କାର ଓଲଟି ଜଣେ ଗୁରୁତର 

ବୌଦ୍ଧ:ବୌଦ୍ଧ ଜିଲ୍ଲା ୫୭ନଂ ଜାତୀୟ ରାଜପଥର ଦନ୍ତାପାଲି ଛକ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ହୋଇଥିବା ଜଣାପଡିଛି । ଏକ କାରଟି ରାସ୍ତା କଡକୁ ଓଲଟି ପଡିଥିଲା । କାର ଓଲଟି ପଡିବାରୁ ସେଥିରେ ଥିବା ଡ୍ରାଇଭର ଗୁରୁତର ଆହତ ହୋଇଛନ୍ତି । ତାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଆମ୍ୱୁଲାନ୍ସ ଯୋଗେ ସୋନପୁର ଡାକ୍ତରଖାନା ପଠାଇଛନ୍ତି ।
ସୂଚନା ଅନୁସାରେ, ଆଜି ସକାଳେ ପ୍ରାୟ ସାଢ଼େ ଆଠଟା ବେଳେ ଏହି ଦୁର୍ଘଟଣା ଘଟିଛି । କାରଟି ସୋନପୁରରୁ ବୌଦ୍ଧ ଯାଉଥିଲା । ଘନ କୁହୁଡ଼ି ଯୋଗୁ କାର୍ଟି ରାସ୍ତା କଡ଼କୁ ଓଲଟି ପଡ଼ିଥିବା ଅନୁମାନ କରାଯାଉଛି । ଖବର ପାଇ ବାଉଁଶୁଣୀ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
https://onakhabar.com/2019/12/04/road-romeo-got-beaten/