26.1 C
Bhubaneswar
Thursday, May 9, 2024
Homeଦେଶ ବିଦେଶ୩୧ରେ ଶପଥନେବେ ୯ ସୁପ୍ରିମକୋର୍ଟ ଜଜ୍‌

୩୧ରେ ଶପଥନେବେ ୯ ସୁପ୍ରିମକୋର୍ଟ ଜଜ୍‌

ନୂଆଦିଲ୍ଲୀ: ସୁପ୍ରିମକୋର୍ଟର ୯ ଜଣ ନୂଆ ବିଚାରପତିଙ୍କ ନିଯୁକ୍ତିକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଗୁରୁବାର ଅନୁମୋଦନ କରିଛନ୍ତି । ଏମାନଙ୍କ ମଧ୍ୟରେ ୩ ଜଣ ମହିଳାଙ୍କ ସମେତ ୮ ହାଇକୋର୍ଟ ବିଚାରପତି ଓ ଅନ୍ୟ ଜଣେ ସୁପ୍ରିମକୋର୍ଟ ଆଇନଜୀବୀ ଅନ୍ତର୍ଭୁକ୍ତ । ଚଳିତମାସ ୩୧ରେ ନୂଆ ବିଚାରପତିମାନେ ଶପଥ ନେବେ ବୋଲି ଜଣାପଡିଛି । ସୁପ୍ରିମକୋର୍ଟ କଲେଜିୟମ ପକ୍ଷରୁ ଏମାନଙ୍କ ନାମ ସୁପାରିସ କରାଯାଇଥିଲା । ନବନିଯୁକ୍ତ ବିଚାରପତିମାନେ ହେଲେ  ଜଷ୍ଟିସ ବି.ଭି.ନାଗରତ୍ନା (କର୍ଣ୍ଣାଟକ ହାଇକୋର୍ଟ), ଜଷ୍ଟିିସ ହିମା କୋହଲି (ତେଲେଙ୍ଗାନା ହାଇକୋର୍ଟ), ଜଷ୍ଟିସ ବେଲା ତ୍ରିବେଦୀ (ଗୁଜରାଟ ହାଇକୋର୍ଟ), ଜଷ୍ଟିିସ ବିକ୍ରମ ନାଥ (ଗୁଜରାଟ ହାଇକୋର୍ଟ), ଜଷ୍ଟିସ ଜେ.କେ.ମାହେଶ୍ୱରୀ (ସିକ୍ମିମ ହାଇକୋର୍ଟ), ଜଷ୍ଟିସ ଅଭୟ ଓକା (କର୍ଣ୍ଣାଟକ ହାଇକୋର୍ଟ), ଜଷ୍ଟିସ ସି.ଟି.ରବିକୁମାର (କେରଳ ହାଇକୋର୍ଟ) ଓ ଜଷ୍ଟିସ ଏମ.ଏମ.ସୁନ୍ଦରେଶ (ମାଡ୍ରାସ ହାଇକୋର୍ଟ) । ସୁପ୍ରିମକୋର୍ଟର ବରିଷ୍ଠ ଆଇନଜୀବୀ ପି.ଏସ.ନରସିମା ମଧ୍ୟ ବିଚାରପତିଭାବେ ନିଯୁକ୍ତି ପାଇଛନ୍ତି । ସୁପ୍ରିମକୋର୍ଟ ଇତିହାସରେ ପ୍ରଥମ ଥର ୯ ଜଣ ବିଚାରପତିଙ୍କୁ ନିଯୁକ୍ତି ପାଇଁ କଲେଜିୟମ ସୁପାରିସ କରିଛି । ସୁପ୍ରିମକୋର୍ଟର ମୋଟ ବିଚାରପତି ସଂଖ୍ୟା (ପ୍ରଧାନ ବିଚାରପତିଙ୍କୁ ମିଶାଇ) ୩୪ ଥିବାବେଳେ ବର୍ତ୍ତମାନ ୨୪ ଜଣ କାର୍ଯ୍ୟରତ ଅଛନ୍ତି । ଏହି ୯ ବିଚାରପତିଙ୍କ ନିଯୁକ୍ତି ପରେ ଆଉ ମାତ୍ର ଗୋଟିଏ ପଦ ଖାଲି ରହିବ । ନବନିଯୁକ୍ତ ବିଚାରପତିଙ୍କ ମଧ୍ୟରୁ ଜଷ୍ଟିସ ବି.ଭି.ନାଗରତ୍ନା ୨୦୨୭ରେ ଦେଶର ପ୍ରଥମ ମହିଳା ପ୍ରଧାନ ବିଚାରପତି ହେବାର ସୌଭାଗ୍ୟଲାଭ କରିପାରନ୍ତି ବୋଲି ଜଣାପଡିଛି । ପ୍ରଧାନ ବିଚାରପତି ଜଷ୍ଟିସ ଏନ.ଭି.ରମନା ଆସନ୍ତାବର୍ଷ ଅଗଷ୍ଟରେ ଅବସର ନେବାପରେ ଜଷ୍ଟିସ ୟୁ.ୟୁ.ଲଳିତ ପରବର୍ତ୍ତୀ ପ୍ରଧାନ ବିଚାରପତି ଆସନ ଅଳଙ୍କୃତ କରିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking