29.1 C
Bhubaneswar
Sunday, April 28, 2024
Homeଓଡିଶାଅଧରାତିରେ ଦୁଇ ସାଙ୍ଗଙ୍କୁ ଛୁରାମାଡ଼; ଜଣେ ମୃତ

ଅଧରାତିରେ ଦୁଇ ସାଙ୍ଗଙ୍କୁ ଛୁରାମାଡ଼; ଜଣେ ମୃତ

ଭୁବନେଶ୍ୱର : ଶୀତଳଷଷ୍ଠୀ ଯାତ୍ରାରୁ ଫେରିବା ବେଳେ ଦୁଇ ସାଙ୍ଗଙ୍କୁ ଛୁରାମାଡ଼ । ଏଭଳି ଅଭାବନୀୟ ଘଟଣା ବଲାଙ୍ଗିର ନୃସିଂହ ମନ୍ଦିର ନିକଟରେ ଘଟିଛି । ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣେ ଗୁରୁତର ରହିଛନ୍ତି । ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି । କିଏ ଆଉ କାହିଁକି ଛୁରାମାଡ଼ କରିଛି ତାହା ଏଯାଏଁ ଜଣାପଡିନାହିଁ । ମୃତକ ଜଣକ ଗେଟସରୋବରପଡାର ଏବଂ ଗୁରୁତର ଯୁବକ କନ୍ଧପାଲିପଡାର ବୋଲି ଜଣାପଡ଼ିଛି । ଗୁରୁତର ଯୁବକଙ୍କୁ ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ସୂଚନାମୁତାବକ ବିଳମ୍ବିତ ରାତିରେ ସରୋଜ ଓ ପ୍ରେମ ଉଭୟ ଶୀତଳଷଷ୍ଠୀ ଯାତ୍ରା ଦେଖି ଘରକୁ ଫେରୁଥିଲେ। ନରସିଂହ ମନ୍ଦିର ଛକ ନିକଟରେ ହଠାତ୍ ୨ ଦୁର୍ବୃତ୍ତ ଆସି ସରୋଜଙ୍କୁ ଗାଳିଗୁଲଜ କରିଥିଲେ। ପ୍ରେମ ଏହାକୁ ବିରୋଧ କରିବାରୁ ଦୁ଼ର୍ବୃତ୍ତମାନେ ତାଙ୍କୁ ଛୁରାମାଡ଼ କରିଥିଲେ। ପରେ ସରୋଜଙ୍କୁ ଛୁରୀରେ ଆକ୍ରମଣ କରି ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା ଦୁର୍ବୃତ୍ତ ।

ସ୍ଥାନୀୟ ଲୋକେ ଓ ପୋଲିସ ସରୋଜ ଓ ପ୍ରେମଙ୍କୁ ଉଦ୍ଧାର କରି ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ସରୋଜଙ୍କର ମୃତ୍ୟୁ ଘଟିଥିବା ବେଳେ ପ୍ରେମ ଏବେବି ଚିକିତ୍ସାଧୀନ ଅଛନ୍ତି । କିଏ ଓ କାହିଁକି ଉଭୟଙ୍କୁ ଛୁରାମାଡ଼ କଲା ତାର କାରଣ ଜଣାପଡ଼ି ନାହିଁ। ପୂର୍ବ ଶତ୍ରୁତା କାରଣରୁ ଏହି ଛୁରାମାଡ଼ ହୋଇଥିବା ସନ୍ଦେହ କରାଯାଉଛି। ପୋଲିସ ଘଟଣାର ତଦନ୍ତ କରୁଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking