39.1 C
Bhubaneswar
Friday, April 26, 2024
Homeଅପରାଧମା’ ର ଦ୍ୱିତୀୟ ବିବାହକୁ ବିରୋଧ କରି ପୁଅ କଲା..

ମା’ ର ଦ୍ୱିତୀୟ ବିବାହକୁ ବିରୋଧ କରି ପୁଅ କଲା..

ନୂଆଦିଲ୍ଲୀ: ଚତୁରପୁର ଗାଁରେ ମଙ୍ଗଳବାର ଦିନ ଏକ ଅଭାବନୀୟ ଘଟଣା ଘଟିଯାଇଛି । ଜଣେ ମା ର ପ୍ରେମ ବିବାହକୁ ବିରୋଧ କରି ପୁଅ ନିଜର ସାଥୀମାନଙ୍କ ସହ ତାର ସାବତ ବାପାକୁ ହତ୍ୟା କରିଥିବା ଖବର ସାମ୍ନାକୁ ଆସିଛି । ଏହି ଘଟଣା ଘଟିବା ସମୟରେ ମୃତକଙ୍କ ଭାଇ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ପୋଲିସ ପହଂଚି ଅଭିଯୁକ୍ତ ମାଙ୍କ ଅଭିଯୋଗ ଆଧାରରେ ତାଙ୍କ ପୁଅ ସମେତ ଆଉ ୩ ଜଣଙ୍କୁ ଧରିବା ପାଇଁ ପ୍ରୟାସ ଆରମ୍ଭ କରିଦେଇଛି ।
ସୂଚନା ଅନୁସାରେ, କାଦିପୁର କୋତବାଲୀ ଅଂଚଳର ଚତୁରପୁର ଗାଁରେ ବାସକରୁଥିବା ସୁରଜଭାନଙ୍କ ବିବାହ ସୁମନଙ୍କ ସହ ହୋଇଥିଲା । ପରେ ତାଙ୍କର ଏକ ପୁତ୍ର ସନ୍ତାନ ଜାତ ହୋଇଥିଲା । ପୁଅ ଜନ୍ମ ହେବାର କିଛି ବର୍ଷ ପରେ ସୁରଜଭାନୁଙ୍କ ଦେହାନ୍ତ ହୋଇଥିଲା । ଗୋଟିଏ ବର୍ଷ ପୂର୍ବରୁ ସୁମନ କାଦିପୁର ଅଂଚଳର ମିଠନପୁର ଗାଁରେ ବାସ କରୁଥିବା ବିନୀତଙ୍କୁ କୋର୍ଟ ମ୍ୟାରେଜ କରିଥିଲେ । ଏହି ବିବାହକୁ ନେଇ ସୁମନର ୧୭ ବର୍ଷୀୟ ପୁଅ ଅରାଜି ଥିଲା । ମଙ୍ଗଳବାର ଦିନ ଦ୍ୱିପ୍ରହର ସମୟରେ ବିନୀତ ନିଜ ଭାଇ ସୁରଜ ସହ ବାଇକରେ ସୁମନ ସହ ଦେଖା କରିବା ପାଇଁ ଚତୁରପୁର ଗାଁକୁ ଆସିଥିଲା । ହେଲେ ସେଠାରେ ପୂର୍ବରୁ ଜଗି ରହିଥିବା ସୁମନର ନାବାଳକ ପୁତ୍ର ନିଜର ଅନ୍ୟ ଦୁଇ ସାଥୀଙ୍କ ସହ ଏକ ଲୁହା ରଡରେ ଦୁଇ ଭାଇଙ୍କୁ ଆକ୍ରମଣ କରିଥିଲେ । ପରେ ସେମାନଙ୍କୁ ଗୁଳି ମାରିଥିଲେ । ସେଠାରୁ କଳେ ବଳେ କୌଶଳେ ବିନୀତର ଭାଇ ସୁରଜ ଖସି ଯାଇ ପୋଲିସକୁ ଏ ସଂପର୍କରେ ଖବର ଦେଇଥିଲା । ଖବର ପାଇ ପୋଲିସ ପହଂଚିବା ପରେ ଲହୁଲୁହାଣ ଅବସ୍ଥାରେ ବିନୀତକୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତି କରାଇଥିଲା । ହେଲେ ଚିକିତ୍ସା ଚାଲିଥିବା ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା । ଏବେ ଶବ କୁ ବ୍ୟବଚ୍ଛେଦ ପାଇଁ ପୋଲିସ ପଠାଇଥିବା ବେଳେ ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ଚେଷ୍ଟା ଜରି ରଖିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking