38.1 C
Bhubaneswar
Friday, April 26, 2024
Homeରଥଯାତ୍ରାଶ୍ରୀମନ୍ଦିରରେ ଚକାବିଜେ ନୀତି ପାଳିତ

ଶ୍ରୀମନ୍ଦିରରେ ଚକାବିଜେ ନୀତି ପାଳିତ

ପୁରୀ: ଶ୍ରୀ ମନ୍ଦିରରେ ପବିତ୍ର ଚକାବିଜେ ଓ ଅନବସର ଦଶମୀ ନୀତି ପାଳିତ ହୋଇଯାଇଛି । ମଧ୍ୟାହ୍ନ ଧୂପ ଏବଂ ଭୋଗ ମଣ୍ଡପ ନୀତି ସରିବା ପରେ ଜୟ ବିଜୟ ଦ୍ୱାର ବନ୍ଦ ହୋଇ ବେହରଣ ଦ୍ୱାର ଖୋଲାଯାଇଥିଲା । ଧୁକୁଡ଼ି ଦ୍ୱାର ପାଖରେ ଥିବା ତିନୋଟି ଚକା ଗଡ଼ାଇକରି ନେଇ ଅଣସର ପିଣ୍ଡିରେ ପକାଇ ତିନି ଠାକୁରଙ୍କୁ ତହିଁରେ ବିଜେ କରାଯାଇଥିଲା । ଅନ୍ୟପଟେ ମହାପ୍ରଭୁଙ୍କ ଶ୍ରୀବୈଦ୍ୟଙ୍କ ଦ୍ୱାରା ଦଶମୂଳ ଔଷଧ ଶ୍ରୀମନ୍ଦିର ଗାରଦକୁ ହସ୍ତାନ୍ତର କରାଯାଇଥିଲା । ଦଇତାପତି ମାନେ ଶ୍ରୀଜିଉଙ୍କୁ ଚକାବିଜେ କରାଇବା ପରେ ଶ୍ରୀଜିଉ ଆଉଟିକେ ସୁସ୍ଥ ଅନୁଭବ କରିବେ ।

ସେପଟେ ରାଜବୈଦ୍ୟ ଦଶ ପ୍ରକାରର ଚେର ମୂଳିରୁ ପ୍ରସ୍ତୁତ କରିଛନ୍ତି ଦଶ ମୂଳାରିଷ୍ଟ । ଅତ୍ୟନ୍ତ ଶୁଦ୍ଧପୂତ ଭାବେ ଏହି ଔଷଧକୁ ଶ୍ରୀବୈଦ୍ୟ ପ୍ରସ୍ତୁତ କରି ଗୁରୁବାର ଶ୍ରୀମନ୍ଦିର ଗାରଦକୁ ହସ୍ତାନ୍ତର କରିଥିଲେ । ତେବେ ଏହି ମହୌଷଧି ପ୍ରସ୍ତୁତି ନିମନ୍ତେ – ଶାଳପନ୍ନି , ଗମ୍ଭାରୀ , ଫଣଫଣା , କୃଷ୍ଣ ପନ୍ନି , ଅଗବଥୁ , ବେଲ , ଅଙ୍କରାନ୍ତି , ଗୋଖରା ,ଲବିଂ କୋଳି , ନବାଙ୍କୁରୀ କୁ ପ୍ରଥମେ ଶୁଖା ଯାଇଥିଲା କ୍ଷ ପରେ ଏହାକୁ କୁଟା ଯାଇ ଗୁଣ୍ଡ କରାଯାଇଥିଲା କ୍ଷ ଏହି ଗୁଣ୍ଡ କୁ ଗାମୁଛାରେ ଛାଣି ନୂତନ କାଠ ଚୁଲିରେ କଡେଇ ବସଯାଇ ଖୁଆ , ଶର୍କରା , ସର , ମହୁ , ଘିଅ , ଭାଙ୍ଗ ଆଦି ପକାଯାଇ ଏହାକୁ ପାଗ କରାଯାଇଥିଲା କ୍ଷ ପାଗ ପରେ ଏହାକୁ କଦଳୀ ପତ୍ର ଉପରେ ରଖି ଥଣ୍ଡା କରାଯାଇ ପରେ ଏହାକୁ ଗୋଲାକାର ମୋଦକ କରି ୩ଟି କୁଡୁଆ ରେ ରଖା ଯାଇଥିଲା । ଏହା ଉପରେ କର୍ପୂର ଦେଇ ତାଳପତ୍ର ଭୋଗେଇରେ ରଖି ଶ୍ରୀମନ୍ଦିର ଗାରଦ ରେ ଦାଖଲ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking