28.9 C
Bhubaneswar
Sunday, May 5, 2024
Homeକରୋନାସରକାରୀ ଟିକାକରଣ କେନ୍ଦ୍ରରେ ମାଗଣାରେ ଉପଲବ୍ଧ ହେବ ସ୍ପୁଟନିକ୍-ଭି ଟିକା

ସରକାରୀ ଟିକାକରଣ କେନ୍ଦ୍ରରେ ମାଗଣାରେ ଉପଲବ୍ଧ ହେବ ସ୍ପୁଟନିକ୍-ଭି ଟିକା

ନୂଆଦିଲ୍ଲୀ : କୌଣସି ଦେୟ ଦେବାକୁ ପଡ଼ିବ ନାହିଁ, ମାଗଣାରେ ଉପଲବ୍ଧ ହେବ ସ୍ପୁଟନିକ୍ ଭି ଟିକା । ଘରୋଇ ହସ୍ପିଟାଲ ପରେ ଖୁବ ଶୀଘ୍ର ସରକାରୀ ଟିକାକରଣ କେନ୍ଦ୍ରରେ ଉବଲବ୍ଧ ହେବ ଋଷୀୟ ଟିକା ସ୍ପୁଟନିକ୍-ଭି । ଜଣେ ବରିଷ୍ଠ ସରକାରୀ ଅଧିକାରୀ ଏହି ସୂଚନା ଦେଇଛନ୍ତି । ଏହି ଟିକା କେନ୍ଦ୍ରରେ ମାଗଣାରେ ଉପଲବ୍ଧ ହେବ ବୋଲି ସେ କହିଛନ୍ତି। ବର୍ତ୍ତମାନ ଦେଶର ସରକାରୀ ହସ୍ପିଟାଲରେ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଦ୍ୱାରା ପ୍ରସ୍ତୁତ କୋଭିଶିଲ୍ଡ ଏବଂ ଭାରତ ବାୟୋଟେକର କୋଭାକ୍ସିନ୍ ଟିକା ମାଗଣାରେ ଦିଆଯାଉଛି ।

ଟାଇମ୍ସ ଅଫ୍ ଇଣ୍ଡିଆ କୋଭିଡ -୧୯ ର ୱାର୍କିଂ ଗୋଷ୍ଠୀର ଚେୟାରମ୍ୟାନ୍ ଡକ୍ଟର ଏନ.କେ ଆରୋରାଙ୍କ କହିଛନ୍ତି, ଖୁବ ଶୀଘ୍ର ସରକାରୀ କେନ୍ଦ୍ରରେ ସ୍ପୁଟନିକ୍ ଭି ମାଗଣାରେ ଉପଲବ୍ଧ ହେବ । ‘ବର୍ତ୍ତମାନ ସ୍ପୁଟନିକ୍ ଭି କେବଳ ଘରୋଇ ଡାକ୍ତରଖାନାରେ ଦିଆଯାଉଛି । ସ୍ପୁଟନିକ୍ ଭି ଟିକା ଯୋଗାଣକୁ ଦୃଷ୍ଟିରେ ରଖି ଏହାକୁ ସରକାର ମାଗଣା ଟିକାକରଣ କାର୍ଯ୍ୟକ୍ରମରେ ସାମିଲ କରିବାକୁ ଚାହୁଁଥିବା ସେ କହିଛନ୍ତି । ସେପଟେ ପୂର୍ବରୁ ଭାରତରେ ସ୍ପୁଟନିକ୍-ଭି ଟିକା ଉତ୍ପାଦନ କରିବାକୁ ସେରମକୁ ଅନୁମତି ମିଳିସାରିଛି ।

ଭାରତୀୟ ଫାର୍ମା କମ୍ପାନୀ ସେରମ ଇନଷ୍ଟିଚ୍ୟୁଟକୁ ସ୍ଫୁଟନିକ୍-ଭି ଟିକା ଉତ୍ପାଦନ ପାଇଁ ଅନୁମତି ମିଳିସାରିଛି । ରୁଷର କରୋନା ଟିକା ସ୍ଫୁଟନିକ୍-ଭି ଏଣିକି ସେରମ ଇନଷ୍ଟିଚ୍ୟୁଟ ମଧ୍ୟ ଉତ୍ପାଦନ କରିପାରିବ । ପୂର୍ବରୁ ଭାରତରେ କେବଳ ଡ. ରେଡ୍ଡୀ ଲ୍ୟାବ ସ୍ପୁଟନିକ-ଭି’ର ଉତ୍ପାଦନ ଏବଂ ବଣ୍ଟନ ଦାୟିତ୍ୱ ନେଇଥଲା । ଏହି ଟିକା ଉତ୍ପାଦନ ପାଇଁ ସେରମ୍ ଇନଷ୍ଟିଚ୍ୟୁଟକୁ ଡିସିଜିଆଇର ଅନୁମତି ମିଳି ସାରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking