27.1 C
Bhubaneswar
Tuesday, May 7, 2024
Homebuisnessସଂସଦରେ ଆଦାନୀ ଝଡ଼, ଉଚ୍ଚସ୍ତରୀୟ ତଦନ୍ତ ଦାବିରେ ଅଡ଼ିବସିଲେ ବିରୋଧୀ

ସଂସଦରେ ଆଦାନୀ ଝଡ଼, ଉଚ୍ଚସ୍ତରୀୟ ତଦନ୍ତ ଦାବିରେ ଅଡ଼ିବସିଲେ ବିରୋଧୀ

ନୁଆଦିଲ୍ଲୀ: ଦେଶର ବିଶିଷ୍ଟ ଶିଳ୍ପପତି ଗୌତମ ଆଦାନୀଙ୍କ ବିରୋଧରେ ହିଣ୍ଡେନବର୍ଗ ରିସର୍ଚ୍ଚର ଚାଞ୍ଚଲ୍ୟକର ରିପୋର୍ଟ ପ୍ରକାଶ ପାଇବା ପରେ ବିରୋଧୀ ଦଳ ସଂସଦରେ ପ୍ରବଳ ହଟ୍ଟଗୋଳ କରିଛନ୍ତି। ସରକାରଙ୍କ ଉପରେ ଅଭିଯୋଗ ଲଗାଇବା ସହିତ ବିରୋଧୀ ଆଜି ଦୁଇ ସଦନରେ ପ୍ରବଳ ହଙ୍ଗାମା କରିଥିଲେ। ବିପକ୍ଷମାନେ ଆଦାନୀ ବିେରୋଧରେ ପ୍ରକାଶ ପାଇଥିବା ରିପୋର୍ଟ ଉପରେ ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ଦାବି କରିଥିଲେ। ଯାହାପରେ ସଦନ କାର୍ଯ୍ୟ ସ୍ଥଗିତ ରଖି ଦିଆଯାଇଥିଲା।

ଶୁକ୍ରବାର ସକାଳେ ଯେତେବେଳେ ସଂସଦ ଗୃହର ପ୍ରକ୍ରିୟା ଆରମ୍ଭ ହୋଇଥିଲା, ସେତେବେଳେ ବିରୋଧୀ ସାଂସଦମାନେ ପୁଣି ଥରେ ଗୃହରେ ଝଡ଼ ସୃଷ୍ଟି କରିବା ଆରମ୍ଭ କରିଥିଲେ। ହିଣ୍ଡେନ୍‌ବର୍ଗ ରିପୋର୍ଟ ଆସିବା ପରେ ଗୌତମ ଆଦାନୀଙ୍କ କମ୍ପାନୀ ଉପରେ ଉଚ୍ଚ ସ୍ତରୀୟ ତଦନ୍ତ କରାଯାଉ ବୋଲି ବିରୋଧୀ ସାଂସଦମାନେ ଦାବି କରିଛନ୍ତି। ଜେପିସି କିମ୍ବା ସୁପ୍ରିମକୋର୍ଟଙ୍କ ତତ୍ତ୍ୱାବଧାନରେ ଏହି ମାମଲାର ଯାଞ୍ଚ କରାଯାଉ ବୋଲି ବିରୋଧୀ ସାଂସଦମାନେ ଦାବି କରିଛନ୍ତି।

ଜେପିସି ମିଳିତ ସଂସଦୀୟ କମିଟି ହେଉଛି ଯୁଗ୍ମ ସଂସଦୀୟ କମିଟି ସଂସଦର ସେହି କମିଟି ଯେଉଁଥିରେ ସମସ୍ତ ଦଳ (ବିରୋଧୀ ସାଂସଦଙ୍କ ସମେତ) ସମାନ ଅଂଶଗ୍ରହଣ କରନ୍ତି। ଜେପିସିର ଯେକୌଣସି ବ୍ୟକ୍ତି, ଅନୁଷ୍ଠାନ କିମ୍ବା କୌଣସି ଦଳକୁ ଡାକିବାର ଅଧିକାର ଅଛି ଯେଉଁଥି ପାଇଁ ଜେପିସି ଗଠନ କରାଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking