଣ ହରାଇଥିବା ବେଳେ ଅନ୍ୟ ୧୨ ଜଣ ଗୁରୁତର ଭାବେ ଆହତ । ସେମାନଙ୍କର ଚିକିତ୍ସା କରାଯାଉଛି । ପୁଣେ ସହରଠାରୁ ପ୍ରାୟ ୫୦ କିମି ଦୂର ଶିରୋଲୀ ଗାଁ ନିକଟରେ ଏହି ଦୁର୍ଘଟଣା ହୋଇଛି ।

ଅଜ୍ଞାତ କାର୍ ଚାଳକ ଫେରାର୍ ହୋଇଯାଇଥିବା ବେଳେ ପୁଲିସ ତା’ ବିରୋଧରେ କେସ୍ ରୁଜୁକରି ତା’ର ତଲାସୀ ଚଳାଇଛି । ପ୍ରାରମ୍ଭିକ ସୂଚନା ଅନୁସାରେ ସମସ୍ତ ମହିଳା ରୋଷେୟା ଭାବେ କାମ କରୁଥିଲେ । ରାତି ପ୍ରାୟ ୧୧ଟା ବେଳେ କାମସାରି ଘରକୁ ଫେରୁଥିଲେ । ପୁଣେରୁ ବସ୍‌ରେ ଆସି ଖରପୁରୀ ଫାଟାରେ ଓହ୍ଲାଇ ରାସ୍ତା ପାର୍ ହେଉଥିବା ବେଳେ ପୁଣେ ପଟୁ ଦ୍ରୁତ ଗତିରେ ଆସୁଥିବା କାର୍ ସେମାନଙ୍କୁ ଧକ୍କାଦେଇ ଚାଲିଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking