26.1 C
Bhubaneswar
Tuesday, May 7, 2024
Homeଓଡିଶାଦଣ୍ଡ ମୁକ୍ତ ଅଞ୍ଚଳରେ ଛାତ୍ରୀଙ୍କୁ କଠୋର ଦଣ୍ଡ ଅଭିଯୋଗ

ଦଣ୍ଡ ମୁକ୍ତ ଅଞ୍ଚଳରେ ଛାତ୍ରୀଙ୍କୁ କଠୋର ଦଣ୍ଡ ଅଭିଯୋଗ

ବ୍ରାହ୍ମଣୀଗାଁ : ଦଣ୍ଡ ମୁକ୍ତ ଅଞ୍ଚଳରେ ଛାତ୍ରୀଙ୍କୁ କଠୋର ଦଣ୍ଡ । ଶିକ୍ଷୟିତ୍ରୀଙ୍କ ମାଡ଼ରେ ଦଶମ ଶ୍ରେଣୀ ଛାତ୍ରୀ ଗୁରୁତର ଆହତ । ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ି ଠାରେ ଥିବା ସରକାରୀ ଉଚ୍ଚ ବିଦ୍ୟାଳୟ ସ୍ମାର୍ଟ ସ୍କୁଲରେ ଏଭଳି ଘଟଣା ଦେଖିବାକୁ ମିଳିଛ । ରାସାୟନିକ ପ୍ରତିକ୍ରିୟାର ଉତ୍ତର ନଦେଇପାରିବାରୁ ଛାତ୍ରୀଙ୍କ ମୁଣ୍ଡର ଚୁଟି ଝିକିବା ସହିତ ଏକ ବାଡ଼ିରେ ଦୁଇଟି ହାତକୁ ମାରିବା ସହ ହାତ ପାପୁଲିକୁ ମାରି ଆହତ କରିଥିବା ଅଭିଯୋଗ ଆସିଛି ବିଦ୍ୟାଳୟର ବିଜ୍ଞାନ ବିଭାଗର ଶିକ୍ଷୟିତ୍ରୀ ଅଞ୍ଜଳି ପ୍ରଧାନଙ୍କ ନାମରେ । ଏନେଇ ଛାତ୍ରୀଙ୍କ ପିତା ଦାରିଙ୍ଗବାଡ଼ି ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି । ସୂଚନାମୁତାବକ ସିମନବାଡ଼ିସ୍ଥିତ ଲାଦାମାଲା ଗ୍ରାମର ଅଶୋକ ଦିଗାଲଙ୍କ ଝିଅ କୁମାରୀ ଆରିନ ଦିଗାଲ ସିମନବାଡ଼ି ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ୧୦ ମ ଶ୍ରେଣୀ ପାଠ ପଢ଼ନ୍ତି ।

ବୁଧବାର ସ୍କୁଲ ଯାଇଥିବା ବେଳେ ୧୧ ଟା ସମୟରେ ବିଜ୍ଞାନ ଶିକ୍ଷୟିତ୍ରୀ ଅଞ୍ଜଳି ପ୍ରଧାନ ପିଲାଙ୍କୁ ତାପ ଉତ୍ପାଦି ରାସାୟନିକ ପ୍ରତିକ୍ରିୟା ବିଷୟରେ ପାଠ ପଢ଼ାଇ ପ୍ରଶ୍ନ ପଚାରିଥିଲେ । ହେଲେ କୁମାରୀ ଆରିନ ଦିଗାଲ ଏହି ପ୍ରଶ୍ନର ସଠିକ ଭାବେ ଉତ୍ତର ନଦେବାରୁ ଶିକ୍ଷୟିତ୍ରୀ ଜଣଙ୍କ ତାଙ୍କ ମୁଣ୍ଡର ଚୁଟି ଝିକିବା ସହ ବାଡ଼ି ସାହାଯ୍ୟରେ ଛାତ୍ରୀଙ୍କ ଡେଣା ଓ ହାତ ପାପୁଲିରେ ମାଡ଼ ମାରିଥିଲେ ବୋଲି ଅଭିଯୋଗ କରିଛନ୍ତି ଛାତ୍ରୀ ଜଣକ । ସ୍କୁଲ ଛୁଟି ପରେ ଛାତ୍ରୀ ଜଣକ ଘରେ ପହଞ୍ଚିି ମାଆ ସମିତା ଦିଗାଲ ଓ ବାପା ଅଶୋକ ଦିଗାଲଙ୍କୁଙ୍କୁ ଘଟଣା ବିଷୟରେ କହିବା ସହ ମାଡ଼ ହୋଇଥିବା ସ୍ଥାନ ଗୁଡିକୁ ଦେଖାଇଥିଲେ । ଆରିନ ଦିଗାଲ କିଛି ଦିନ ପୂର୍ବରୁ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ଥିବା ଯୋଗୁଁ ମେଡିସିନ ଖାଇ ତିନି ଦିନ ପୂର୍ବରୁ ସୁସ୍ଥ ହୋଇ ସ୍କୁଲ ଯାଇଥିଲେ ।

ହେଲେ ଏଭଳି ମାଡ଼ ଯୋଗୁଁ ଛାତ୍ରୀ ଜଣକ ଶାରୀରିକ ସ୍ତରରେ ଅସୁସ୍ଥ ହେବା ସହ ମାନସିକ ଚାପରେ ରହିଥିବା ବେଳେ ଶିକ୍ଷୟିତ୍ରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ସହିତ ଶିକ୍ଷୟିତ୍ରୀ ସ୍କୁଲରେ ଥିବା ପର୍ଯ୍ୟନ୍ତ ବିଦ୍ୟାଳୟକୁ ଯିବେ ନାହିଁ ବୋଲି ଛାତ୍ରୀ ଜଣକ କହିଛନ୍ତି । ଅନ୍ୟ ପକ୍ଷରେ ଏନେଇ ଅଭିଯୋଗ ଆସିଥିବା ଶିକ୍ଷୟିତ୍ରୀ ଅଞ୍ଜଳି ପ୍ରଧାନ ତାଙ୍କ ପ୍ରତିକ୍ରିୟାରେ ପ୍ରକାଶ କରି କହିଛନ୍ତି କି ସେ ଉଦ୍ଦେଶ୍ୟମୂଳକ ଭାବେ ଛାତ୍ରୀଙ୍କୁ ସେ ମାଡ଼ ମାରିନାହାନ୍ତି । ପାଠ ନ ବୁଝି ପାରିବାରୁ ତାଗିଦ କରି ବାଡେଇଥିଲେ ବୋଲି କହିଛନ୍ତି । ଛାତ୍ରଛାତ୍ରୀଙ୍କୁ ସେ ନିଜ ପୁଅ ଝିଅ ଭଳି ଭଲ ପାଇ ୧୨ବର୍ଷ ହେଲା ଏଠାରେ ଶିକ୍ଷା ଦାନ କରି ଆସୁଛନ୍ତି । ସମ୍ପୃକ୍ତ ଛାତ୍ରୀଙ୍କୁ ପାଠ ବୁଝାଇବା ପାଇଁ ଯାଇ ଗୋଟିଏ ମାଡ଼ ଦେଇଥିବା ବେଳେ ଛାତ୍ରୀଙ୍କ ପିତାମାତା ଯାହା ଅଭିଯୋଗ କରିଛନ୍ତି ତାହା ସମ୍ପୂର୍ଣ୍ଣ ଅମୂଳକ ବୋଲି କହି ଯଦି ସେ ପାଠପଢ଼ା ପାଇଁ ଛାତ୍ରଛାତ୍ରୀଙ୍କୁ ବୁଝାଇବା ଓ ତାଗିଦ କରିବା ଭୁଲ ତେବେ ସେ କ୍ଷମା ମାଗିବାକୁ ପ୍ରସ୍ତୁତ ବୋଲି କାନ୍ଦି କାନ୍ଦି କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking