36.1 C
Bhubaneswar
Monday, May 6, 2024
Homeଦେଶ ବିଦେଶସୁପ୍ରିୟା ସୁଲେଙ୍କ ସୁରକ୍ଷା ବଢ଼ିଲା

ସୁପ୍ରିୟା ସୁଲେଙ୍କ ସୁରକ୍ଷା ବଢ଼ିଲା

ମୁମ୍ବାଇ: ଏନ୍‌ସିପି ମୁଖ୍ୟ ଶରଦ ପାୱାର୍ ମୁମ୍ବାଇସ୍ଥିତ ବାସଭବନ ବାହାରେ ମହାରାଷ୍ଟ୍ର ରାଜ୍ୟ ସଡ଼କ ପରିବହନ କର୍ପୋରେସନ୍ (ଏମ୍‌ଏସ୍‌ଆର୍‌ଟିସି) କର୍ମଚାରୀଙ୍କ ବିକ୍ଷୋଭ ପ୍ରଦର୍ଶନର ଦିନକ ପରେ ମୁମ୍ବାଇ ପୁଲିସ୍ ପାୱାର୍‌ଙ୍କ ସାଂସଦ କନ୍ୟା ସୁପ୍ରିୟା ସୁଲେଙ୍କୁ ଯୋଗାଇ ଦିଆଯାଉଥିବା ସୁରକ୍ଷାରେ ବୃଦ୍ଧି କରିଛି । ଏବେ ସୁପ୍ରିୟାଙ୍କୁ ସୁରକ୍ଷା ଏକ୍ସ କାଟାଗୋରୀରୁ ୱାଇ ପ୍ଲସ୍ କାଟାଗୋରୀ କରାଯାଇଥିବା ଜଣେ ପୁଲିସ ଅଧିକାରୀ କହିଛନ୍ତି ।

ସୂଚନାଯୋଗ୍ୟ ଶୁକ୍ରବାର ପାୱାର୍‌ଙ୍କ ପେଦେର୍ ରୋଡ୍‌ସ୍ଥିତ ବଙ୍ଗଳା ବାହାରେ ସୁପ୍ରିୟାଙ୍କୁ ଆନ୍ଦୋଳରତ ଏମ୍‌ଏସ୍‌ଆର୍‌ଟିସି କର୍ମଚାରୀଙ୍କ କ୍ରୋଧର ଶିକାର ହେବାକୁ ପଡ଼ିଥିଲା । ଏହି ଘଟଣା ପରେ ମୁମ୍ବାଇ ପୁଲିସ ସତର୍କତା ମୂଳକ ପଦକ୍ଷେପ ସ୍ୱରୂପ ପାୱାର ପରିବାର ସହିତ ସୁପ୍ରିୟା ସୁଲେଙ୍କ ସୁରକ୍ଷା ବୃଦ୍ଧି କରିଛି ବୋଲି ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି । ସେହିପରି ପାୱାର୍ ମୁମ୍ବାଇସ୍ଥିତ ବାସଭବନ ଏବଂ ପୁଣେର ବାରାମତିସ୍ଥିତ ଘରର ସୁରକ୍ଷା ବୃଦ୍ଧି କରାଯାଇଥିବା ଅଧିକାରୀ ଜଣକ କହିଛନ୍ତି । ଅନ୍ୟପକ୍ଷରେ ଶୁକ୍ରବାରର ଘଟଣାରେ ସମ୍ପୃକ୍ତ ଥିବା ୧୧୦ ଜଣଙ୍କୁ ପୁଲିସ୍ ଗିରଫ କରିଥିବା ସେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking