28.1 C
Bhubaneswar
Saturday, April 27, 2024
Homeଓଡିଶାରାଉରକେଲାର ସୁପର ସ୍ପ୍ରେଡର: ଜଣେ ବ୍ୟକ୍ତି ୯୫ ଜଣଙ୍କୁ କରିଛନ୍ତି ସଂକ୍ରମିତ

ରାଉରକେଲାର ସୁପର ସ୍ପ୍ରେଡର: ଜଣେ ବ୍ୟକ୍ତି ୯୫ ଜଣଙ୍କୁ କରିଛନ୍ତି ସଂକ୍ରମିତ

ଭୁବନେଶ୍ୱର: ରାଜ୍ୟରେ କରୋନା ସ୍ଥିତି ଦିନକୁ ଦିନ ବିଗୁଡୁଥିବା ବେଳେ ରାଉରକେଲାରେ ଜଣେ ବ୍ୟକ୍ତିଙ୍କ ଦ୍ୱାରା ୯୫ ଜଣ ସଂକ୍ରମିତ ହୋଇଥିବା ସୂଚନା ମିଳିଛି । ସେକ୍ଟର ୧୬ ଅଂଚଳରେ ଜଣେ ପଜିଟିଭଙ୍କ ଦ୍ୱାରା ୯୫ ଜଣ ସଂକ୍ରମିତ ହୋଇଛନ୍ତି । ଏହା ଜଣାପଡିବା ପରେ ଉକ୍ତ ବ୍ୟକ୍ତିଙ୍କ କଣ୍ଟାକ୍ଟ ଟ୍ରେସିଂରୁ ଗତକାଲି ୪୯ ଓ ଆଜି ୪୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିପାଇଁ ଉକ୍ତ ଅଂଚଳରେ ସଂକ୍ରମଣ ନ ବ୍ୟାପିବା ପାଇଁ ସମସ୍ତ ଉଦ୍ୟମ କରାଯାଉଛି । ବସନ୍ତୀ କଲୋନୀ, ଗୋଲଘର ଅଂଚଳକୁ କଣ୍ଟେନମେଣ୍ଟ କରାଯିବ ବୋଲି ସୂଚନା ରହିଥିବା ବେଳେ ସୁପର ସ୍ପ୍ରେଡରଙ୍କ କଣ୍ଟାକ୍ଟ ଟ୍ରେସିଂ ଜାରି ରହିଥିବା ରାଉରକେଲା ଜିଲ୍ଲାପାଳ ସୂଚନା ଦେଇଛନ୍ତି ।
ରାଜ୍ୟରେ ବଢିଚାଲିଛି କରୋନା ରୋଗୀଙ୍କ ସଂଖ୍ୟା । ହୁ ହୁ ହୋଇ ପ୍ରତିଦିନ ଶହ ଶହ କରୋନା ପଜେଟିଭ ଚିହ୍ନଟ ହେଉଛନ୍ତି । ଆଜି ମଧ୍ୟ ରାଜ୍ୟରେ ୫୨୭ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ୫୨୭ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ ୩୩୮ଟି କେସ ରହିଥିବା ବେଳେ ଲୋକାଲ କଣ୍ଟାକ୍ଟ କେସ ୧୮୯ଟି ରହିଛି । ଫଳରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ହଜାର ୬୨୪କୁ ବୃଦ୍ଧି ପାଇଛି । ଆଜି ଚିହ୍ନଟ ୫୨୭ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ଗଂଜାମରୁ ସର୍ବାଧିକ ୨୧୫ ଜଣ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡରୁ ୭୮ ଜଣ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ ୫୦, ବାଲେଶ୍ୱରରୁ ୨୬, ଯାଜପୁରରୁ ୨୫, ବଲାଙ୍ଗୀରରୁ ୨୧, ନୟାଗଡରୁ ୧୮, କଟକରୁ ୧୭, ପୁରୀରୁ ୧୬, ମୟୁରଭଂଜରୁ ୧୦, କେନ୍ଦୁଝରରୁ ୭ ଓ କୋରାପୁଟ ଜିଲ୍ଲାରୁ ୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି କେନ୍ଦ୍ରାପଡା ଓ ସୁବର୍ଣ୍ଣପୁର ଜିଲ୍ଲାରୁ ୫ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking