30.1 C
Bhubaneswar
Thursday, April 25, 2024
Homeଓଡିଶା୫ ମାସରେ ଶେଷ ହେବ ଟିକାକରଣ

୫ ମାସରେ ଶେଷ ହେବ ଟିକାକରଣ

ଭୁବନେଶ୍ୱର : ଟିକାକରଣ ଉପରେ ପରିବାର କଲ୍ୟାଣ ନିଦ୍ଦେଶକଙ୍କ ସୂଚନା । ୪ରୁ ୫ମାସ ମଧ୍ୟରେ ରାଜ୍ୟରେ ଟିକାକରଣ ପ୍ରକ୍ରିୟା ଶେଷ ହେବ ବୋଲି କହିଛନ୍ତି । ସୋମବାର ୪ଲକ୍ଷ ୨ହଜାର ୪୩୪ ଜଣଙ୍କୁ ଟିକା ଦିଆଯାଇଛି । ବତି୍‌ର୍ତମାନ ସୁଦ୍ଧା ୧କୋଟି ୨୪ଲକ୍ଷ ୯୧ହଜାର ୮୫୭ ଟିକାକରଣ ହୋଇସାରିଛି । ଗର୍ଭବତୀଙ୍କୁ ଟିକାକରଣ ପାଇଁ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ରହିଛି । ଜିଲ୍ଲାମାନେ ଏଥିରେ ସାମିଲ୍ ହେବେ । ଯେତେ ଶୀଘ୍ର ସମ୍ଭବ ଆରମ୍ଭ ହେବ ।

ସୂଚନାଯୋଗ୍ୟ, ଓଡ଼ିଶାରେ ଗୋଟିଏ ଦିନରେ ୪ଲକ୍ଷରୁ ଅଧିକ ଟିକାକରଣ କରାଯାଇଛି। ରାଜ୍ୟର ୧୬୯୬ଟି କେନ୍ଦ୍ରରେ ଟିକାଦାନ କରାଯାଇଥିବା ଜଣାପଡ଼ିଛି। ଏହାଫଳରେ ଓଡ଼ିଶାରେ ମୋଟ ଟିକାକରଣ ପାନ ୧କୋଟି ୨୫ଲକ୍ଷ ୭୭ହଜାର ୮୮୨ ରହିଛି। ଗଞ୍ଜାମରେ ସର୍ବାଧିକ ୪୦ହଜାର, ବାଲେଶ୍ବର ୨୬,୬୩୭, କଟକ ୧୭,୦୩୨, ଖୋର୍ଦ୍ଧା ୧୭,୭୬୧, ସୁନ୍ଦରଗଡ଼ ୧୧,୭୨୩, ମୟୂରଭଞ୍ଜ ୧୫,୦୧୮, କେଉଁଝର ୨୦,୦୮୦, ଯାଜପୁର ୧୫,୩୩୯, ବଲାଙ୍ଗୀର ୧୮,୨୮୭, ସମ୍ବଲପୁର ୯,୪୯୨ ଟିକାକରଣ କରାଯାଇଥିବାବେଳେ ଅନ୍ୟାନ୍ୟ ଜିଲାରେ ୧୩ହଜାରରୁ ୩ହଜାର ଭିତରେ ଟିକାକରଣ କରାଯାଇଛି।

୪ହଜାରରୁ ୨ହଜାର ଭିତରେ ଦେବଗଡ଼, ବୌଦ୍ଧ, ମାଲକାନଗିରି, କନ୍ଧମାଳ ଓ ପୁରୀ ରହିଛି। ରାଜ୍ୟରେ ଗୋଟିଏ ଦିନରେ ୪ଲକ୍ଷରୁ ଊର୍ଦ୍ଧ୍ଵ ଟିକାକରଣ ଓଡ଼ିଶାର କୋଭିଡ ମୁକାବିଲାକୁ ଆହୁରି ଦୃଢ଼ କରିଛି। ଟିକାକରଣର ଏହି ସଫଳତା ପଛରେ ସମସ୍ତ ଡାକ୍ତର, ନର୍ସ ଓ କର୍ମଚାରୀଙ୍କ ଉତ୍ସର୍ଗୀକୃତ କାର୍ଯ୍ୟକୁ ମୁଖ୍ୟମନ୍ତ୍ରୀ ଉଚ୍ଚ ପ୍ରଶଂସା କରିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking