30.1 C
Bhubaneswar
Friday, April 26, 2024
Homeଓଡିଶାଅଗଷ୍ଟ ୩୧ରେ ଅବସର ନେବେ ସୁରେଶ ମହାପାତ୍ର

ଅଗଷ୍ଟ ୩୧ରେ ଅବସର ନେବେ ସୁରେଶ ମହାପାତ୍ର

ଭୁବନେଶ୍ୱର: ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ କାର୍ଯ୍ୟକାଳ ୩୧ ତାରିଖରେ ସରୁଛି । ତାଙ୍କ ସ୍ଥାନରେ କିଏ ହେବେ ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ ସେ ନେଇ ଏବେ ପାୱାର କରିଡର୍‌ରେ ଚର୍ଚ୍ଚା ଚାଲିଛି ।

୨୦୨୨ ଫେବୃଆରୀରେ ଶ୍ରୀ ମହାପାତ୍ରଙ୍କ କାର୍ଯ୍ୟକାଳ ଶେଷ ହୋଇଥିଲା । କେନ୍ଦ୍ର ସରକାରଙ୍କ ଅନୁମତି କ୍ରମେ ରାଜ୍ୟ ସରକାର ତାଙ୍କ କାର୍ଯ୍ୟକାଳ ୬ ମାସ ବୃଦ୍ଧି କରିଥିଲେ । ଅଗଷ୍ଟ ୩୧ରେ ସେ ଅବସର ନେବେ । ପୁଣି ଥରେ ଶ୍ରୀ ମହାପାତ୍ରଙ୍କ କାର୍ଯ୍ୟକାଳ ବୃଦ୍ଧି ହେବ କି ନାହିଁ ତାହା ସ୍ପଷ୍ଟ ହୋଇନି । କାର୍ଯ୍ୟକାଳ ବୃଦ୍ଧି ନ ହେଲେ ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ ପାଇଁ ୧୯୮୯ ବ୍ୟାଚ୍‌ ଓଡ଼ିଶା କ୍ୟାଡର୍‌ ଆଇଏଏସ୍‌ ପ୍ରଦୀପ କୁମାର ଜେନାଙ୍କ ନାଁ ଚର୍ଚ୍ଚାରେ ରହିଛି ।

ଶ୍ରୀ ଜେନା ୨୦୨୧ ଜାନୁଆରୀରୁ ରାଜ୍ୟ ଉନ୍ନୟନ କମିଶନର ଭାବେ ଦାୟିତ୍ୱ ତୁଲାଇ ଆସୁଛନ୍ତି । ଏଥି ସହ ସ୍ୱତନ୍ତ୍ର ରିଲିଫ୍‌ କମିଶନର ଓ ଓସ୍‌ଡମା ପରିଚାଳନା ନିର୍ଦ୍ଦେଶକ ମଧ୍ୟ ଅଛନ୍ତି । ରାଜ୍ୟ ପ୍ରଶାସନରେ ଶ୍ରୀ ଜେନାଙ୍କ ଦୀର୍ଘ ବର୍ଷର ଅଭିଜ୍ଞତା ରହିଛି । ଜଳସମ୍ପଦ ବିଭାଗ, ଜଙ୍ଗଲ ଓ ପରିବେଶ ବିଭାଗ ପ୍ରମୁଖ ଶାସନ ସଚିବ ସହିତ ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ମୁଖ୍ୟ ପ୍ରଶାସକ ଭାବେ କାର୍ଯ୍ୟ କରିଛନ୍ତି ।

ମୁଖ୍ୟ ଶାସନ ସଚିବ ପଦବି ନିମନ୍ତେ ୧୯୮୭ ଓ ୧୯୮୮ ବ୍ୟାଚ୍‌ର ବହୁ ବରିଷ୍ଠ ଆଇଏଏସ୍‌ ଅଧିକାରୀ ଅଛନ୍ତି । ଜି.ଭି. ଭେନୁଗୋପାଳ ଶର୍ମା, ତୁହିନକାନ୍ତ ପାଣ୍ଡେ, ନିକୁଂଜ ସୁନ୍ଦରରାୟ, ରାଜକୁମାର ଶର୍ମା, ରାଜେଶ ବର୍ମା, ସି.ଜେ. ଭେନୁଗୋପାଳ ଓ ପ୍ରଦୀପ୍ତ ମହାପାତ୍ର ପ୍ରମୁଖଙ୍କ ନାଁ ବରିଷ୍ଠତା ତାଲିକାରେ ରହିଛି । ସେମାନଙ୍କ ମଧ୍ୟରୁ ରାଜେଶ ବର୍ମା ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭାବେ କାର୍ଯ୍ୟ କରିଥିଲେ । ସେ ଏବେ କେନ୍ଦ୍ରୀୟ ଡେପୁଟେସନରେ ଅଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking