39.1 C
Bhubaneswar
Friday, April 26, 2024
Homeଓଡିଶାଛାତ୍ର କଂଗ୍ରେସ ପକ୍ଷରୁ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସରକାରୀ ବାସଗୃହ ଘେରାଉ

ଛାତ୍ର କଂଗ୍ରେସ ପକ୍ଷରୁ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସରକାରୀ ବାସଗୃହ ଘେରାଉ

ଭୁବନେଶ୍ୱର : ଛାତ୍ର କଂଗ୍ରେସର ରାଷ୍ଟ୍ରୀୟ ସାଧାରଣ ସଂପାଦକ ଶ୍ରୀ ରାଜୀବ ପଟ୍ଟନାୟକଙ୍କ
ନେତୃତ୍ୱରେ ଆଜି ଛାତ୍ର କଂଗ୍ରେସ ପକ୍ଷରୁ ଗୃହ ରାଷ୍ଟ୍ରମନ୍ତ୍ରୀ  ଦିବ୍ୟଶଙ୍କର ମିଶ୍ରଙ୍କ ୟୁନିଟ୍ – ୪
ସ୍ଥିତ ସରକାରୀ ବାସଭବନକୁ ଘେରାଉ କରାଯାଇଥିଲା । ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ପୁରୀ ଗଣଦୁଷ୍କର୍ମ
ପୀଡିତା ପ୍ରତି ଗୃହମନ୍ତ୍ରୀଙ୍କର ସମବେଦନା ନାହିଁ । ୨ ଦିନ ହେବ ଘଟଣା ଘଟିଲା ପରେ ବି ସେ ସଂପର୍କରେ
ମନ୍ତ୍ରୀ ବିବୃତି ଦେଇନାହାନ୍ତି ବା ପୀଡିତାକୁ ଭେଟି ନାହାନ୍ତି । ପୋଲିସ ଏହି ଗଣଦୁଷ୍କର୍ମରେ ସଂପୃକ୍ତ ଥିବାରୁ
ଆଜି ଓଡିଶାବାସୀ କହିଛନ୍ତି ଯେ ପୋଲିସ ଲୋକଙ୍କ ରକ୍ଷକ କହୁଥିଲେ, ମାତ୍ର ନବୀନ ଶାସନରେ ପୋଲିସ
ଭକ୍ଷକ ସାଜିଛି । ଶ୍ରୀ ପଟ୍ଟନାୟକ କହିଲେ ନବୀନ ଶାସନରେ ‘ବାଡ ଫସଲ ଖାଏ’ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିୟନ୍ତ୍ରଣରେ ଆଉ ପୋଲିସ ବିଭାଗ ନାହିଁ । ଦିନକୁ ୭ ଜଣ ଗଣଦୁଷ୍କର୍ମର ଶିକାର
ହେଉଥିବା ରାଜ୍ୟ ସରକାର ସ୍ୱୀକାର କଲେଣି । ମୁଖ୍ୟମନ୍ତ୍ରୀ ମଧ୍ୟ ଅନ୍ୟ ଉପରେ ଦୋଷ ଲଦି ଅତି
ଚତୁରତାର ସହ ଖସି ଯାଉଛନ୍ତି । ଶ୍ରୀ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏବଂ ଗୃହ
ରାଷ୍ଟ୍ରମନ୍ତ୍ରୀ କ୍ୟାପ୍ଟନ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବି କରିଛନ୍ତି । ଆନ୍ଦୋଳନରତ ଛାତ୍ର କଂଗ୍ରେସ
କର୍ମୀମାନେ ମଧ୍ୟ ସେଠାରେ ମନ୍ତ୍ରୀଙ୍କ ସରକାରୀ ବାସଭବନକୁ ଟମୋଟୋ ମାଡ କରିଥିଲେ । ରାଜୀବ
ପଟ୍ଟନାୟକଙ୍କ ସହ ୧୫ ଜଣ ଛାତ୍ର କଂଗ୍ରେସ ନେତାଙ୍କୁ ପୋଲିସ ବ୍ୟାରେକ୍‌ରେ ଅଟକ ରଖାଯାଇଥିଲା ।
ପୀଡିତା ନ୍ୟାୟ ପାଇବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି । ଏହି
କାର୍ଯ୍ୟକ୍ରମରେ ପ୍ରକାଶ ମିଶ୍ର, ୟାସିର ନୱାଜ, ରଂଜିତ ପାତ୍ର, ବଟକୃଷ୍ଣ ରାଉତରାୟ, ବାଦଲ ମହାନ୍ତି,
ଦୁର୍ଗା ମହଲା, ଫାରୁକ୍ ଖାନ, ବିଭୁଦତ ରଥ, ପିଂଟୁ ରାଉତ, ରମାକାନ୍ତ ସାହୁ, ପିୟୁସ ଜେନା, ମହମ୍ମଦ
ଖୁଲଫାମ, ରାଜଦୀପ ବେହେରା, ସୌମ୍ୟ ବରାଳ, ଅମିତ୍ କୁମାର ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking