33.1 C
Bhubaneswar
Saturday, April 27, 2024
Homeଓଡିଶାଭାରତୀୟ ଷ୍ଟେଟ୍ ବ୍ୟାଙ୍କ ପକ୍ଷରୁ ୟୋନୋ କ୍ୟାସ୍ ମେଳା

ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ପକ୍ଷରୁ ୟୋନୋ କ୍ୟାସ୍ ମେଳା

ଯାଜପୁର-ଓଏନଏ : ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଯାଜପୁର ରୋଡ ଶାଖା ପକ୍ଷରୁ ୟୋନୋ କ୍ୟାସ ମେଳା ଓ ନେଟ୍ ବ୍ୟାଙ୍କିଂ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସାରା ଭାରତରେ ଡିଜିଟାଲ୍ ବ୍ୟାଙ୍କିଂ ପ୍ଲାଟଫର୍ମ ସୃଷ୍ଟି କରିବାକୁ କେନ୍ଦ୍ର ସରକାର ଘୋଷଣା କରିଥିବା ବେଳେ ତୃଣମୂଳ ସ୍ତରରେ ଏହାକୁ ସଠିକ୍ ଭାବେ କାର୍ଯ୍ୟକାରୀ କରିବାକୁ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ପକ୍ଷରୁ ମଧ୍ୟ ଉଦ୍ୟମ ଆରମ୍ଭ ହୋଇଛି । ଏଥିପାଇଁ ବିଭିନ୍ନ ଶାଖାରେ ୟୋନୋ କ୍ୟାସ୍ ମେଳା ଓ ସଚେତନତା କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି । ଏହି କ୍ରମରେ ଗତକାଲି ଯାଜପୁର ରୋଡ ମୁଖ୍ୟ ଶାଖା ସମ୍ମୁଖରେ ଏଭଳି ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଯାଜପୁର ରୋଡ ମୁଖ୍ୟ ଶାଖାର ମୁଖ୍ୟ ପ୍ରବନ୍ଧକ ଶରତ ଚନ୍ଦ୍ର ଦୋରା, ସହକାରୀ ଶାଖା ପ୍ରବନ୍ଧକ ବିରଂଚି ବେହୁରିଆଙ୍କ ସମେତ ବ୍ୟାଙ୍କର ଅନ୍ୟାନ୍ୟ ଅଧିକାରୀ ଓ କର୍ମଚାରୀ ମାନେ ଉପସ୍ଥିତ ଥିଲେ । ଏହି ସଚେତନତା କାର୍ଯ୍ୟକ୍ରମକୁ ମୁଖ୍ୟତଃ ମନୋଜ କୁମାର ବେହେରା,ଶଖୀ ମଲ୍ଲ ଓ ମାନସ ରଞ୍ଜନ ପାଣି ପ୍ରମୁଖ କର୍ମଚାରୀ ମାନେ ସଂଚାଳନ କରିଥିଲେ ।
ଏଣିକି ବିନା ଏଟିଏମ୍ କାର୍ଡରେ କିମ୍ବା ବ୍ୟାଙ୍କକୁ ନଯାଇ କିପରି ଜମାକାରୀଙ୍କ ଟଙ୍କା ଉଠାଣ ଓ ନେଣଦେଣ ହୋଇପାରିବ ସେ ସମ୍ପର୍କରେ ଦର୍ଶାଯାଇଥିଲା । ଏଥିପାଇଁ ଗ୍ରାହକ ମାନେ ନିଜର ମୋବାଇଲ୍ ଫୋନ୍‌, ଲାପଟପ୍ କିମ୍ବା କମ୍ପ୍ୟୁଟର ସହାୟତାରେ ଏହି ସୁବିଧା ସହଜରେ ଉପଲବ୍ଧ କରିପାରିବେ । ୟୋନୋ ସେବା ବ୍ୟବହାର କରିବା ଦ୍ୱାରା ଗ୍ରାହକ ମାନେ ସହଜରେ ଠକାମୀର ଶୀକାର ହୋଇପାରିବେ ନାହିଁ । ସହଜ କୌଶଳ ଅବଲମ୍ବନ କରି ନିର୍ଦ୍ଧାରିତ ସମୟ ବ୍ୟବଧାନ ମଧ୍ୟରେ ଗ୍ରାହକ କିମ୍ବା ତାଙ୍କ ସମ୍ପର୍କୀୟ ମାନେ ଏହି ସେବା ଉପଲବ୍ଧ କରିପାରିବେ । ଏହା ଦ୍ୱାରା ପ୍ରତ୍ୟେକ କାରବାରରେ ଏଣିକି ବ୍ୟାଙ୍କ ଉପରେ ପ୍ରତ୍ୟେକ୍ଷ ଭାବେ ନିର୍ଭର ମଧ୍ୟ କରିବାକୁ ପଡିବ ନାହିଁ । ଏହା ବ୍ୟତୀତ ଆଜିର ଇଂଟରନେଟ୍ ଯୁଗରେ ସାଧାରଣ ଗ୍ରାହକ ନେଟ୍ ବ୍ୟାଙ୍କିଂ ସୁବିଧା ପାଇପାରିବେ ବୋଲି ଯାଜପୁର ରୋଡ୍ ଶାଖା ମୁଖ୍ୟ ପରିଚାଳକ ଶରତ ଚନ୍ଦ୍ର ଦୋରା କହିଛନ୍ତି । ଏଥିରେ ବ୍ୟାଙ୍କ୍ ଗ୍ରାହକ ମାନେ ସାମିଲ ହୋଇ ୟୋନୋ ସେବା ସମ୍ପର୍କରେ ଅବଗତ ହୋଇଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking