32.1 C
Bhubaneswar
Sunday, May 19, 2024
Homeଦେଶ ବିଦେଶସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିରେ ଇମ୍ରାନ କ୍ଷୁବ୍ଧ

ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିରେ ଇମ୍ରାନ କ୍ଷୁବ୍ଧ

ନୂଆଦିଲ୍ଲୀ: ଉପ ବାଚସ୍ପତିଙ୍କ ପକ୍ଷରୁ ଅନାସ୍ଥା ପ୍ରସ୍ତାବକୁ ଖାରଜ କରି ଦିଆଯାଇଥିବା ବେଳେ ଏହାକୁ ଅସାମ୍ବିଧାନିକ ଦର୍ଶାଇଥିଲେ ସୁପ୍ରିମକୋର୍ଟ । ପୁନର୍ବାର ଶକ୍ତିପରୀକ୍ଷା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଥିବା ବେଳେ କୋର୍ଟଙ୍କ ନିର୍ଦ୍ଦେଶରେ ଅସନ୍ତୋଷ ଜାହିର କରିଛନ୍ତି ଇମ୍ରାନ ଖାନ୍ । କ୍ରିକେଟରରୁ ରାଜନେତା ବନିଥିବା ଇମ୍ରାନ କହିଛନ୍ତି, ବିଦେଶୀ ଶକ୍ତି ଦେଶରେ ଅରାଜକତା ପାଇଁ ପ୍ରୟାସ କରୁଥିବା ବେଳେ ଏହି ପ୍ରସଙ୍ଗକୁ ସୁପ୍ରିମକୋର୍ଟ ସମ୍ପୂର୍ଣ୍ଣ ଭାବରେ ଅଣଦେଖା କରିଛନ୍ତି ।

ଏ ସମ୍ପର୍କିତ ଡକ୍ୟୁମେଣ୍ଟକୁ ମଧ୍ୟ କୋର୍ଟ ନଜର ଅନ୍ଦାଜ କରିଛନ୍ତି । ସୁପ୍ରିମକୋର୍ଟ ଉପ ବାଚସ୍ପତିଙ୍କ ନିଷ୍ପତ୍ତିକୁ ବଦଳାଇବା ପୂର୍ବରୁ ଥରେ ଚିନ୍ତା କରିବାର ଆବଶ୍ୟକତା ଥିଲା ବୋଲି କହିଛନ୍ତି ଇମ୍ରାନ । ଦେଶର ସାର୍ବଭୌମତ୍ୱ ଉପରେ ପ୍ରଶ୍ନବାଚୀ ଆସୁଥିବା ବେଳେ ସୁପ୍ରିମକୋର୍ଟଙ୍କ ଏମିତି ତରବରିଆ ନିଷ୍ପତ୍ତି ଠିକ୍ ନଥିଲା ବୋଲି କହିଛନ୍ତି ଇମ୍ରାନ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking