30.1 C
Bhubaneswar
Friday, April 26, 2024
Homeଖେଳଫିଟ୍‌ନେସ୍ ସଙ୍କେତଦେଲେ ଷ୍ଟୋକ୍ସ

ଫିଟ୍‌ନେସ୍ ସଙ୍କେତଦେଲେ ଷ୍ଟୋକ୍ସ

ଲଣ୍ଡନ: ଆଗାମୀ ଅଷ୍ଟ୍ରେଲିଆ ବିପକ୍ଷ ଆଶେସ୍ ସିରିଜ୍ ପାଇଁ ଦିନକ ତଳେ ଇସିବି ପକ୍ଷରୁ ଏକ ୧୭ଜଣିଆ ଦଳ ଘୋଷଣା କରାଯାଇଥିଲା। ଏହି ଦଳରେ ବେନ୍ ଷ୍ଟୋକ୍ସ, ସାମ୍ କୁରାନ୍ ଓ ଜୋଫ୍ରା ଆର୍ଚର୍‌ଙ୍କ ପରି ପ୍ରମୁଖ ଖେଳାଳି ଆଘାତଜନିତ କାରଣରୁ ସାମିଲ୍ ହୋଇନାହାନ୍ତି । ତେବେ ଦଳ ଚୟନ ହେବାର ଦିନକ ପରେ ଅଲ୍‌ରାଉଣ୍ଡର୍ ଷ୍ଟୋକ୍ସ କ୍ରମଶଃ ସୁସ୍ଥ ହେଉଥିବା ସଙ୍କେତ ଦେଇଛନ୍ତି । ଚଳିତ ଆଇପିଏଲ୍‌ର ପ୍ରଥମ ଚରଣରେ ନିଜ ଫ୍ରାଞ୍ଚାଇଜ୍ ରାଜସ୍ଥାନ ରୟାଲ୍ସ ପକ୍ଷରୁ ଖେଳୁଥିବା ସମୟରେ ଷ୍ଟୋକ୍ସ ତାଙ୍କ ବାମହାତ ଆଙ୍ଗୁଠିରେ ଗଭୀର ଆଘାତ ପାଇଥିଲେ । ଏପରିକି ଏଥିପାଇଁ ତାଙ୍କୁ ଅସ୍ତ୍ରୋପଚାରର ସହାୟତା ମଧ୍ୟ ନେବାକୁ ପଡ଼ିଥିଲା ।

ତେବେ ଆହତ ହେବାର ଠିକ୍ ୬ ମାସ ପରେ ସେ ଏକ ଫଟୋ ପୋଷ୍ଟ୍ କରିଛନ୍ତି, ଯେଉଁଥିରେ ସେ ବ୍ୟାଟ୍ ଧରିବା ସକାଶେ ସକ୍ଷମ ହୋଇଥିବା ଦର୍ଶାଇଛନ୍ତି । ନିଜ ଟ୍ୱିଟର୍ ହ୍ୟାଣ୍ଡଲରେ ଷ୍ଟୋକ୍ସ ପୋଷ୍ଟ୍ କରିଥିବା ଉକ୍ତ ଫଟୋରେ କେବଳ ସେ ବ୍ୟାଣ୍ଡେଜ୍ ଲଗାଯାଇଥିବା ଆଙ୍ଗୁଠି ସହ ବ୍ୟାଟ୍ ଧରିଥିବା ଦେଖିବାକୁ ମିଳିଛି । ସୂଚନାଯୋଗ୍ୟ ଯେ ଷ୍ଟୋକ୍ସ ଗତ ଜୁଲାଇଠାରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ କ୍ରିକେଟ୍‌ଠାରୁ ଦୂରେଇ ରହିବେ ବୋଲି ନିଷ୍ପତ୍ତି ନେଇଥିଲେ।

ନିଜର ମାନସିକ ସ୍ଥିତିରେ ସୁଧାର ଆଣିବା ସକାଶେ ସେ ଏପରି ବ୍ରେକ୍ ପାଇଁ ଯୋଜନା କରିଥିଲେ । କିନ୍ତୁ ଏହା ସତ୍ତ୍ୱେ ଇସିବି ତାଙ୍କୁ କେନ୍ଦ୍ରୀୟ ଚୁକ୍ତିରେ ସ୍ଥାନ ଦେଇଥିଲା । ସେ ଆଶେସ୍ ସିରିଜ୍‌ରୁ ବାଦ୍ ପଡ଼ିସାରିଥିବା ବେଳେ ଆଗାମୀ ଟି-୨୦ ବିଶ୍ୱକପ୍‌ରେ ମଧ୍ୟ ଅଂଶଗ୍ରହଣ କରିବେ ନାହିଁ । ତେବେ ବ୍ୟାଟ୍ ଧରିବାକୁ ସକ୍ଷମ ହୋଇଥିବା ଷ୍ଟୋକ୍ସଙ୍କ ପ୍ରଶଂସକମାନେ ଷ୍ଟୋକ୍ସ ତୁରନ୍ତ ଆକ୍ସନକୁ ଫେରିବା ନେଇ ଆଶାବାଦୀ ହୋଇପଡ଼ିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking