29.1 C
Bhubaneswar
Wednesday, April 24, 2024
Homeଦେଶ ବିଦେଶତାଲିବାନ୍‌ରେ ଯୌନଦାସୀ ହୋଇ ରହିବାକୁ ପଡ଼ୁଛି ଆଫଗାନିସ୍ତାନର ଝିଅମାନଙ୍କୁ

ତାଲିବାନ୍‌ରେ ଯୌନଦାସୀ ହୋଇ ରହିବାକୁ ପଡ଼ୁଛି ଆଫଗାନିସ୍ତାନର ଝିଅମାନଙ୍କୁ

କାବୁଲ : ତାଲିବାନୀମାନଙ୍କ ଦ୍ୱାରା ଆଫଗାନିସ୍ତାନ ଦଖଲ ପରେ ଆଫଗାନିସ୍ତାନ ମହିଳାମାନଙ୍କ ଜୀବନ ଦୁର୍ବିସହ ହୋଇଯାଇଛି । କାବୁଲ୍ ଦଖଲ ପରେ ତାଲିବାନୀମାନେ ଯୁବତୀଙ୍କ ସନ୍ଧାନରେ ଘର ଘର ବୁଲୁଛନ୍ତି । ତାଲିବାନୀମାନେ ସ୍ଥାନୀୟ ପ୍ରଶାସନକୁ ୧୨ରୁ ୪୫ ବର୍ଷ ବୟସର ମହିଳମାନଙ୍କ ତାଲିକା ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ୧୨ରୁ ୪୫ ବର୍ଷ ବୟସର ମହିଳାମାନଙ୍କୁ ବଳପୂର୍ବକ ଅପହରଣ କରାଯାଇ ସେମାନଙ୍କୁ ଯୌନଦାସୀ ଭାବେ ରଖାଯାଉଛି । ଝିଅମାନଙ୍କୁ ସେମାନଙ୍କ ଇଚ୍ଛା ବିରୋଧରେ ବଳପୂର୍ବକ ଯୌନ ଶୋଷଣ କରିବା ସହିତ ବିବାହ କରୁଛନ୍ତି । ଯୌନଦାସୀ ହୋଇ ରହିବାକୁ ପଡ଼ୁଛି ଆଫଗାନିସ୍ତାନର ଝିଅମାନଙ୍କୁ ।

ସର୍ବସାଧାରଣରେ ଅପମାନ, ଟିପ୍ପଣୀ, ଭାବନାତ୍ମକ ତଥା ଶାରିରୀକ ଶୋଷଣ, ଅଶ୍ଳୀଳ ପ୍ରଦର୍ଶନ, ହତ୍ୟା, ବଳାତ୍କାର ଆଦି ଆଫଗାନିସ୍ତାନର ମହିଳା ତଥା ଅଳ୍ପ ବୟସର ଝିଅମାନଙ୍କ ଭାଗ୍ୟ ବୋଲି ତାଲିବାନୀମାନେ ମଣୁଛନ୍ତି । ତାଲିବାନୀ ଶାସନରେ ମହିଳାମାନେ ଏକାକୀ ବାହରକୁ ଯାଇପାରିବେ ନାହିଁ, ଶିକ୍ଷାଗ୍ରହଣ କରିପାରିବେ ନାହିଁ ଏପରିକି ହାଇ ହିଲ୍ ମଧ୍ୟ ସେମାନଙ୍କ ପକ୍ଷରେ ପିନ୍ଧିବା ମନା ବୋଲି ଜଣାପଡ଼ିଛି । ଆଫଗାନିସ୍ତାନରେ ନିଜ ଦୁଇ ଝିଅଙ୍କୁ ନେଇ ରହୁଥିବା ଏକ ଦମ୍ପତି ଭୟଭୀତ ଅଛନ୍ତି ।

ନିଜର ୧୨ ବର୍ଷୀୟ ଓ ୧୦ ବର୍ଷୀୟ ଦୁଇ ଝିଅଙ୍କର ପିତା ନାମ ନଛାପିବା ସର୍ତ୍ତରେ ଏକ ବୈଦେଶିକ ଗଣମାଧ୍ୟମକୁ କହିଛନ୍ତି ଯେ ସେମାନେ ଶୁଣୁଛନ୍ତି କି ତାଲିବାନୀମାନେ ୧୨ ବର୍ଷୀୟ ତଥା ଊର୍ଦ୍ଧ୍ୱ ଝିଅମାନଙ୍କ ସହିତ ବଳପୂର୍ବକ ବିବାହ କରୁଛନ୍ତି । ଅପରପକ୍ଷରେ ଅହମଦ ଯିଏକି ନିକଟରେ କାବୁଲ୍ ପରିତ୍ୟାଗ କରି ନେଦରଲାଣ୍ଡରେ ପରିବାର ସହିତ ଅବସ୍ଥାନ କରୁଛନ୍ତି, କହିଛନ୍ତି ଯେ ତାଙ୍କ ପତ୍ନୀଙ୍କର ପିତାମାତା ଦୁଇ ଭଉଣୀ ତଥା ଭାଇ ଆଫଗାନିସ୍ତାନରେ ଆତ୍ମଗୋପନ କରିଛନ୍ତି । ଅହମଦ୍‌ଙ୍କର ପତ୍ନୀ ସାମା କହନ୍ତି କି ସେମାନେ ଖୁବ୍ ଭୟଭୀତ ଅବସ୍ଥାରେ ଅଛନ୍ତି । ତାଲିବାନୀମାନେ ଘରଘର ବୁଲି ଯୁବକମାନଙ୍କୁ ଅପହରଣ କରି ସେମାନଙ୍କ ଗ୍ରୁପ୍‌ରେ ସାମିଲ୍ କରୁଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking