33.1 C
Bhubaneswar
Saturday, April 27, 2024
Homeବ୍ରେକୀଙ୍ଗସପ୍ତମ ବେତମ କମିଶନ, କେନ୍ଦ୍ର କର୍ମଚାରୀଙ୍କ ପାଇଁ ଖୁସି ଖବର

ସପ୍ତମ ବେତମ କମିଶନ, କେନ୍ଦ୍ର କର୍ମଚାରୀଙ୍କ ପାଇଁ ଖୁସି ଖବର

ନୂଆଦିଲ୍ଲୀ: କେନ୍ଦ୍ର କର୍ମଚାରୀ ଓ ପେନସନ ଭୋଗୀଙ୍କୁ ଦେଶର ସବୁଠୁ ବଡ ଅଦାଲତ ଏକ ବଡ ଫଇସଲା ଶୁଣାଇଛନ୍ତି । ସୁପ୍ରିମକୋର୍ଟ କହିଛନ୍ତି ଯେ, କେନ୍ଦ୍ର ସରକାରଙ୍କ କର୍ମଚାରୀ ଓ ପେନସନଭୋଗୀଙ୍କ ଚିକିତ୍ସାସୀମାକୁ ସୀମିତ କରାଯିବ ନାହିଁ । ଏହାର ଅର୍ଥ, ସେମାନେ ସିଜିଏଚଏସ ବାହାରର ହସ୍ପିଟାଲରେ ବି ଚିକିତ୍ସା କରାଇପାରିବେ । 
କେନ୍ଦ୍ର ସରକାରଙ୍କ ଜଣେ ଅବସରପ୍ରାପ୍ତ କର୍ମଚାରୀ ଏକ ମେଡିକାଲ ବିଲର ପେମେଣ୍ଟ ପାଇଁ ଦାବି କରିଥିଲେ । ହେଲେ ସରକାର ମେଡିକ୍ଲେମ ଦେବାକୁ ମନା କରୁଥିଲେ । କାରଣ ପେନସନ ଭୋଗୀ ଜଣକ ସିଜିଏଚଏସ ପ୍ୟାନେଲ ବାହରର ହସ୍ପିଟାଲରେ ଚିକିତ୍ସା କରାଇଥିଲେ । ଏହା ଉପରେ ସୁପ୍ରିମକୋର୍ଟ କହିଛନ୍ତି, ଆପାତକାଳୀନ ସ୍ଥିତିରେ ସିଜିଏଚଏସ ପ୍ୟାନେଲ ବାହାରେ ଘରୋଇ ହସ୍ପିଟାଲରେ ଚିକିତ୍ସା ପାଇଁ ମେଡିକ୍ଲେମ ମିଳିବା ଦରକାର । 
ସୁପ୍ରିମକୋର୍ଟଙ୍କ ଏହି ନିଷ୍ପତ୍ତିରେ ସେମାନଙ୍କୁ ଅନେକ ଫାଇଦା ମିଳିବ । ଏବେ କେହି ବି ମେଡିକ୍ଲେମ ପାଇବା ପାଇଁ ହକଦାର ହେବେ । ଏହା ବ୍ୟତୀତ ଏହି ନିଷ୍ପତିରେ ସେମାନଙ୍କୁ ଆଶ୍ୱସ୍ତି ମିଳିବ, ଯିଏ ବାଧ୍ୟହୋଇ ପ୍ୟାନେଲ ବାହାରେ ଚିକିତ୍ସା କରାଉଥିଲେ । ସେଣ୍ଟ୍ରୋଲ ଗଭର୍ଣ୍ଣମେଣ୍ଟ ହେଲଥ ସ୍କିମକୁ ହିନ୍ଦୀରେ ସରକାରଙ୍କ ସ୍ୱାସ୍ଥ୍ୟ ଯୋଜନା ନାମରେ ଜଣାଯାଏ । ଏହି ଯୋଜନା ଏଥିପାଇଁ ଆରମ୍ଭ କରାଯାଇଥିଲା, ଯେମିତି କେନ୍ଦ୍ରୀୟ କର୍ମଚାରୀଙ୍କୁ ଚିକିତ୍ସା ପାଇଁ ଚାରିଆଡେ ଦୌଡିବାକୁ ପଡୁ । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ଏହାକୁ ପରିଚାଳନା କରିଥାଏ । ପ୍ରାୟ ୬୦ ବର୍ଷ ଝରି କେନ୍ଦ୍ର ସରକାରଙ୍କ କର୍ମଚାରୀ ଏହାର ଲାଭ ପାଉଛନ୍ତି । ସମୟ ସହ ଏହି ଯୋଜନାରେ ପରିବର୍ତନ ମଧ୍ୟ କରାଯାଉଛି । ଯାହାଦ୍ୱାରା ସେମାନଙ୍କୁ ସଂପୂର୍ଣ୍ଣ ଫାଇଦା ମିଳିପାରିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking