ବରଫ ତଳେ ୪ଯବାନ ଶହୀଦ

ଶ୍ରୀନଗର: ଜମ୍ମୁ କାଶ୍ମୀରରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ଜମ୍ମୁ କଶ୍ମୀରର କୁପାଓ୍ୱାଡା ଜିଲ୍ଲାର ତଙ୍ଗଧର ସେକ୍ଟରରେ ଆଜି ଏକ ସେନା କ୍ୟାମ୍ପ ଉପରେ ବରଫ ଅତଡା ଖସିପଡିଥିବା ସୂଚନା ମିଳିଛି । ଫଳରେ ୪ ଜଣ ଯବାନ ଶହୀଦ ହୋଇଛନ୍ତି। ଅନ୍ୟ ଜଣେ ଯବାନ ସୁରକ୍ଷିତ ଭାବରେ ଉଦ୍ଧାର ହୋଇଥିବା ସୂଚନା ରହିଛି।
ସୂଚନା ଅନୁସାରେ, ଚଳିତ ବର୍ଷ ଫେବୃଆରୀ ମାସରେ ୩୫ ଫୁଟର ବରଫ ଅତଡ଼ା ତଳେ ୧୦ ଜଣ ଆର୍ମି ଯବାନ ଫସି ଯାଇଥିଲେ । ଫଳରେ ସମସ୍ତଙ୍କ ମୃତ୍ୟୁ ହୋଇଥିବା ଜଣାପଡିଥିଲା ।
https://onakhabar.com/2019/12/04/six-itbp-persons-killed-in-group-clash/