40.1 C
Bhubaneswar
Thursday, April 25, 2024
Homeବ୍ରେକୀଙ୍ଗକାଳିଆ ଦର୍ଶନ କଟକଣା କୋହଳ, ଛେପ ପକାଇଲେ ହଜାରେ ଫାଇନ

କାଳିଆ ଦର୍ଶନ କଟକଣା କୋହଳ, ଛେପ ପକାଇଲେ ହଜାରେ ଫାଇନ

ପୁରୀ: ଏଣିକି ସବୁ ରବିବାର ମହାପ୍ରଭୁଙ୍କ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ । ଏନେଇ ଆଜି ସୂଚନା ପ୍ରଦାନ କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର । ଏହାବ୍ୟତୀତ ଆନନ୍ଦବଜାରରେ ମହାପ୍ରସାଦ ସେବନ ନେଇ ମଧ୍ୟ ଅନୁମତି ମିଳିଛି । ସକାଳ ୬ଟାରୁ ନିଶ୍ଚିତ ଭାବରେ ଆରମ୍ଭ ହେବ ଦର୍ଶନ । କେବଳ ପୁରୀବାସୀ ନୁହଁନ୍ତି, ସମସ୍ତେ ସକାଳ ୬ରୁ କାଳିଆ ଦର୍ଶନ କରିପାରିବେ । ପୂର୍ବରୁ କିନ୍ତୁ ଏଥିକେ କଟକଣା ଲଗାଯାଇଥିଲା । ପ୍ରଥମେ ପୁରୀବାସୀ ଦର୍ଶନ କରିସାରିବା ପରେ ଅନ୍ୟ ଜିଲ୍ଲାବାସୀଙ୍କୁ ଦର୍ଶନ ପାଇଁ ଅନୁମତି ମିଳୁଥିଲା । ଏହାକୁ ବାଦ ଦେଲେ ପ୍ରତି ରବିବାର ସାନିଟାଇଜ ପାଇଁ ଶ୍ରୀମନ୍ଦିରରେ କାଳିଆ ଦର୍ଶନ ବନ୍ଦ ରହୁଥିଲା । ମାତ୍ର ଏବେ ଏହା ଉଠିଯାଇଛି । ସମସ୍ତେ ଏବେ ସକାଳ ୬ଟାରୁ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିନା ଦ୍ୱନ୍ଦରେ କରିପାରିବେ । ଏସବୁ ବ୍ୟତୀତ ଆଜି ଅନୁଷ୍ଠିତ ହୋଇଥିବା ସମୀକ୍ଷା ବୈଠକରେ ଆଉ କିଛି ନିଷ୍ପତ୍ତି ନିଆଯାଇଛି । ମନ୍ଦିର ଭିତରେ ଛେପ ପକାଇ ଧରାପଡିଲେ ଦେବାକୁ ପଡିବ ୧ ହଜାର ଫାଇନ । ଏସବୁକୁ ଜଗିବା ପାଇଁ ଏକ ସ୍ପେଶାଲ ସ୍କ୍ୱାଡ ଗଠନ କରାଯିବ । ଜିଲ୍ଲା ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍କ୍ୱାଡ ଗଠନ କରାଯିବ । ମନ୍ଦିର ଭିତରେ ପାନ ଖାଉଥିବା ଶ୍ରଦ୍ଧାଳୁ ଜରିମାନା ଦେବେ । ଶ୍ରୀମନ୍ଦିରକୁ ସଂପୂର୍ଣ୍ଣ ପ୍ଲାଷ୍ଟିକମୁକ୍ତ କରିବାକୁ ପଦକ୍ଷେପ ନିଆଯିବ ବୋଲି ସୂଚନା ଦିଆଯାଇଛି । ଅନ୍ୟପଟେ ଶ୍ରୀଗୁଣ୍ଡିଚା ମନ୍ଦିର ଖୋଲିବା ନେଇ ଆସନ୍ତା ସୋମବାର ନିଷ୍ପତ୍ତି ନିଆଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking